କଂଗ୍ରେସର ବରିଷ୍ଠ ନେତା ବୁଟା ସିଂହଙ୍କ ପରଲୋକ

କଂଗ୍ରସର ବରିଷ୍ଠ ନେତା ତଥା ପୂର୍ବତମ କେନ୍ଦ୍ରମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ । ଦିଲ୍ଲୀରେ 86 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କଂଗ୍ରସର ବରିଷ୍ଠ ନେତା ତଥା ପୂର୍ବତମ କେନ୍ଦ୍ରମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ । ଦିଲ୍ଲୀରେ 86 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ପୂର୍ବରୁ ବ୍ରେନ ହାମରେଜର ଶିକାର ହଓଇ ଦିଲ୍ଲୀ ଏମସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କର ଦେହାନ୍ତ ହୋଇଛି ।

କଂଗ୍ରସ ବରିଷ୍ଠ ନେତା ଜାତୀୟ ରାଜନୀତିର ଏକ ବଡ଼ ଚେହେରା ଥିଲେ । ବୁଟା ସିଂହ କଗ୍ରେସ ଶାସନ କାଳରେ ଗୃହମନ୍ତ୍ରୀ (1986-1989), କୃଷି ମନ୍ତ୍ରୀ(1984-1986), ରେଳ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ପଦ ସମେତ 2004ରୁ 2006 ମସିହା ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଦାୟିତ୍ୱରେ ଥିଲେ । ଏଥିସହିତ 2007ରୁ 2010 ପର୍ଯ୍ୟନ୍ତ ସେ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ତୁଲାଇ ଥିଲେ ।

Buta-Singh

1977 ମସିହାରେ ଜମତା ପାର୍ଟି କଂଗ୍ରସକୁ ହରାଇ ଶାସନ ଗାଦିରେ ବସିବା ପରେ ବୁଟା ସିଂହ ଏକମାତ୍ର ରାଷ୍ଚ୍ରୀୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ଦ୍ୱାରା 1980ରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିଥିଲା । ପ୍ରଥମେ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢ଼ିବା ପରେ ୧୯୬୦ ଦଶକରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୨ରେ ରାଜସ୍ଥାନର ସାଧନା ନିର୍ବାଚନ ମଣ୍ଡଳୀରୁ ସିଂହ ପ୍ରଥମେ ଭାରତୀୟ ସଂସଦର ତୃତୀୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

1934 ମସିହା ମାର୍ଚ୍ଚ 21 ତାରିଖରେ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗାଁରେ ଜନ୍ମିତ ଶ୍ରୀ ସିଂହ ଶିଖ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ ।

ତାଙ୍କର ଏହି ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ବୁଟା ସିଂହ ଜୀ ଗରିବମାନଙ୍କ କଲ୍ୟାଣ ସହ ଦଳିତମାନଙ୍କ କଲ୍ୟାଣ ପାଇଁ ଜଣେ ପ୍ରଭାବି ନେତା ଥିଲେ । ବୁଟା ସିଂହ ସେମାନଙ୍କ ସ୍ୱର ଥିଲେ ।' ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, 'ସରଦାର ବୁଟା ସିଂହଙ୍କ ଦେହାନ୍ତ ଯୋଗୁଁ ଆଜି ପୁରା ଦେଶ ଜଣେ ସଚ୍ଚୋଟ ଜନସେବକ ଏବଂ ନିଷ୍ଠାପର ନେତାଙ୍କୁ ହରାଇଛି । ବୁଟା ସିଂହ ତାଙ୍କ ସମଗ୍ର ଜୀବନ ଦେଶ ସେବା ଏବଂ ଲୋକ କଲ୍ୟାଣରେ ସମର୍ପିତ କରିଥିଲେ, ଏଥିପାଇଁ ସେ ଚୀରସ୍ମରଣୀୟ ରହିବେ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+