କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଆଇନଗତ ନୋଟିସ ଜାରି କଲା VHP, ବଜରଙ୍ଗ ଦଳକୁ ବଦନାମ କରିଥିବା ଅଭିଯୋଗ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ପୂର୍ବରୁ ପ୍ରଚାର ଜୋରସୋର ଚାଲିଛି । ମତଦାନ ଦିନ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରୁଛନ୍ତି । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତିରେ ପ୍ରଚାର କରୁଛନ୍ତି । ଏପରିକି ନିର୍ବାଚନ ପ୍ରଚାରରେ ଆରୋପ-ପ୍ରତ୍ୟାରୋପ ମଧ୍ୟ ଲାଗି ରହିଛି ।
ଏଥି ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଏକ ଆଇନଗତ ନୋଟିସ ଜାରି କରାଯାଇଛି । ରାଜ୍ୟରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ନେଇ ତାଙ୍କ ବିବୃତ୍ତିକୁ ନେଇ ଏହି ନୋଟିସ୍ ଜାରି କରାଯାଇଛି ।
ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ନେଇ ଚାଲିଥିବା ବିବାଦ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ଶନିବାର ଏକ ଟ୍ୱିଟ୍ କରି କହିଛି ଯେ ବଜରଙ୍ଗ ଦଳକୁ ବଦନାମ କରିବା ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଏକ ଆଇନଗତ ନୋଟିସ ଜାରି କରାଯାଇଛି । ଭିଏଚପି ଏହା ମଧ୍ୟ କହିଛି ଯେ ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିବା ତଥା କ୍ଷତି ପହଞ୍ଚାଇବା ପାଇଁ 100 କୋଟି ଟଙ୍କା କ୍ଷତିପୂରଣ ଦାବିରେ ବଜରଙ୍ଗ ଦଳ ଏକ ଆଇନଗତ ନୋଟିସ ଜାରି କରିଛି ।
"A legal notice for defamation of Bajrang Dal by Congress posted to party president Mallikarjun Kharge with a claim of Rs 100 Crores in damages for defaming Bajrang Dal and hurting the sentiments of Hindus globally," tweets Vishva Hindu Parishad (VHP)
— ANI (@ANI) May 6, 2023
ଆପଣଙ୍କୁ କହି ରଖୁଛୁ କଂଗ୍ରେସ ଏହାର ଘୋଷଣା ପତ୍ର ଜାରି କରି ରାଜ୍ୟରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ୍ କରିବା ନେଇ କହିଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ୍ ହୋଇଥିଲା । ଏପରିକି ବିଜେପି ମଧ୍ୟ ଏହାକୁ ବିରୋଧ କରିଥିଲା ।
ସୂଚନାଥାଉକି, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ 10 ରେ ଭୋଟ୍ ଗ୍ରହଣ ହେବ । ଏଥି ସହିତ, ମେ 13 ରେ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications