Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡ : ହରକ ସିଂହ ରାୱତଙ୍କ ଇସ୍ତଫା ପ୍ରଶ୍ନ ଉପରେ କହିଲେ ବିଜେପି ରାଜ୍ୟ ସଭାପତି - 'ଅଲ୍ ଇଜ୍ ୱେଲ୍'

ହରକ ସିଂହ ରାୱତଙ୍କ ଇସ୍ତଫା ସମ୍ପର୍କିତ ଖବରକୁ ମଦନ କୌଶିକ ଖଣ୍ଡନ କରିଛନ୍ତି । ରାୱତ ଉପରେ ପ୍ରଶ୍ନ ଉପରେ ଆଲୋକପାତ କରିବାବେଳେ ଆମୀର ଖାନଙ୍କ ଫିଲ୍ମ ଥ୍ରୀ ଇଡିଅଟ୍ସର ସଂଳାପ କହି ସେ କହିଛନ୍ତି ଯେ କୌଣସି ସ୍ଥାନରେ ଅସୁବିଧା ନାହିଁ ।

ଦେହରାଡୁନ୍ : ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ହରକ ସିଂହ ରାୱତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ରାୱତଙ୍କ ଅସନ୍ତୋଷ ଏବଂ ଇସ୍ତଫା ନେଇ ଉତ୍ତରାଖଣ୍ଡ ବିଜେପି ସଭାପତି ମଦନ କୌଶିକଙ୍କ ବିବୃତ୍ତି ଆସିଛି । ହରକ ସିଂହ ରାୱତଙ୍କ ଇସ୍ତଫା ସମ୍ପର୍କିତ ଖବରକୁ ମଦନ କୌଶିକ ଖଣ୍ଡନ କରିଛନ୍ତି । ରାୱତ ଉପରେ ପ୍ରଶ୍ନ ଉପରେ ଆଲୋକପାତ କରିବାବେଳେ ଆମୀର ଖାନଙ୍କ ଫିଲ୍ମ ଥ୍ରୀ ଇଡିଅଟ୍ସର ସଂଳାପ କହି ସେ କହିଛନ୍ତି ଯେ କୌଣସି ସ୍ଥାନରେ ଅସୁବିଧା ନାହିଁ । ସରକାର ଏବଂ ସଂଗଠନରେ 'ଅଲ୍ ଇଜ୍ ୱେଲ୍' ଅର୍ଥାତ୍ ସବୁକିଛି ଠିକ ଅଛି ।

madan Kaushik

ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ଡକ୍ଟର ହରକ ସିଂହ ରାୱତ ଜଙ୍ଗଲ ଓ ପରିବେଶ, ଶ୍ରମ ଏବଂ ଆୟୁଷ ମନ୍ତ୍ରଣାଳୟର ଅଧିକାରୀ ଅଟନ୍ତି । ରାଜ୍ୟ କ୍ୟାବିନେଟ ବୈଠକ ସମୟରେ କୋଟଦ୍ୱାର ମେଡିକାଲ କଲେଜର ପ୍ରସ୍ତାବ ସ୍ଥଗିତ ହେବା ନେଇ ହରକ ସିଂହ ରାୱତ ଅସନ୍ତୋଷ ପ୍ରକାଶ କରି ବୈଠକ ଛାଡ଼ି ଚାଲିଯାଇଥିବା ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି । ଏହା ପରେ ସେ ମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । କେବଳ ଏତିକି ନୁହେଁ ବିଜେପି ବିଧାୟକ ଉମେଶ ଶର୍ମା ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ।

ଏହି ଖବର ଉତ୍ତରାଖଣ୍ଡ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସେୟାର କରାଯାଇଛି । କଂଗ୍ରେସର ଟ୍ୱିଟରରୁ କ୍ୟାବିନେଟ ମନ୍ତ୍ରୀ ହରକ ସିଂହ ରାୱତ ଏବଂ ବିଧାୟକ ଉମେଶ ଶର୍ମାଙ୍କ ଇସ୍ତଫା ସହ ଜଡିତ ଖବର ସେୟାର କରାଯାଇ ଲେଖାଯାଇଛି - 'ଜାହାଜ ବୁଡ଼ୁଛି, ଲୋକ ଦୌଡ଼ୁଛନ୍ତି' ।
ମନ୍ତ୍ରୀ ହରକ ଏବଂ ବିଧାୟକ ଉମେଶଙ୍କ ଇସ୍ତଫାକୁ ବିଜେପି ରାଜ୍ୟ ସଭାପତି ମଦନ କୌଶିକ ଖଣ୍ଡନ କରିଛନ୍ତି । ଏଥି ସହ ଦଳର ରାଜ୍ୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ମନଭୀର ସିଂହ ଚୌହ୍ୱାନ କହିଛନ୍ତି ଯେ ହରକ ସିଂହ ରାୱତ କୌଣସି ଲିଖିତ ଇସ୍ତଫା ଦେଇନାହାଁନ୍ତି । ସେ ହରକ ସିଂହ ରାୱତଙ୍କ ସଭା ଛାଡିବା ଘଠଣାକୁ ମଧ୍ୟ ଭୁଲ କହିଛନ୍ତି । ସେ କହିଛନ୍ତି ଯେ କ୍ୟାବିନେଟ ବୈଠକ ଶେଷ ହେବା ପରେ ରାୱତ ଯାଇଛନ୍ତି । ଏଭଳି ପରିସ୍ଥିତିରେ ରାୱତଙ୍କ ଅସନ୍ତୋଷର ଖବର କେଉଁ ଆଧାରରେ ମନଭୀର ସିଂହ ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+