Get Updates
Get notified of breaking news, exclusive insights, and must-see stories!

ବେରୋଜଗାରୀ ଉପରେ ନିଜ ସରକାରକୁ ଘେରିଲେ ବରୁଣ ଗାନ୍ଧୀ, ପଚାରିଲେ- ଏହି ପଦବୀ ପାଇଁ ଆବଣ୍ଟିତ ବଜେଟ୍ କୁଆଡେ ଗଲା ?

ବରୁଣ ଗାନ୍ଧୀ କହିଛନ୍ତି ଯେ 'ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ହୋଇଥିବାବେଳେ, ସରକାରୀ ଆକଳନକୁ ବିଶ୍ୱାସ କଲେ ଦେଶରେ 60 ଲକ୍ଷ ଅନୁମୋଦିତ ପଦବୀ ଖାଲି ଅଛି ।

ଲକ୍ଷ୍ନୌ : ବେକାରୀ ସମସ୍ୟା ଉଠାଇ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରୁ ଘେରିଛନ୍ତି । ବରୁଣ ଗାନ୍ଧୀ କହିଛନ୍ତି ଯେ 'ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ହୋଇଥିବାବେଳେ, ସରକାରୀ ଆକଳନକୁ ବିଶ୍ୱା, କଲେ ଦେଶରେ 60 ଲକ୍ଷ ଅନୁମୋଦିତ ପଦବୀ ଖାଲି ଅଛି ।

Varun Gandhi

କୃଷକଙ୍କ ପ୍ରସଙ୍ଗ ହେଉ ଅବା ମହଙ୍ଗା ବୃଦ୍ଧି, ବେରୋଜଗାରୀ ହେଉ କିମ୍ବା ପେପର୍ ଲିକ୍ ପ୍ରସଙ୍ଗ ବରୁଣ ଗାନ୍ଧୀ ନିଜ ପାର୍ଟିକୁ କାଠଗଡ଼ାରେ ଛିଡ଼ା କରାଇ ଆସୁଛନ୍ତି ।
ବିଜେପି ସାଂସଦ ବରୁଣ ଗାନ୍ଧୀ ଶନିବାର ଦିନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ବେକାରୀ ସଂଖ୍ୟା ପ୍ରକାଶ କରିଛନ୍ତି । ତଥ୍ୟ ଦେବା ସହ ବରୁଣ ଗାନ୍ଧୀ ଲେଖିଛନ୍ତି, "ଯେତେବେଳେ ବେକାରି ତିନି ଦଶନ୍ଧିର ଉଚ୍ଚରେ ଥାଏ, ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ହୋଇଥିବାବେଳେ ସରାକରୀ ଆକଳନ ଅନୁସାରେ ଦେଶରେ 60 ଲକ୍ଷ 'ଅନୁମୋଦିତ ପଦବୀ' ଖାଲି ଅଛି । ଏହି ପୋଷ୍ଟଗୁଡିକ ପାଇଁ ଆବଣ୍ଟିତ ବଜେଟ୍ କୁଆଡେ ଗଲା ? ଏହା ଜାଣିବା ପ୍ରତ୍ୟେକ ଯୁବକଙ୍କର ଅଧିକାର ଅଛି !"

ବେରୋଜଗାରୀ ପ୍ରସଙ୍ଗରେ ବରୁଣ ଗାନ୍ଧୀ ନିଜ ସରକାରକୁ ଘେରିବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ବେରୋଜଗାରୀ ଏବଂ ପେପର୍ ଲିକ୍ ପ୍ରସଙ୍ଗରେ ବରୁଣ ଗାନ୍ଧୀ ନିଜ ବିଜେପି ସରକାରକୁ ଘେରିଥିଲେ । ଏହାପୂର୍ବରୁ, ଜଣେ ଛାତ୍ରଙ୍କ ଫଟୋ ଟ୍ୱିଟ୍ କରିବାବେଳେ ବରୁଣ ଗାନ୍ଧୀ ଲେଖିଥିଲେ,

ଯେଉଁ ପଦବୀର ଆଶାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରକ୍ତ ଓ ଝାଳ ଏକାଠି କରନ୍ତି, ପରିବାରର ସଦସ୍ୟମାନେ ସେମାନଙ୍କ ସର୍ବସ୍ୱ ସମର୍ପିତ କରିଦିଅନ୍ତି, ସେହି ପଦବୀର ଖୋଲାଖୋଲି ବିକ୍ରି ଦ୍ୱାରା ଲକ୍ଷ ଲକ୍ଷ ପରିଶ୍ରମୀ ଯୁବକଙ୍କର ମନୋବଳ ଭାଙ୍ଗିଯାଉଛି । #UPSI2021 ନିଯୁକ୍ତିରେ ଅନିୟମିତତା ହୋଇଛି, ଧରାପଡ଼ିଥିବା ଲୋକ ଏହାର ସାକ୍ଷୀ ଅଟନ୍ତି । ନ୍ୟାୟ ପାଇଁ ତୁମର ଲଢେଇରେ ମୁଁ ତୁମମାନଙ୍କ ସହିତ ଅଛି । ଏହିପରି ଅନିୟମିତତାରେ ମଧ୍ୟ ପିତାମାତାଙ୍କ ବଳିଦାନକୁ ଅପମାନିତ କରେ ଯେଉଁମାନେ ବର୍ଷ ବର୍ଷ ଧରି ସେମାନଙ୍କ ପେଟ କାଟି ନିଜ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ମୁଁ ଆଶା କରୁଛି ଯେ ଛାତ୍ରଛାତ୍ରୀଙ୍କ ଦାବି ସରକାର ଗ୍ରହଣ କରିବେ ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନହୁଏ ସେଥିପାଇଁ କଡା ପଦକ୍ଷେପ ଗ୍ରହଣ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+