ୟୁପିରେ ତୃତୀୟ ପର୍ଯ୍ୟାୟ ପାଇଁ ଆଜି ସରିବ ପ୍ରଚାର, ଫେବୃଆରୀ 20 ରେ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ଜନସାଧାରଣ
ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ 7 ଟି ପର୍ଯ୍ୟାୟରେ ମତଦାନ ହେଉଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଫେବୃଆରୀ 20 ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ ।
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ 7 ଟି ପର୍ଯ୍ୟାୟରେ ମତଦାନ ହେଉଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଫେବୃଆରୀ 20 ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଆଜି (ଫେବୃଆରୀ 18) ଅପରାହ୍ନ 5:00 ରେ ଶେଷ ହେବ ।
ଆପଣଙ୍କୁ କହି ରଖୁଛୁ ତୃତୀୟ ପର୍ଯ୍ୟାୟ ପାଇଁ 16 ଟି ଜିଲ୍ଲାର 59 ଟି ଆସନ ପାଇଁ ଫେବୃଆରୀ 20 ରେ ଭୋଟ୍ ଗ୍ରହଣ ହେବ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଲା କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟରେ ହାଥରସ, ଫିରୋଜାବାଦ, ଏଟା, କାସଗଞ୍ଜ, ମୈନପୁରୀ, କନ୍ନୌଜ, ଇଟାୱା, ଔରୌୟା, କାନପୁର ଦେହତ, ଫାରୁଖାବାଦ, କାନପୁର ନଗର, ଜାଲୌନ୍, ଝାନସୀ, ଲଲିତପୁର, ହରିପୁର ମହେବା ଜିଲ୍ଲାର 59 ଆସନ ପାଇଁ ମତଦାନ କରିବେ ଭୋଟର୍ । ଫେବୃଆରୀ 18 ସନ୍ଧ୍ୟାରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହେବା ସହିତ ଏହି 16 ଟି ଜିଲ୍ଲା ସହିତ ସଂଯୁକ୍ତ ଅନ୍ୟ ଜିଲ୍ଲା ତଥା ରାଜ୍ୟଗୁଡିକର ସୀମାକୁ ସିଲ୍ କରାଯିବ ଏବଂ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଏଥିସହ ଏହି 16 ଟି ଜିଲ୍ଲାରେ ମଦ, ବିୟର ଏବଂ ନିଶାଦ୍ରବ୍ୟ କାରବାର କରୁଥିବା ସମସ୍ତ ଲାଇସେନ୍ସପ୍ରାପ୍ତ ଦୋକାନ ବନ୍ଦ ରହିବ । ମାର୍ଚ୍ଚ 21 ସୋମବାର ଦିନ ମତଦାନ ଶେଷ ହେବା ପରେ ଏହି ଦୋକାନଗୁଡ଼ିକ ଖୋଲିବ ।
16 ଟି ଜିଲ୍ଲାର 59 ଟି ଆସନରେ, ସମସ୍ତ ରାଜନୈତିକ ଦଳର ବଡ ନେତା ଏବଂ ଷ୍ଟାର୍ ପ୍ରଚାରକମାନେ ସେମାନଙ୍କ ସପକ୍ଷରେ ବୋଟରହ୍କୁ ଆକୃଷ୍ଟ କରିବା ପାଇଁ ସଭା, ରାଲି ଆଦି ଆୟୋଜନ କରିଛନ୍ତି । କିନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉଭୟ ପ୍ରମୁଖ ଦଳ ବିଜେପି ଏବଂ ସପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ପର୍ଯ୍ୟାୟରେ, ଅନେକ ଜିଲ୍ଲା ଅଛି ଯାହା ଏକଦା ସମାଜବାଦୀ ପାର୍ଟିର ଗଡ଼ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଗତ ନିର୍ବାଚନରେ ବିଜେପି ଏଠାରେ ବଡ଼ ପରିବର୍ତ୍ତନ ଆଣି 59 ଟି ଆସନ ମଧ୍ୟରୁ 49 ଟି ଜିତିଥିଲା । ସପା-କଂଗ୍ରେସ ଗଠବନ୍ଧନକୁ ମିଳିଥିଲା ମାତ୍ର 9 ଟି ଆସନ । ଏହି ସମୟର ସମାଜବାଦୀ ପାର୍ଟି ନିଜ ଗଡ଼କୁ ପୁଣି ଫେରିବା ପାଇଁ ପ୍ରୟାସ କରୁଥିବା ବେଳେ ବିଜେପି ନିଜ ରେକର୍ଡ ଭାଙ୍ଗି ଆହୁରି ଅଧିକ ଆସନ ହାତେଇବାକୁ ଜୋରଦାର ପ୍ରୟାସ କରୁଛି ।












Click it and Unblock the Notifications