ଅଗଷ୍ଟ 6 ରେ ଉପରାଷ୍ଟ୍ରପତି ପଦ ପାଇଁ ମତଦାନ, ଜୁଲାଇ 17 ପର୍ଯ୍ୟନ୍ତ ନାମାଙ୍କନ
ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ ଆୟୋଗ ବୁଧବାର ସୂଚନା ଦେଇଛନ୍ତି । ନିର୍ବାଚନ ପରେ ସେହି ଦିନ ଭୋଟର ଗଣନା କରାଯିବ ।
ନୂଆଦିଲ୍ଲୀ : ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ ଆୟୋଗ ବୁଧବାର ସୂଚନା ଦେଇଛନ୍ତି । ନିର୍ବାଚନ ପରେ ସେହି ଦିନ ଭୋଟର ଗଣନା କରାଯିବ । ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ଜୁଲାଇ 19 ରହିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ 5 ରେ ବିଜ୍ଞପ୍ତି ଜାରି ହେବ । ଜୁଲାଇ 20 ରେ ନାମାଙ୍କନପତ୍ରର ଯାଞ୍ଚ ହେବା ସହିତ ଜୁଲାଇ 22 ଆବେଦନ ପ୍ରତ୍ୟାହାରର ରହିଛି ଶେଷ ତାରିଖ । ମତଦାନ ସକାଳ 10 ଟାରୁ 5 ଟା ପର୍ଯ୍ୟନ୍ତ ହେବ । ମତଦାନ ଦିନ ହିଁ ଭୋଟ ଗଣତି ମଧ୍ୟ କରାଯିବ ।
ଉପ-ରାଷ୍ଟ୍ରପତି ବାଛିବା ପାଇଁ ଉଭୟ ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ଭୋଟ୍ ଦେଇଥାନ୍ତି । ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ 10 ଅଗଷ୍ଟ 2022 ରେ ଶେଷ ହେଉଛି । ଭାରତର ସମ୍ବିଧାନର ଧାରା 68 ଅନୁଯାୟୀ, ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ପଦବୀ ପୂରଣ ହେବା ଆବଶ୍ୟକ ।












Click it and Unblock the Notifications