ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଙ୍କ ବଡ଼ ବିଜୟ, 54 ହଜାର ଭୋଟରେ ହେଲେ ବିଜୟୀ
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ 54,000 ରୁ ଅଧିକ ଭୋଟ ବ୍ୟବଧାନରେ ଚମ୍ପାୱତ୍ ଉପ-ନିର୍ବାଚନରେ ଜିତିଛନ୍ତି । ପୁଷ୍କର ସିଂହ ଧାମୀ 54,121 ଭୋଟରେ ଜିତିଛନ୍ତି ।
ଦେହରାଡୁନ୍ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚମ୍ପାୱତ୍ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ 54,000 ରୁ ଅଧିକ ଭୋଟ ବ୍ୟବଧାନରେ ଚମ୍ପାୱତ୍ ଉପ-ନିର୍ବାଚନରେ ଜିତିଛନ୍ତି ।

ପୁଷ୍କର ସିଂହ ଧାମୀ 54,121 ଭୋଟରେ ଜିତିଛନ୍ତି । ବିଜୟ ପରେ ଧାମୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି କ୍ଷମତାରେ ରହିବା ପରେ ଧାମୀ ମାର୍ଚ୍ଚରେ ସିଏମ୍ ଭାବରେ ଶପଥ ଗ୍ରହଣ କରିଥିଲେ, କିନ୍ତୁ ସେ ଖତିମା ଠାରୁ କଂଗ୍ରେସକୁ ନିର୍ବାଚନରେ ହାରି ଯାଇଥିଲେ ତେଣୁ ଏହି ଉପ-ନିର୍ବାଚନରେ ଜିତିବା ଜରୁରୀ ଥିଲା ।
ପୁଷ୍କର ସିଂହ ଧାମୀ କଂଗ୍ରେସର ନିର୍ମଳା ଗହଟୋରି ଏବଂ ସମାଜବାଦୀ ପାର୍ଟିର ମନୋଜ କୁମାର ଭଟ୍ଟଙ୍କୁ ପରାସ୍ତ କରିବା ସହିତ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁଙ୍କୁ ପରାସ୍ତ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଚମ୍ପାୱତ୍ ଉପ-ନିର୍ବାଚନରେ ଭୋଟ୍ ଗଣତି ଆରମ୍ଭ ହେବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବଡ଼ ବିଜୟ ହାସଲ କରିଛନ୍ତି ।












Click it and Unblock the Notifications