ଆମେରିକା ରାଷ୍ଟ୍ରପତି ନିର୍ବାଚନ 2020 : ରାଷ୍ଟ୍ରପତି ହେବାକୁ ଜୋ ବାଇଡେନ୍ ଙ୍କୁ ଆବଶ୍ୟକ 6ଟି ସିଟ୍
ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତିର ଫଳାଫଳ | ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ 264 ସିଟ୍ ଜିତି ଆଗୁଆ ଅଛନ୍ତି | ରାଷ୍ଟ୍ରପତି ଆସନରେ ବସିବାକୁ ଆବଶ୍ୟକ 6ଟି ସିଟ୍ |
ଓ୍ୱାସିଙ୍ଗଟନ୍ ଡି.ସି : ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତିର ଫଳାଫଳ ଦେଶକୁ ନୂଆ ରାଷ୍ଟ୍ରପତି ଦେବାର ସମ୍ଭାବନା ସୃଷ୍ଟି କରିଛି | ଖବର ଲେଖା ସୁଦ୍ଧା ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ 264 ସିଟ୍ ଜିତି ସାରିଲେଣି | ରାଷ୍ଟ୍ରପତି ଆସନରେ ବସିବାକୁ ତାଙ୍କୁ ଆଉ 6ଟି ସିଟ୍ ଜିତିବାକୁ ପଡ଼ିବ |

ଅପରପକ୍ଷରେ ବର୍ତ୍ତମାନର ରାଷ୍ଟ୍ରପତି ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ 214 ସିଟ୍ ଜିତିଛନ୍ତି | ସେହିପରି ଡୋନାଲ୍ଡଙ୍କୁ ରାଷ୍ଟ୍ରପତି ଆସନ ବଜାୟ ରଖିବାକୁ ଆହୁରି 54ଟି ସିଟ୍ ବିଜୟ ଲାଭ କରିବାକୁ ହେବ |












Click it and Unblock the Notifications