Get Updates
Get notified of breaking news, exclusive insights, and must-see stories!

ମନମୋହନଙ୍କ କଥା ଦୋହରାଇଲେ ବିଜୟପାଲ୍; କହିଲେ, ମେଣ୍ଟ ଚର୍ଚ୍ଚା ହୋଇନି

ଭୁବନେଶ୍ୱର: ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟରେ ଆସୁଛି ଖବର । ମେଣ୍ଟକୁ ନେଇ ବିଜେପି ପକ୍ଷରୁ ଆସୁଛି ଭିନ୍ନ ମତ । ଆଜି ପୁଣି ମନମୋହନଙ୍କ କଥା ଦୋହରାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ।

'ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନି । ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ 80 ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ । ଲୋକସଭାରେ 16 ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ ।' ବୋଲି ଗଣମାଧ୍ୟମକୁ କହିଛନ୍ତି ତୋମାର ।

bjp-vijaypal

ଏହା ସହ ବିଜେଡ଼ିର 2 ନେତା ଦିଲ୍ଲୀ ଯାଇଥିବା ନେଇ ପ୍ରତିକ୍ରିୟା ରଖି ତୋମାର କହିଛନ୍ତି ଦିଲ୍ଲୀରେ ମୋତେ କୌଣସି ବିଜେଡି ନେତା ଭେଟିନାହାଁନ୍ତି । ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି କହିଛନ୍ତି ତୋମାର ।

ଅନ୍ୟପଟେ ବିଜେଡି ନେତାଙ୍କ ମତ ଅଲଗା ରହିଛି । ବିଜେଡି କହୁଛି, ରାଜ୍ୟର ସ୍ୱାର୍ଥ ପାଇଁ ଆମେ ମେଣ୍ଟ ପାଇଁ ଆଗ୍ରହୀ ତଥା ରାଜି । କିନ୍ତୁ ଚୂଡ଼ାନ୍ତ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । ଆମେ ସେ ନିଷ୍ପତିକୁ ମାନିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । ସେ କହିଛନ୍ତି, ଓଡ଼ିଶାର ଲାଭ ହେବା ପାଇଁ ତ ମେଣ୍ଟ କରାଯାଉଛି । ଓଡ଼ିଶାର ସ୍ୱାର୍ଥ ପାଇଁ BJD ରାଜି ହୋଇଛି । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି । ମେଣ୍ଟ ଦ୍ୱାରା କିଛି ଲୋକଙ୍କ ଟିକେଟ କଟିବ କିନ୍ତୁ କେହି ବିଦ୍ରୋହୀ ହେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ ।

ଆପଣଙ୍କୁ କହି ରଖୁଛୁ, ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ପୁଣି ଭଦ୍ରକ ଗସ୍ତବେଳେ ଏହି ମନ୍ତବ୍ୟକୁ ଦୋହରାଇବା ସହ କହିଛନ୍ତି, ରାଜ୍ୟରେ କିଏ ମେଣ୍ଟ ସଂପର୍କରେ ପ୍ରଚାର କରୁଛି ? ତା'ର ମୂଳକୁ ଧରିବାକୁ ପଡ଼ିବ । ଏହି ଚର୍ଚ୍ଚା ଯିଏ ଆରମ୍ଭ କରିଛି ସିଏ ହିଁ ତା'ର ଉତ୍ତର ଦେଇପାରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନମୋହନ ସାମଲ । ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+