ଉତ୍ତରାଖଣ୍ଡରେ ରାଜନୈତିକ ଉତ୍ତେଜନା, ହରିଶ ରାୱତ ଏବଂ ପ୍ରୀତମ ସିଂଙ୍କ ସମେତ 4 ବଡ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା
ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ଦଳର ହାଇକମାଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଡିୟାଲ, କଂଗ୍ରେସ ନେତା ଯଶପାଲ ଆର୍ଯ୍ୟ ଏବଂ ସିଏଲପି ଦଳର ନେତା ପ୍ରୀତମ ସିଂଙ୍କୁ ଦିଲ୍ଲୀ ଡକାଇଛନ୍ତି ।
ଦେହରାଡୁନ୍ : ଆଜିକାଲି କଂଗ୍ରେସ ଦଳ ଭିତରେ କିଛି ଭଲ ଚାଲିନାହିଁ । ବର୍ତ୍ତମାନ ପଞ୍ଜାବ କଂଗ୍ରେସରେ ଏକ ବିବାଦ ଲାଗି ରହିଥିବାବେଳେ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସ ଦଳରେ ମତଭେଦ ଆରମ୍ଭ ହୋଇଛି । ଏହି ସବୁ ମଧ୍ୟରେ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ଦଳର ହାଇକମାଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଡିୟାଲ, କଂଗ୍ରେସ ନେତା ଯଶପାଲ ଆର୍ଯ୍ୟ ଏବଂ ସିଏଲପି ଦଳର ନେତା ପ୍ରୀତମ ସିଂଙ୍କୁ ଦିଲ୍ଲୀ ଡକାଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ବୁଧବାର ଦିନ ହରିଶ ରାୱତଙ୍କ ଟ୍ୱିଟ୍ ଯୋଗୁଁ କେବଳ ଉତ୍ତରାଖଣ୍ଡରେ ନୁହେଁ ଦେଶର ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଅନେକ ଟ୍ୱିଟ୍ କରି ସଂଗଠନର କାର୍ଯ୍ୟ ଶୈଳୀ ଏବଂ ନେତୃତ୍ୱ ଉପରେ ହରିଶ ରାୱତ ପ୍ରଶ୍ନ ଉଠାଇଛନ୍ତି । ସମସ୍ତେ ଭାବିବାକୁ ବାଧ୍ୟ ହେଉଛନ୍ତି ଯେ, କିଛି ମାସ ପୂର୍ବରୁ ପଞ୍ଜାବରେ କଂଗ୍ରେସର ମତଭେଦକୁ ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ହରିଶ ରାୱତ ବର୍ତ୍ତମାନ କିପରି ବିଦ୍ରୋହୀ ମନୋଭାବ ଦେଖାଇ ପାରିବେ ?
ଆପଣଙ୍କୁ କହିବାକୁ ଗଲେ ହରିଶ ରାୱତଙ୍କ ବିଦ୍ରୋହୀ ମନୋଭାବ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ପଞ୍ଜାବର ଦାୟିତ୍ୱରୁ ହଟାଇ ଦିଆଯାଇଥିଲା ଏବଂ ଏହି ଦାୟିତ୍ୱ ହରିଶ ଚୌଧୁରୀଙ୍କୁ ଦିଆଯାଇଥିଲା । ଖବର ଅନୁଯାୟୀ, ସିଦ୍ଧୁ ଏବଂ କ୍ୟାପଟେନଙ୍କ ମତବେଦକୁ ଦୂର କରିବାକୁ ଚେଷ୍ଟା କରିବାରେ ହରିଶ ରାୱତଙ୍କ ଭୂମିକାକୁ ନେଇ କଂଗ୍ରେସ ହାଇକମାଣ୍ଡ ଅସନ୍ତୋଷ ପ୍ରକାଶ କରିଥିଲେ ।
ଏହା ପର ଠାରୁ ହରିଶ ରାୱତଙ୍କ ମନ ଟିକେ ଖରାପ ହୋଇଗଲା । ବୁଧବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ପ୍ରଭୁ କେଦାରନାଥଙ୍କ ଉପରେ ବିଶ୍ୱାସ କରେ ଯେ ସେ ଆସନ୍ତା ନୂଆ ବର୍ଷ ସୁଦ୍ଧା ମୋତେ ସଠିକ୍ ମାର୍ଗଦର୍ଶନ କରିବେ । ସେ ଏକ ଟ୍ୱିଟ୍ ରେ କହିଛନ୍ତି ଯେ ତାଙ୍କ ମନରେ ଅନେକ ଥର ଏକ ଚିନ୍ତାଧାରା ଆସୁଛି ଯେ ହରିଶ ରାୱତ ଏବେ ବହୁତ ହୋଇଗଲା, ବର୍ତ୍ତମାନ ବିଶ୍ରାମ କରିବାର ସମୟ ଆସିଛି । ହରିଶ ରାୱତଙ୍କ ଏହି ଟ୍ୱିଟରୁ ଅନୁମାନ ଲଗାଯାଉଛି ଯେ ସେ ରାଜନୀତିରୁ ଅବସର ଘୋଷଣା କରିବେ କି ?












Click it and Unblock the Notifications