ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ
କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ଅହମ୍ମଦ ପଟେଲଙ୍କର ଦେହାନ୍ତ ହୋଇଛି | ଆଜି ସକାଳ 3.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି | ଏକମାସ ପୂର୍ବରୁ କରୋନା ସଂକ୍ରମିତ ହୋଇ ଗୁରୁଗ୍ରାମର ମୈଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ଆଜି ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ଫୈଜଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି |
ନୂଆଦିଲ୍ଲୀ : କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ଅହମ୍ମଦ ପଟେଲଙ୍କର ଦେହାନ୍ତ ହୋଇଛି | ଆଜି ସକାଳ 3.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି | ଏକମାସ ପୂର୍ବରୁ କରୋନା ସଂକ୍ରମିତ ହୋଇ ଗୁରୁଗ୍ରାମର ମୈଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ଆଜି ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ଫୈଜଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି | ମତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା |

ଫୈସଲ୍ ଟୁଇଟ୍ କରି ଲେଖିଛନ୍ତି ଯେ, "ଗଭୀର ଦୁଃଖ ଏବଂ ଶୋକରେ ମ୍ରିୟମାଣ ହୋଇ ଘୋଷଣା କରୁଛି 2020 ନଭେମ୍ବର 25 ଭୋର୍ 3.30 ସମୟରେ ମୋର ପିତା ଶ୍ରୀଯୁକ୍ତ ଅହମଦ ପଟେଲ୍ଙ୍କର ଦୁଃଖଦ ଏବଂ ଅକାଳ ବିୟୋଗ ହୋଇଛି | ପ୍ରାୟ ଏକ ମାସ ପୂର୍ବରୁ କରୋନା ସଂକ୍ରମିତ ହେବା ପରେ ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯିବା କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା | କୋଭିଡ୍-୧୯ ନିୟମ ଏବଂ କଟକଣା ପାଳନ କରିବା ସହ ଜନସମାବେଶରୁ ଦୂରେଇ ରହି ଏବଂ ସବୁ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୁଁ ଅନୁରୋଧ କରୁଛି |"
@ahmedpatel pic.twitter.com/7bboZbQ2A6
— Faisal Patel (@mfaisalpatel) November 24, 2020
ତାଙ୍କର ଏହି ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, 'ଅହମ୍ମଦ ପଟେଲ ଜୀଙ୍କର ଦେହାନ୍ତରେ ଦୁଃଖିତ | ସେ ସମାଜରେ ସେବା କରି ସାଧାରଣ ଜୀବନରେ ଅନେକ ବର୍ଷ ବିତାଇଥିଲେ | ତାଙ୍କର ତୀକ୍ଷ୍ଣ ବୁଦ୍ଧି ପାଇଁ ସେ ଜଣାଶୁଣା, କଂଗ୍ରେସ ପାର୍ଟିକୁ ମଜବୁତ କରିବାରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ | ତାଙ୍କ ପୁଅ ଫୈସଲଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି | ଅହମ୍ମଦ ଭାଇଙ୍କ ଆତ୍ମାକୁ ଶାନ୍ତି ମିଳୁ |'
Saddened by the demise of Ahmed Patel Ji. He spent years in public life, serving society. Known for his sharp mind, his role in strengthening the Congress Party would always be remembered. Spoke to his son Faisal and expressed condolences. May Ahmed Bhai’s soul rest in peace.
— Narendra Modi (@narendramodi) November 25, 2020
ତାଙ୍କ ମୃତ୍ୟୁରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମବେଦନା ଜଣାଇ ଲେଖିଛନ୍ତି, ଆଜି ଏକ ଦୁଃଖର ଦିନ | ଶ୍ରୀ ଅହମଦ୍ ପଟେଲ୍ ଥିଲେ କଂଗ୍ରେସର ସ୍ତମ୍ଭ ସଦୁଶ | ଖୁବ୍ ଉତ୍ସାହର ସହ ସେ କଂଗ୍ରେସ ପାଇଁ ସମୟ ଦେବା ସହ ଅତି ଅସୁବିଧା ପରିସ୍ଥିତିରେ ଦଳକୁ ସହଯୋଗ କରିଥିଲେ | କଂଗ୍ରସ ପାଇଁ ସେ ଥିଲେ ଏକ ମହାନ୍ ସମ୍ବଳ | ଆମେ ତାଙ୍କ ଅନୁପସ୍ଥିତି ଅନୁଭବ କରିବୁ | ଫୈସଲ, ମମ୍ତାଜ୍ ଏବଂ ତାଙ୍କ ପରିବାରକୁ ମୋର ସ୍ନେହ ଓ ସମବେଦନା |
It is a sad day. Shri Ahmed Patel was a pillar of the Congress party. He lived and breathed Congress and stood with the party through its most difficult times. He was a tremendous asset.
We will miss him. My love and condolences to Faisal, Mumtaz & the family. pic.twitter.com/sZaOXOIMEX
— Rahul Gandhi (@RahulGandhi) November 25, 2020
ଏକ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଅହମ୍ମଦ ପଟେଲ, ସେ ନିଜେ ଟ୍ୱିଟ୍ କରି ନିଜର କରୋନା ସଂକ୍ରମିତ ବିଷୟରେ ସୂଚନା ଦେଇଥିଲେ | ସେଏହି ଚ୍ୱିଟରେ ଲେଖିଥିଲେ, 'ମୁଁ କରୋନା ପଜିଟିଭ୍ ହୋଇଗଲି, ମୋର ଅନୁରୋଧ ଯେଉଁମାନେ ମୋ ସହିତ ମିଳାମିଶା କରିଛନ୍ତି, ସେମାନେ ନିଜକୁ ସଙ୍ଗରୋଧ କରି ରଖନ୍ତୁ |'
ନଭେମ୍ବର 15 ରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଗୁରୁଦ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |
ସୂଚନାଯୋଗ୍ୟ ଯେ 71 ବର୍ଷିୟ ଅହମ୍ମଦ ପଟେଲ 3 ଥର ଲୋକସଭା ଏବଂ 5 ଥର ରାଜ୍ୟସଭା ସାଂସଦ ଥିଲେ | ସେ 26 ବର୍ଷ ବୟସରେ ଭାରୁଚରୁ ପ୍ରଥମ ଲୋକସଭା ନିର୍ବାଚନରେ ଜିତିଥିଲେ | ସୋନିଆ ଗାନ୍ଧୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅହମ୍ମଦ ପଟେଲଙ୍କୁ ଦଳର ଟ୍ରବଲସୁଟର କୁହାଯାଉଥିଲା, ତାଙ୍କୁ 2018 ରେ କଂଗ୍ରେସ ଦଳର କୋଷାଧ୍ୟକ୍ଷ କରାଯାଇଥିଲା, ସେ 1993 ମସିହାରୁ ରାଜ୍ୟସଭା ସାଂସଦ ଥିଲେ |












Click it and Unblock the Notifications