Assembly Election 2022 Live: ଅପରାହ୍ନ 5ଟା ପର୍ଯ୍ୟନ୍ତ ପଞ୍ଜାବରେ 63.44%, ୟୁପିରେ 57.44% ମତଦାନ
ଉତ୍ତର ପ୍ରଦେଶ ପାଇଁ ହେଉଥିବା ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ କାଲି ହେବ ଭୋଟ୍ ଗ୍ରହଣ । ଏହା ସହିତ ପଞ୍ଜାବର ସମସ୍ତ 117 ଆସନ ପାଇଁ ମଧ୍ୟ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଦେବେ ସାଧାରଣ ଜନତା ।ପଞ୍ଜାବରେ 49.81% ଏବଂ ଅପରାହ୍ନ 3 ଟା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ପାଇଁ ହେଉଥିବା ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଏବଂ ପଞ୍ଜାବର ସମସ୍ତ 117 ଆସନ ପାଇଁ ଆଜି ସରିଛି ମତଦାନ । ଇଭିଏମରେ ସିଲ୍ ହୋଇଛି ଉତ୍ତର ପ୍ରଦେଶର 59 ଆସନ ଓ ପଞ୍ଜାବର 117 ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ 16 ଟି ଜିଲ୍ଲାର 59 ଟି ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ହାଥରସ, ଫିରୋଜାବାଦ, ଏଟା, କାସଗଞ୍ଜ, ମୈନପୁରୀ, କନ୍ନୌଜ, ଇଟାୱା, ଔରୌୟା, କାନପୁର ଦେହତ, ଫାରୁଖାବାଦ, କାନପୁର ନଗର, ଜାଲୌନ୍, ଝାନସୀ, ଲଲିତପୁର, ହରିପୁର ମହେବା ଜିଲ୍ଲାର 59 ଆସନ ପାଇଁ ମତଦାନ କରିଛନ୍ତି ଭୋଟର୍ । ସୂଚନା ଯୋଗ୍ୟ, ଆସନ୍ତା ମାର୍ଚ୍ଚ 10 ତାରିଖରେ ପ୍ରକାଶ ପାଇବ ଫଳାଫଳ ।
ମତଦାନ ସମ୍ବନ୍ଧିତ ଖବର ପାଇଁ ଦେଖନ୍ତୁ ୱାନ ଇଣ୍ଡିଆ ଓଡିଆର ଲାଇଭ ଅପଡେଟ :
ଉତ୍ତର ପ୍ରଦେଶ
ୟୁପିର କେଉଁ ଆସନରେ କେତେ ମତଦାନ
ସନ୍ଧ୍ୟା 5 ପର୍ଯ୍ୟନ୍ତ ମୈନପୁରୀରେ 60.82% ଔରୈୟାରେ 58.67%, ଲଲିତପୁରରେ 67.50%, ହାଥରସରେ 58.95%, ଇଟାୱାରେ 58.33%, କନୌଜରେ 60.28%, ଏଟାରେ 63.58%, ଝାନସୀରେ 57.71%, ଜାଲୌନରେ 53.84%, ଫରୁଖାବାଦରେ 60.34%, ହମୀରପୁରରେ 58.05%, ମହୋବାରେ 61.43%, କାସଗଞ୍ଜରେ 59.18%, ଫିରୋଜାବାଦରେ 57.35%, କାନପୁରରେ 53.42 %, କାନପୁର ଦେହeତରେ 59.11% ମତଦାନ ।
READ MORE













Click it and Unblock the Notifications