ୟୁପି ବିଜେପିକୁ ଆଉ ଏକ ଝଟକା, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ
ଦାରା ସିଂହ ଚୌହ୍ୱାନ ଯୋଗୀ ସରକାରଙ୍କ ପରିବେଶ ଏବଂ ପ୍ରାଣୀ ଉଦ୍ୟାନ ମନ୍ତ୍ରୀ ଥିଲେ । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରଠାରୁ ଦାରା ସିଂହ ଚୌହ୍ୱାନ ମଧ୍ୟ ଇସ୍ତଫା ଦେଇ ଏସପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା କରାଯାଇଥିଲା ।
ଲକ୍ଷ୍ନୌ : ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ବର୍ତ୍ତମାନ ବିଜେପିକୁ ଆଉ ଏକ ବଡ଼ ଧରଣର ଝଟକା ଲାଗିଛି । ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ଦାରା ସିଂହ ଚୌହ୍ୱାନ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି ।
ଆପଣଙ୍କୁ କହି ରଖୁଛୁ ଦାରା ସିଂହ ଚୌହ୍ୱାନ ଯୋଗୀ ସରକାରଙ୍କ ପରିବେଶ ଏବଂ ପ୍ରାଣୀ ଉଦ୍ୟାନ ମନ୍ତ୍ରୀ ଥିଲେ । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରଠାରୁ ଦାରା ସିଂହ ଚୌହ୍ୱାନ ମଧ୍ୟ ଇସ୍ତଫା ଦେଇ ଏସପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା କରାଯାଇଥିଲା ।

ସୂଚନାଯୋଗ୍ୟ, ମାରା ଜିଲ୍ଲାର ମଧୁବନ ବିଧାନସଭା ଆସନରୁ ଦାରା ସିଂହ ଚୌହ୍ୱାନ ବିଧାୟକ ଅଛନ୍ତି । ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସେ ଯୋଗୀ ସରକାରଙ୍କୁ ଦଳିତ, ପଛୁଆ ଏବଂ ଯୁବକଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି । ଦାରା ସିଂହ କହିଛନ୍ତି, ମାନ୍ୟବର ଯୋଗୀ ଆଦିତ୍ୟନାଥ ଜିଙ୍କ କ୍ୟାବିନେଟରେ ଜଙ୍ଗଲ, ପରିବେଶ ଏବଂ ପଶୁ ଉଦ୍ୟାନ ମନ୍ତ୍ରୀ ଭାବରେ ମୁଁ ମୋର ବିଭାଗର ଉନ୍ନତି ପାଇଁ ହୃଦୟ ସହିତ କାର୍ଯ୍ୟ କଲି । କିନ୍ତୁ ସରକାର ପଛୁଆ, ବଞ୍ଚିତ, ଦଳିତ, କୃଷକ ଏବଂ ବେକାର ଯୁବକଙ୍କ ଉପରେ ଦଳର ଚରମ ଅବହେଳା ମନୋଭାବ ସହିତ ପଛୁଆ ଏବଂ ଦିଳିତଙ୍କ ସଂରକ୍ଷଣ ସହିତ ଖେଳୁଛନ୍ତି, ଏଥିରେ ଅସନ୍ତୋଷ ହୋଇ ମୁଁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଉଛି ।
ଏହା ପୂର୍ବରୁ ଦାରା ସିଂହ ଚୌହ୍ୱାନ ବିଏସପି ଏବଂ ଏସପିରେ ରହି ସାରିଛନ୍ତି । ପ୍ରଥମେ ସେ ବିଏସପିରୁ ଏମଏଲସି ଥିଲେ, ପରେ ରାଜ୍ୟସଭାକୁ ଯାଇଥିଲେ । ପରେ ବିଏସପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇ ଘୋସି ଆସନରୁ ସାଂସଦ ହୋଇଥିଲେ । 2014 ରେ ଲୋକସଭା ନିର୍ବାଚନରେ ହାରିଯିବା ପରେ ସେ 2017 ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ମଉ ଜିଲ୍ଲାର ମଧବନ ଆସନରୁ ବିଧାୟକ ନିର୍ବାଚିଚ ହୋଇ ମନ୍ତ୍ରୀ ହୋଇଥିଲେ ।
ଦାରା ସିଂହଙ୍କ ଇସ୍ତଫା ପରେ ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଟ୍ୱିଟ ମଧ୍ୟ ସାମ୍ନାକୁ ଆସିଛି । କେଶବ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି, 'ଯଦି ପରିବାରର କୌଣସି ସଦସ୍ୟ ବିପଥଗାମୀ ହୁଅନ୍ତି, ତେବେ ଦୁଃଖ ହୁଏ, ଯାଉଥିବା ସମ୍ମାନିତ ମାନ୍ୟଗଣଙ୍କୁ ଏହା କହିବି ଯେ ବୁଡ଼ି ଯାଉଥିବା ଡଙ୍ଗାରେ ଚଢିବା ନିଜ ପାଇଁ କ୍ଷତି ହେବ । ବଡ ଭାଇ ଶ୍ରୀ ଦାରା ସିଂହ ଜୀ, ଆପଣ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ୍ ।'












Click it and Unblock the Notifications