ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ଦେଇପାରନ୍ତି ଇସ୍ତଫା
ଉତ୍ତରପ୍ରଦେଶ ବିଜେପିରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ଏହି ସଙ୍କଟ ମଧ୍ୟରେ ଏକ ବଡ଼ ଖବର ଆସୁଛି ଯେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଙ୍ଗଳବାର ଇସ୍ତଫା ଦେଇପାରନ୍ତି ।
ଦେହରାଡୁନ୍ : ଉତ୍ତରପ୍ରଦେଶ ବିଜେପିରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ଏହି ସଙ୍କଟ ମଧ୍ୟରେ ଏକ ବଡ଼ ଖବର ଆସୁଛି ଯେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଙ୍ଗଳବାର ଇସ୍ତଫା ଦେଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ ରାଜ୍ୟରେ ରାଜନୈତିକ ଆନ୍ଦୋଳନ ତୀବ୍ର ହୋଇଛି । ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଅପରାହ୍ନ 4 ଟାରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି ।

ଏହାର ଗୋଟିଏ ଦିନ ପୂର୍ବରୁ ତ୍ରିବେନ୍ଦ୍ର ସିଂ ରାୱତ ଦିଲ୍ଲୀ ଯାଇ ସେଠାରେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କୁ ଭେଟିଥିଲେ । ବିଜେପି ରାଜ୍ୟରେ ନେତୃତ୍ୱ ବଦଳାଇବାକୁ ଯାଉଛି ବୋଲି ଅନୁମାନ କରାଯାଉଥିଲା । ତ୍ରିବେନ୍ଦ୍ର ସିଂ ରାୱତଙ୍କ କାର୍ଯ୍ୟକଳାପକୁ ନେଇ ଦଳର ଅନେକ ନେତା ଓ ମନ୍ତ୍ରୀ ଆପତ୍ତି କରିଥିଲେ ।
2017 ରେ ବିଜେପି ରାଜ୍ୟର 70 ଟି ଆସନ ମଧ୍ୟରୁ 57 ଟି ଜିତିଥିବା ବେଳେ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ସାମ୍ବାଦିକ ସମ୍ମିଳନୀ କରିବ ତ୍ରିବେନ୍ଦ୍ର ସିଂ
ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ନେଇ କଳ୍ପନା ଜଳ୍ପନା ମଧ୍ୟରେ ଅପରାହ୍ନରେ ସେ ଏକ ସାମ୍ବାଦି ସମ୍ମିଳନୀ କରିବା ନେଇ ବରିଷ୍ଠ ବିଜେପି ନେତା ତଥା ବିଧାୟକ ମୁନ୍ନା ସିଂ ଚୌହାନ ସୂଚନା ଦେଇଛନ୍ତି । ମୁନ୍ନା ସିଂ ଚୌହାନ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ 57 ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଅଛନ୍ତି ।
ମୁନ୍ନା ସିଂ ଚୌହାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଦଳର ନେତୃତ୍ୱଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରୁଛନ୍ତି । ସେ ଗତକାଲି ଦିଲ୍ଲୀରେ ପାର୍ଟି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହ କଥା ହୋଇଥିଲେ । ତାଙ୍କୁ ଦଳର ମୁଖ୍ୟ ଡାକିଥିଲେ ବୋଲି ଚୌହାନ ସୂଚନା ଦେଇଛନ୍ତି ।












Click it and Unblock the Notifications