ମଞ୍ଚ ଉପରେ ଚେତାଶୂନ୍ୟ ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ
ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଭଦୋଦରାର ନିଜାମପୁର ସ୍ଥିତ ମେହେସନାନଗର ଠାରେ ନଗରପାଳିକା ନିର୍ବଚନ ପାଇଁ ରବିବାର ସନ୍ଧ୍ୟାରେ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ୍ ହୋଇଯାଇଥିଲେ ।
ଅହମ୍ମଦାବାଦ : ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଭଦୋଦରାର ନିଜାମପୁର ସ୍ଥିତ ମେହେସନାନଗର ଠାରେ ନଗରପାଳିକା ନିର୍ବଚନ ପାଇଁ ରବିବାର ସନ୍ଧ୍ୟାରେ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ୍ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସେହି ମଞ୍ଚରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତଳକୁ ଆସିଥିଲେ ବିଜୟ । ସେ ବେହୋସ୍ ହେବା ପରେ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା ।
ନଗରପାଳିକା ନିର୍ବାଚନ ପ୍ରଚାର ପାଇଁ ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିଜାମପୁରରେ ପହଞ୍ଚିଥିଲେ । ମଞ୍ଚ ଉପରେ ଭାଷଣ ଦେବା ସମୟରେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିବାରୁ ସେଠାରେ ଉପସ୍ଥିତ ଥିବା ତାଙ୍କର ସୁରକ୍ଷା କର୍ମୀମାନେ ତାଙ୍କୁ ଧରିବାକୁ ପ୍ରୟାସ କରିବା ସତ୍ତ୍ୱେ ସେ ତଳେ ପଡ଼ିଯାଇଥିଲେ । ସେହିଠାରେ ହିଁ ତୁରନ୍ତ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ପରବର୍ତ୍ତୀ ଚିକିତ୍ସା ସମୟରେ ବିଜୟଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି । ରକ୍ତଚାପ କମିଯାଇ ଥିବାରୁ ମୁଣ୍ଡ ବୁଲାଇ ଦେଇଥିଲା । ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତର କହିଛନ୍ତି । ଚିକିତ୍ସା ପରେ ରୂପାନୀ ଅହମ୍ମଦାବାଦ ଫେରି ଯାଇଛନ୍ତି ।
ଏହି ସମୟର ଭିଡ଼ିଓ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି ।
LIVE - વડોદરા ખાતે આગામી સ્થાનિક સ્વરાજ્યની ચૂંટણી અંતર્ગત આયોજિત જાહેરસભા#ગુજરાત_મક્કમ_ભાજપ_અડીખમ https://t.co/i7uZZhLLim
— Vijay Rupani (@vijayrupanibjp) February 14, 2021
ସୂଚନା ଯୋଗ୍ୟ, ଆସନ୍ତା ଫେବୃଆରୀ 21 ତାରିଖରେ ଭଦୋଦରାର 6ଟି ନଗରନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।












Click it and Unblock the Notifications