ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ବିଜେପିକୁ ଝଟକା, କଂଗ୍ରେସରେ ସାମିଲ ହେଲେ କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ

ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଲାଗିଛି ଏକ ବଡ଼ ଝଟକା । କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ, ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟଙ୍କ ସମେତ ଅନେକ ନେତା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।

ଦେହରାଡୁନ୍ : ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଲାଗିଛି ଏକ ବଡ଼ ଝଟକା । କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ, ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟଙ୍କ ସମେତ ଅନେକ ନେତା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଯଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ ଆର୍ଯ୍ୟଙ୍କ ବ୍ୟତୀତ ରାୟପୁର ବିଧାୟକ ଉମେଶ ଶର୍ମା କଂଗ୍ରେସରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା ।

congress

ଯଶପାଲ ଆର୍ଯ୍ୟ ବାଜପୁର ଆସନରୁ ବିଧାୟକ ଏବଂ ନୈନିତାଲ ଆସନରୁ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ବିଧାୟକ ଅଛନ୍ତି । ଯଶପାଲ ଆର୍ଯ୍ୟ ବର୍ତ୍ତମାନ ଉତ୍ତରପ୍ରଦେଶ ସରକାରରେ ପରିବହନ, ସାମାଜିକ କଲ୍ୟାଣ, ସଂଖ୍ୟାଲଘୁ କଲ୍ୟାଣ, ଛାତ୍ର କଲ୍ୟାଣ, ନିର୍ବାଚନ ଏବଂ ଏକ୍ସାଇଜ୍ ବିଭାଗର ମନ୍ତ୍ରୀ ଅଟନ୍ତି।
ଆମେ ଆପଣଙ୍କୁ କହି ରଖୁଛୁ ଯେ ଯଶପାଲ ଆର୍ଯ୍ୟ କିଛି ସମୟ ପାଇଁ ଦଳ ଉପରେ ଅସନ୍ତୋଷ ଥିବା ଖବର ଆସିଥିଲା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ତାଙ୍କର ସାକ୍ଷାତ ମଧ୍ୟ ହୋଇଥିଲା ।

କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା, ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ପ୍ରଦେଶ ପ୍ରଭାରୀ ଦେବେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଯଶପାଲ ଏବଂ ସଞ୍ଜୀବ ଆର୍ଯ୍ୟ କଂଗ୍ରେସକୁ ଫେରିଛନ୍ତି । ଏହି ସମୟରେ ବିରୋଧୀ ଦଳର ନେତା ପ୍ରୀତମ ସିଂ, ରାଜ୍ୟ ଅଧ୍ୟକ୍ଷ ଗଣେଶ ଗୋଡିୟାଲ ଏବଂ ପୂର୍ବତନ ସିଏମ ହରିଶ ରାୱତ ମଧ୍ୟ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ଉଭୟ ଯଶପାଲ ଏବଂ ତାଙ୍କ ପୁଅ ସଞ୍ଜୀବ 2017 ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେପି ସରକାର ଗଠନ ପରେ ତାଙ୍କୁ ଯଶପାଲଙ୍କୁ ଉପହାର ଦେଇ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା । ଏବେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+