ଚାରି ବର୍ଷ ପୁରିବାର 9 ଦିନ ପୂର୍ବରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ, ଭାବପ୍ରବଣ ହୋଇ ଭୁଲିଗଲେ ତାରିଖ

ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେ ଇସ୍ତଫା ଦେଇଛନ୍ତି । 18 ମାର୍ଚ୍ଚ 2017 ରେ, ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।

ଦେହରାଡୁନ୍ : ତ୍ରିବେନ୍ଦ୍ର ସିଂ ରାୱତ ମଙ୍ଗଳବାର (9 ମାର୍ଚ୍ଚ) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଇସ୍ତଫା ଦେବା ପରେ ରାୱତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେବା ସହ ଉତ୍ତରାଖଣ୍ଡ ଜନତା ଏବଂ ତାଙ୍କ ଦଳ ବିଜେପିକୁ ଧନ୍ୟବାଦ ଦେଇଛନ୍ତି । ତେବେ ଏହି ସମୟ ମଧ୍ୟରେ ତାଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ପଦବୀ ଯିବାର ଦୁଃଖ ସ୍ପଷ୍ଟ ନଜର ଆସୁଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଆଜିର ତାରିଖ ମଧ୍ୟ ଭୁଲିଯାଇଥିଲେ ।

Trivendra-SIngh

9 ଦିନ ପରେ ପଦବୀକୁ ପୁରିଥାନ୍ତା ଚାରି ବର୍ଷ

ଇସ୍ତଫା ସମ୍ପର୍କରେ ସୂଚନା ଦେବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତ୍ରିବେନ୍ଦ୍ର ରାୱତ ଭାବପ୍ରବଣ ହୋଇପଡଡ଼ିଥିଲେ । ଏପରିକି ସେ ଆଜିର ତାରିଖ ମଧ୍ୟ ଭୁଲିଯାଇଥିଲେ । ନିକଟରେ ବସିଥିବା ସହକର୍ମୀଙ୍କୁ ପଚାରିଲେ ଆଜି ତାରିଖ କ'ଣ ? ସେମାନଙ୍କ ସହ ବସିଥିବା ନେତାମାନେ ମାର୍ଚ୍ଚ 9 ବୋଲି କହିଥିଲେ । ଏହା ପରେ ତାଙ୍କ କାର୍ଯ୍ୟକାଳକୁ ଚାରି ବର୍ଷ ପୁରିବାକୁ ମାତ୍ର 9 ଦିନ ରହିଛି ବୋଲି ନିରାଶ ହୋଇ କହିଥିଲେ ।

କାର୍ଯ୍ୟକାଳ ପୁରା କରିପାରିଲେନି ତ୍ରିବେନ୍ଦ୍ର

ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେ ଇସ୍ତଫା ଦେଇଛନ୍ତି । 18 ମାର୍ଚ୍ଚ 2017 ରେ, ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେ ପ୍ରାୟ ଚାରି ବର୍ଷରୁ ନଅ ଦିନ କମ୍ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଥିଲେ । ଉଲ୍ଲେଖନୀୟ, ଉତ୍ତରାଖଣ୍ଡ ଗଠନ ପରେ ନାରାୟଣ ଦତ୍ତ ତିୱାରୀଙ୍କ ବ୍ୟତୀତ କୌଣସି ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ପୁରା କରିପାରି ନାହାଁନ୍ତି । ବିଧାୟକଙ୍କ ବିରୋଧ ଏବଂ ଦଳୀୟ ନେତୃତ୍ୱର ଚାପରେ ଇସ୍ତଫା ଦେଇଥିବା ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ସେହି କାର୍ଯ୍ୟକର୍ତ୍ତାଙ୍କ ତାଲିକାରେ ସାମିଲ ହେଲେ, ଯେଉଁମାନେ ସେମାନଙ୍କର କାର୍ଯ୍ୟକାଳ ଶେଷ କରିପାରିନାହାଁନ୍ତି ।

Trivendra-SIngh

ଇସ୍ତଫା ପରେ ତ୍ରିବେନ୍ଦ୍ର ସିଂ ରାୱତ

ସାମ୍ବାଦିକ ସମ୍ମିଳନୀରେ ତ୍ରିବେନ୍ଦ୍ର କହିଛନ୍ତି ଯେ, "ଦଳ ମିଳିତ ଭାବେ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦବୀରେ ଅନ୍ୟ କାହାକୁ ସୁଯୋଗ ଦେବା ଉଚିତ୍ । ଏହା ପରେ ମୁଁ ରାଜ୍ୟପାଳଙ୍କ ନିକଟରେ ମୋର ଇସ୍ତଫା ପତ୍ର ଦାଖଲ କରିଛି । ଗତ 4 ବର୍ଷ ଧରି ବିଜେପି ମୋତେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବରେ ସେବା କରିବାର ସୁଯୋଗ ଦେଇଥିଲା । ଏହା ମୋର ସୌଭାଗ୍ୟ । ଦଳ ମୋତେ ଏତେ ବଡ଼ ସମ୍ମାନ ଦେବ ବୋଲି ମୁଁ କେବେ କଳ୍ପନା କରିନଥିଲି । ଗୋଟିଏ ଛୋଟ ଗାଁର କାର୍ଯ୍ୟକର୍ତ୍ତାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବନାଇବା କେବଳ ବିଜେପିରେ ସମ୍ଭବ ଥିଲା । ବର୍ତ୍ତମାନ ଅନ୍ୟ କାାକୁ ସୁଯୋଗ ମିଳୁ । "

ସେପଟେ ତ୍ରିବେନ୍ଦ୍ର ସିଂ ପଦରୁ ହଟିବା ପରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି । ତେବେ ନୂଆ ବିଧାୟକ ହୋଇଥିବା ଧନ ସିଂହ ରାୱତ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିପାରନ୍ତ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ବ୍ୟତୀତ ଉତ୍ତରାଖଣ୍ଡର ଡେପୁଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ମଧ୍ୟ ଏହି ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+