For Quick Alerts
Turn On Notification  
For Daily Alerts
Oneindia App Download

କଂଗ୍ରେସର ଭେଟେରାନ ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ

କଂଗ୍ରେସର ଭେଟେରାନ ନେତା ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ଜୁଲାଇରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

|

ନୂଆଦିଲ୍ଲୀ : କଂଗ୍ରେସର ଭେଟେରାନ ନେତା ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ଜୁଲାଇରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା ଏବଂ ସୋମବାର ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ଦୁଃଖ ପ୍ରକାଶ କରିଛନ୍ତି ।

oscar Fernades

ସୂଚନା ଅନୁଯାୟୀ, ଜୁଲାଇରେ ଯୋଗ କରିବା ସମୟରେ ଫର୍ଣ୍ଣାଣ୍ଡିସଙ୍କ ପାଦ ଖସି ଯାଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ପ୍ରାରମ୍ଭରେ ସେ ଆଘାତକୁ ଗୁରୁତର ସହ ନେଇ ନଥିଲେ, କିନ୍ତୁ ଯେତେବେଳେ ସେ ନିୟମିତ ଡାଏଲିସିସ୍ ପାଇଁ ଡାକ୍ତରଖାନା ଯାଇଥିଲେ, ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ଏହି ଆଘାତ ତାଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଅଂଶକୁ ପ୍ରଭାବିତ କରିଛି । ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ସମ୍ପର୍କୀୟଙ୍କ ଅନୁଯାୟୀ, ୟେନପୋୟା ହସ୍ପିଟାଲରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ସେ ପୂର୍ବ ପରି ସକ୍ରିୟ ହୋଇପାରି ନଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Veteran Congress Leader Oscar Fernades Passes Away
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X