ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗର ବିଜ୍ଞପ୍ତି, ଅଗଷ୍ଟ 6 ରେ ଭୋଟ୍ ଗ୍ରହଣ
ଭାରତର ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ ।
ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ 6 ରେ ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ପରେ ସେହି ଦିନ ଭୋଟ୍ ଗଣନା କରାଯିବ । ନିର୍ବାଚନ ଆୟୋଗ କହିଛନ୍ତି ଯେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ଜୁଲାଇ 19 ରହିଛି ।
ଏହା ପରେ 20 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିପରି 22 ଜୁଲାଇ ସୁଦ୍ଧା ପ୍ରାର୍ଥୀ ନାମାଙ୍କ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ଏହା ପରେ ସାରା ଦେଶରେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ସୂଚନାନୁସାରେ, କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମରେ ଆଲୋଚନା ଚାଲିଛି । ଉପରାଷ୍ଟ୍ରପତି ପଦ ପାଇଁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ଆଗରେ ରହିଛି ବୋଲି ବିଜେପି ନେତା କହିଛନ୍ତି ।
କ୍ୟାପଟେନଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କ ନାମ ଉପରେ ମଧ୍ୟ ଆଲୋଚନା ହେଉଛି । କେବଳ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବଂ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ମୋହର ଲଗାଇବା ପରେ ସମସ୍ତ କଳ୍ପନାଜଳ୍ପନା ଶେଷ ହେବ ।
ଆପଣଙ୍କୁ କହି ରଖୁଛୁ କ୍ୟାପଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଅପରେସନ୍ ପାଇଁ ଲଣ୍ଡନରେ ଅଛନ୍ତି । ତେବେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ଏ ବାବଦରେ କୌଣସି ନିଶ୍ଚିତତା ନାହିଁ କିମ୍ବା ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଭଳି କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ । ଏହା ବ୍ୟତୀତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ଅଧିକାରିକ ମନ୍ତବ୍ୟ ପ୍ରକାଶ ହୋଇନାହିଁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications