Get Updates
Get notified of breaking news, exclusive insights, and must-see stories!

ଉପରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଜଗଦୀପ ଧନଖଡ଼ ଏବଂ ମାର୍ଗାରେଟ୍ ଆଲଭା, ଜାଣନ୍ତୁ କଣ ରହିଛି ଭୋଟ ସମୀକରଣ

ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ଭୋଟ୍ ଦିଅନ୍ତି । ଲୋକସଭାରେ 543 ଜଣ ଏବଂ ରାଜ୍ୟସଭାରେ 245 ଜଣ ସଦସ୍ୟ ଅଛନ୍ତି, କିନ୍ତୁ 8 ଟି ସିଟ୍ ଖାଲି ପଡିଛି ।

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ ଆଜି ଜାରି ରହିଛି ମତଦାନ । ଏନେଇ ସଂସଦ ଗୃହରେ ଭୋଟ୍ ଗ୍ରହମ ହେଉଛି । ସକାଳ 10 ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ଭୋଟ୍ ଗଣାଯିବ । ଏହି ନିର୍ବାଚନରେ ଏନଡିଏ ବଙ୍ଗଳାର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବାବେଳେ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ତାଙ୍କ ବିରୋଧରେ ଲଢୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ନିର୍ବାଚନରେ କଣ ରହିଛି ଭୋଟ ସମୀକରଣ-

vice president election 2022

ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ଭୋଟ୍ ଦିଅନ୍ତି । ଲୋକସଭାରେ 543 ଜଣ ଏବଂ ରାଜ୍ୟସଭାରେ 245 ଜଣ ସଦସ୍ୟ ଅଛନ୍ତି, କିନ୍ତୁ 8 ଟି ସିଟ୍ ଖାଲି ପଡିଛି । ଏହି ପରିପ୍ରେକ୍ଷୀରେ, ଭୋଟରଙ୍କ ସଂଖ୍ୟା 780 ଅଟେ । ଏଥି ସହିତ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା ହେବା ପରେ ଟିଏମସି ଏହି ନିର୍ବାଚନରେ ଭାଗ ନେବ ନାହିଁ ବୋଲି କହିଛି । ବର୍ତ୍ତମାନ ଏଥିରେ 36 ଜଣ ସାଂସଦ ବାଦ୍ ପଡ଼ିଛନ୍ତି, ତେଣୁ 744 ସାଂସଦ ଭୋଟ୍ ଦେବେ ବୋଲି ଆଶା କରାଯାଉଛି।

ଧନଖଡ଼ଙ୍କ ସପକ୍ଷରେ ଯାଇପାରେ ମତାମତ

ଏନଡିଏ ସହଯୋଗୀମାନଙ୍କ ବିଷୟରେ କହିବାକୁ ଗଲେ ଧନଖଡ଼ଙ୍କୁ 527 ଭୋଟ୍ ମିଳିପାରେ । କିନ୍ତୁ ନିର୍ବାଚନ ଜିତିବା ପାଇଁ ଆବଶ୍ୟକୀୟ ଭୋଟ୍ ରହିଛି 372 । ଏଭଳି ପରିସ୍ଥିତିରେ ଧନଖର ଯେଉଁ ଭୋଟ୍ ପାଇବେ ତାହା ପ୍ରାୟ 70 ପ୍ରତିଶତ ହେବ, ଯାହା ଏମ ଭେଙ୍କୟା ନାଇଡୁଙ୍କୁ ମିଳିଥିବା ଭୋଟ୍ ଠାରୁ ଦୁଇ ପ୍ରତିଶତ ଅଧିକ । ଯଦିଓ ବର୍ତ୍ତମାନ ଏନଡିଏରେ 441 ସାଂସଦ ଅଛନ୍ତି, କିନ୍ତୁ ଧନଖଡ଼ଙ୍କୁ ଅନ୍ୟ ଅଣ ଏନଡିଏ ଦଳର ମଧ୍ୟ ସମର୍ଥନ ରହିଛି । ଏଥିମଧ୍ୟରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ, ଜଗନମୋହନ ରେଡ୍ଡୀଙ୍କ YSR କଂଗ୍ରେସ, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି, ଅକାଳୀ ଦଳ ଏବଂ ଶିବସେନାର ଏକନାଥ ସିନ୍ଦେ ଦଳ ରହିଛି । ଏହି ଦଳଗୁଡ଼ିକର ମୋଟ 81 ସାଂସଦ ଅଛନ୍ତି।

ମାର୍ଗାରେଟ୍ ଙ୍କୁ ମିଳିପାରେ 26 ପ୍ରତିଶତ ଭୋଟ୍

ମାର୍ଗାରେଟ୍ ଆଲଭା 26 ପ୍ରତିଶତ ଭୋଟ୍ ପାଇବା ନେଇ ଆଶା ରହିଛି । ଯାହାକି ପ୍ରାୟ 200 ଭୋଟ୍ । ତାଙ୍କୁ କଂଗ୍ରେସ, ଏମ.କେ ଷ୍ଟାଲିନଙ୍କ ଡିଏମକେ, ଲାଲୁ ପ୍ରସାଦ ଯାଦଙ୍କ ରାଷ୍ଟ୍ରୀୟ ଜନତା ଦଳ, ଶରଦ ପାୱାରଙ୍କ ଏନସିପି, ସମାଜବାଦୀ ପାର୍ଟି ଏବଂ ବାମ ଦଳଙ୍କ ସମର୍ଥନ ରହିଛି । ଏହା ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍ ଆଦମୀ ପାର୍ଟି ଏବଂ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର 9 ଜଣ ସାଂସଦ ଆଲଭାଙ୍କୁ ସମର୍ଥନ କରୁଛନ୍ତି । ଗତ ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀ 32 ପ୍ରତିଶତ ଭୋଟ୍ ପାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+