Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡ ନିର୍ବାଚନ 2022 : ଗରିବଙ୍କ ପାଇଁ ତିନୋଟି ସିଲିଣ୍ଡର ଏବଂ ଅଧିକ କିଛି ସାମିଲ କରି 'ଦୃଷ୍ଟି ପତ୍ର' ଜାରି କଲା ବିଜେପି

ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବିଜେପିର ମେନିଫେଷ୍ଟୋ 'ଦୃଷ୍ଟି ପତ୍ର' ରିଲିଜ କରିବାବେଳେ ଚାଷୀଙ୍କ ଉପରେ ବିଶେଷ ଧ୍ୟାନ ଦେବା କଥା କହିଛନ୍ତି । ଉତ୍ତରାଖଣ୍ଡର ପ୍ରତ୍ୟେକ ବ୍ଲକରେ ମଣ୍ଡି ପ୍ରତିଷ୍ଠା ହେବ ବୋଲି କହିଥିଲେ ।

ଦେହରାଡୁନ୍ : ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ଜାରି କରିଛି । ବିଜେପି ଏହାର ମେନିଫେଷ୍ଟୋକୁ 'ଦୃଷ୍ଟି ପତ୍ର' ନାମ ଦେଇଛି । ମେନିଫେଷ୍ଟୋ ପ୍ରକାଶ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶାଙ୍କ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।

BJP

ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବିଜେପିର ମେନିଫେଷ୍ଟୋ 'ଦୃଷ୍ଟି ପତ୍ର' ରିଲିଜ କରିବାବେଳେ ଚାଷୀଙ୍କ ଉପରେ ବିଶେଷ ଧ୍ୟାନ ଦେବା କଥା କହିଛନ୍ତି । ଉତ୍ତରାଖଣ୍ଡର ପ୍ରତ୍ୟେକ ବ୍ଲକରେ ମଣ୍ଡି ପ୍ରତିଷ୍ଠା ହେବ ବୋଲି କହିଥିଲେ । ଚାଷୀଙ୍କୁ ସମାନ୍ ନିଧି ମଧ୍ୟ ଦିଆଯିବ । କୃଷି ଜମି ସର୍ବେକ୍ଷଣ ଏବଂ ବୀମା କ୍ଷେତ୍ରରେ ଏକ ନୂତନ ଡ୍ରୋନ୍ ନୀତି କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ନିତିନ ଗଡ଼କରୀ । ଏହା ବ୍ୟତୀତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କୃଷକମାନଙ୍କ ପାଇଁ ଋଣ ମଧ୍ୟ ସହଜରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ଏଥି ସହିତ, ରମେଶ ପୋଖରିଆଲ କହିଛନ୍ତି ଯେ ଆମେ 2025 ସୁଦ୍ଧା ଉତ୍ତରାଖଣ୍ଡକୁ ଦେଶର ସର୍ବୋତ୍ତମ ରାଜ୍ୟ କରିବାକୁ ଚାହୁଁଛୁ । ଏକ ନିରାପଦ ଦେବଭୂମି ଚାହୁଁଛୁ, ଜମି ବେଆଇନ ଦଖଲ ହେତୁ ଜନସଂଖ୍ୟା ପରିବର୍ତ୍ତନ ଘଟୁଛି, ଆମେ ଏଥିପାଇଁ ଏକ ଆଇନ ଆଣିବୁ । ସେ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିରେ କେନ୍ଦ୍ର ସରକାର 6 ହଜାର ଏବଂ 6 ହଜାର ରାଜ୍ୟ ସରକାର ପ୍ରଦାନ କରିବେ । ଅର୍ଥାତ୍ କୃଷକଙ୍କ ଆକାଉଣ୍ଟକୁ 12 ହଜାର ଟଙ୍କା ଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, ହରିଦ୍ୱାରକୁ ଯୋଗର ରାଜଧାନୀ କରିବା ଆମର ଲକ୍ଷ୍ୟ । ଗରିବ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ଯୋଜନା ଅଛି । ଗରିବ ପରିବାରକୁ ଗୋଟିଏ ବର୍ଷରେ 3 ଟି ସିଲିଣ୍ଡର ମାଗଣାରେ ଦିଆଯିବ । ଏହା ବ୍ୟତୀତ, ବିପିଏଲ ପରିବାରର ମହିଳାମାନଙ୍କୁ ପ୍ରତି ମାସରେ 2000, ଗରିବ ପିଲାମାନଙ୍କୁ ପ୍ରତି ମାସରେ 1000 ଟଙ୍କା ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+