For Quick Alerts
Turn On Notification  
For Daily Alerts
Oneindia App Download

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗର ବିଜ୍ଞପ୍ତି, ଅଗଷ୍ଟ 6 ରେ ଭୋଟ୍ ଗ୍ରହଣ

ଭାରତର ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ ।

|

ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ପରେ ସେହି ଦିନ ଭୋଟ୍ ଗଣନା କରାଯିବ । ନିର୍ବାଚନ ଆୟୋଗ କହିଛନ୍ତି ଯେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ଜୁଲାଇ 19 ରହିଛି ।
ଏହା ପରେ 20 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିପରି 22 ଜୁଲାଇ ସୁଦ୍ଧା ପ୍ରାର୍ଥୀ ନାମାଙ୍କ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

vice president election

ଏହା ପରେ ସାରା ଦେଶରେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ସୂଚନାନୁସାରେ, କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମରେ ଆଲୋଚନା ଚାଲିଛି । ଉପରାଷ୍ଟ୍ରପତି ପଦ ପାଇଁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ଆଗରେ ରହିଛି ବୋଲି ବିଜେପି ନେତା କହିଛନ୍ତି ।

କ୍ୟାପଟେନଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କ ନାମ ଉପରେ ମଧ୍ୟ ଆଲୋଚନା ହେଉଛି । କେବଳ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବଂ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ମୋହର ଲଗାଇବା ପରେ ସମସ୍ତ କଳ୍ପନାଜଳ୍ପନା ଶେଷ ହେବ ।

ଆପଣଙ୍କୁ କହି ରଖୁଛୁ କ୍ୟାପଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଅପରେସନ୍ ପାଇଁ ଲଣ୍ଡନରେ ଅଛନ୍ତି । ତେବେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ଏ ବାବଦରେ କୌଣସି ନିଶ୍ଚିତତା ନାହିଁ କିମ୍ବା ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଭଳି କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ । ଏହା ବ୍ୟତୀତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ଅଧିକାରିକ ମନ୍ତବ୍ୟ ପ୍ରକାଶ ହୋଇନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Vice President Election 2022 : Election Commission Of India Issue Notification
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X