ବିବାଦ ମଧ୍ୟରେ ସୋଶାଲ ମିଡିଆରେ ରାମଦେବଙ୍କ ଭିଡିଓ ଭାଇରାଲ, 'ସେମାନଙ୍କ ବାପା ବି ରାମଦେବକୁ ଗିରଫ କରି ପାରିବେ ନାହିଁ ...'
ସ୍ୱାମୀ ସ୍ୱାମୀ ରାମଦେବଙ୍କୁ ସେମାନଙ୍କ ବାପା ମଧ୍ୟ ଗିରଫ କରି ପାରିବେ ନାହିଁ । କିନ୍ତୁ ଏକ ଟ୍ରେଣ୍ଡ ଚଲାଇଛନ୍ତି, ଗିରଫ .... ଗିରଫ ସ୍ୱାମୀ ରାମଦେବ ... ଗୁଣ୍ଡା ରାମଦେବ... ରାମଦେବକୁ ଗିରଫ କର ଆଦି କିଛି ବି ଏଜେଣ୍ଡା ଚଲାଇଛନ୍ତି ।
ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବ ଏଲୋପାଥିକ୍ ବିଜ୍ଞାନ ଉପରେ ଦେଇଥିବା ବିବୃତ୍ତିକୁ ନେଇ ଆଜିକାଲି ବିବାଦ ଲାଗି ରହିଛି । ଏହା ମଧ୍ୟରେ ବୁଧବାର (ମେ 26) ସୋସାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଯୋଗ ଗୁରୁ ରାମଦେବ ତାଙ୍କୁ ଗିରଫ କରିବା ପାଇଁ ଅଧିକାରୀମାନଙ୍କୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ବାବା ରାମଦେବଙ୍କ କଥା ଶୁଣିବାବେଳେ ଏହା କୁହାଯାଇପାରେ ଯେ "ବାବାଙ୍କୁ ସେମାନଙ୍କ ବପା ବି ଗିରଫ କରିପାରିବ ନାହିଁ ।" ବୋଲି କହୁଥିବା ଦେଖିବାକୁ ମିଳିଛି ।

ଭିଡିଓ କେଉଁଠାରେ ଓ କେଉଁ ସମୟର ସେ ନେଇ କୌଣସି ଅଧିକାରୀକ ସୂଚନା ନାହିଁ । ଭିଡିଓ ଭାଇରାଲ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଯୋଗ ଗୁରୁ ବାବା ରାମଦେବଙ୍କୁ ଦେଶଦ୍ରୋହ ଆଇନ ଅନୁଯାୟୀ କେସ୍ କରିବାକୁ ଦାବି କରିଛି । ବାବା ରାମଦେବ ଏଲୋପାଥିକ ଔଷଧ ଏବଂ କୋଭିଡ -19 ରୋଗ ବିରୋଧରେ ଟୀକାକରଣର ପ୍ରଭାବ ଉପରେ ପ୍ରଶ୍ନ କରି ବିବାଦରେ ରହିଛନ୍ତି ।
ଭାଇରାଲ ଭିଡିଓରେ ବାବା ରାମଦେବ କ'ଣ କହୁଛନ୍ତି ?
ଏହି 40 ସେକେଣ୍ଡର ଭାଇରାଲ୍ ଭିଡିଓରେ ସ୍ୱାମୀ ରାମଦେବ କହୁଛନ୍ତି, ''ଆଚ୍ଛା, ସ୍ୱାମୀ ସ୍ୱାମୀ ରାମଦେବଙ୍କୁ ସେମାନଙ୍କ ବାପା ମଧ୍ୟ ଗିରଫ କରି ପାରିବେ ନାହିଁ । କିନ୍ତୁ ଏକ ଟ୍ରେଣ୍ଡ ଚଲାଇଛନ୍ତି, ଗିରଫ .... ଗିରଫ ସ୍ୱାମୀ ରାମଦେବ ... ଗୁଣ୍ଡା ରାମଦେବ... ରାମଦେବକୁ ଗିରଫ କର ଆଦି କିଛି ବି ଏଜେଣ୍ଡା ଚଲାଇଛନ୍ତି । କରିବାକୁ ଦିଅ.. ''
Ramdev challenges Modi Govt into arresting him, says "UNKA BAAP BHI ARREST NAHI KAR SAKTA"
Over to you, @narendramodi @AmitShah !!
— Gaurav Pandhi (@GauravPandhi) May 25, 2021
ସୋଶାଲ ମିଡିଆରେ ଦାବି କରାଯାଉଛି ଯେ #arrestbabaramdev ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଥିବାବେଳେ ଏକ ଅନଲାଇନ୍ ବୈଠକରେ ରାମଦେବ ଏହା କହିଛନ୍ତି । ତେବେ ଏହା ନିଶ୍ଚିତ ହୋଇନାହିଁ । ଏହି ଭିଡିଓ କେବେ ଏବଂ କେଉଁଠାରୁ ଆସିଛି ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।
“Arrest to kisi ka baap bhi nahin kar sakta Swami Ramdev ko.”
Sach kahan aapne, Ramkrishna Yadav.
Bhai aur Baap toh Opposition ko arrest karne mein busy hai.
— Mahua Moitra (@MahuaMoitra) May 27, 2021
ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସମାଲୋଚନା
ଟିଏମସି ସାଂସଦ ମହୁଆ ମୋଇତ୍ରା ନିଜ ଟ୍ୱିଟରେ ବାବା ରାମଦେବଙ୍କ ଭିଡିଓକୁ ନେଇ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି, ''କାହା ବାପା ମଧ୍ୟ ରାମଦେବଙ୍ୁକ ଗିରଫ କରିପାରିବେ ନାହିଁ । ଠିକ୍ କହିଛନ୍ତି, ରାମକୃଷ୍ଣ ଯାଦବ । ଭାଇ ଓ ବାପା ତ ବିରୋଧୀଙ୍କୁ ଗିରଫ କରିବାରେ ବ୍ୟସ୍ତ ଅଛନ୍ତି ।''
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications