Get Updates
Get notified of breaking news, exclusive insights, and must-see stories!

UPA Vs NDA : କାହା ସପକ୍ଷରେ ଦେଶର କେଉଁ ରାଜନୈତିକ ଦଳ ?

ଲୋକସଭା ନିର୍ବାଚନ 2024 ପାଇଁ ବିରୋଧୀ ଦଳଗୁଡିକୁ ଏକତ୍ରିତ କରିବା ପରେ 17 ଏବଂ 18 ଜୁଲାଇରେ ବେଙ୍ଗାଲୁରୁରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେଉଛି । ଜୁନ୍ 23 ରେ ପାଟନାରେ ଅନୁଷ୍ଠିତ ବୈଠକ ପରେ ବିରୋଧୀ ଦଳ ଦ୍ୱିତୀୟ ଥର ପାଇଁ ବେଙ୍ଗାଲୁରୁରେ ବୈଠକ କରୁଛନ୍ତି । କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ଏହି ବୈଠକରେ 24 ଜଣ ବିରୋଧୀ ଦଳ ସୋମବାର ରାତିରେ ବେଙ୍ଗାଲୁରୁରେ ରାତ୍ରୀ ଭୋଜନ କରିବେ ଏବଂ ଜୁଲାଇ 18 ରେ 11 ଟା ସମୟରେ ବୈଠକ କରିବେ ।

UPA vs NDA

ଅନ୍ୟପକ୍ଷରେ, ବିରୋଧୀ ଦଳମାନଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ, ମଙ୍ଗଳବାର, 18 ତାରିଖ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, NDA ଦିଲ୍ଲୀରେ ଏହାର ସହଯୋଗୀମାନଙ୍କର ଏକ ବୈଠକ ଆୟୋଜନ କରୁଛି । ଏଥିରେ 19 ଦଳ ସାମିଲ ହେବାନେଇ ଦାବି କରିଛି ବିଜେପି ।
ତେବେ ଆସନ୍ତୁ ଜାଣିବା UPA ମିଳିତ ମଞ୍ଚର କେଉଁ ବିରୋଧୀ ଦଳ ଏବଂ NDA ମିଳିତ ମଞ୍ଚର କେଉଁ ଦଳ ପ୍ରଧାନମନ୍ତ୍ରୀ ମୋଦୀ ଗୋଷ୍ଠୀରେ ଏକାଠି ହୋଇଛନ୍ତି ?

ଏହି ଦଳଗୁଡିକ UPA ସହ ଅଛନ୍ତି । ଏବଂ ବେଙ୍ଗାଲୁରୁ ବୈଠକରେ ସାମିଲ ହେବେ -

  • କଂଗ୍ରେସ - ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡ଼ଗେ, କେସି ଭେନୁଗୋପାଲ
  • ଜେଡିୟୁ (JDU) - ନୀତୀଶ କୁମାର, ସଞ୍ଜୟ ଝା
  • ଆରଜେଡ଼ି (RJD) - ଲାଲୁ ପ୍ରସାଦ, ତେଜସ୍ୱୀ ଯାଦବ
  • ଶିବସେନା (ଉଦ୍ଧବ ଗୋଷ୍ଠୀ) - ଉଦ୍ଧବ ଠାକରେ, ସଞ୍ଜୟ ରାଉତ
  • ଏନସିପି - ଶରଦ ପାୱାର, ସୁପ୍ରିୟା ସୁଲେ, ଜିତେନ୍ଦ୍ର ଅହୱାଦ
  • ଟିଏମସି - ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ
  • ଆମ୍ ଆଦମୀ ପାର୍ଟି - ଅରବିନ୍ଦ କେଜ୍ରିୱାଲ
  • ସମାଜବାଦୀ ପାର୍ଟି - ଅଖିଳେଶ ଯାଦବ, ରାମ ଗୋପାଳ ଯାଦବ
  • ସିପିଆଇ - ଡି ରାଜା
  • ସିପିଏମ୍ - ସୀତାରାମ ୟେଚୁରୀ
  • ଡିଏମକେ-ଏମ.କେ ଷ୍ଟାଲିନ
  • ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( JMM ) - ହେମନ୍ତ ସୋରେନ
  • ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ - ଓମାର ଅବଦୁଲ୍ଲା
  • ପିଡିପି- ମେହବୁବା ମୁଫତି
  • ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ- କେଏମ କାଦର ମୋହିଦ୍ଦିନ, ପି.କେ କୁନାଲି କୁଟି
  • ସିପିଆଇ MA- ଦୀପଙ୍କର ଭଟ୍ଟାଚାର୍ଯ୍ୟ
  • ଆରଏଲଡି (RLD)- ଜୟନ୍ତ ସିଂହ ଚୌଧୁରୀ
  • କେରଳ କଂଗ୍ରେସ ଏମ୍ - ଜୋସ୍ କେ ମଣି
  • MDMK - ଥିରୁ ଭାଇକୋ, ଜି ରେନୁଗୋଭି
  • ଭିସିକେ - ଥିରୁ ଥିରୁମାଭାଲାଭାନ୍, ରବି କୁମାର
  • MIAB - ଜି ଦେବରାଜ
  • KMDK - ଥିରୁ ଇ ଆର ଇଶ୍ୱରନ୍, ଚିନ୍ନରାଜ
  • RSP - ଏମ.କେ ପ୍ରେମଚନ୍ଦ୍ରମ୍
  • କେରଳ କଂଗ୍ରେସ - ପିଜେ ଜୋସେଫ, ଫ୍ରାନ୍ସିସ୍ ଜର୍ଜ କେ

ବିରୋଧୀ ଏକତାକୁ ମଧ୍ୟ ନିଜର ଶକ୍ତି ଦେଖାଇବା ପାଇଁ ଏନଡିଏ ଏହାର ପୁରୁଣା ସହଯୋଗୀମାନଙ୍କୁ ଆଣିବା ପାଇଁ ଏକ ଅଭିଯାନରେ ଲାଗି ପଡ଼ିଛି । ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ସମେତ ଅନ୍ୟ ରାଜ୍ୟର ଦଳଗୁଡ଼ିକୁ ଏକାଠି କରିବାକୁ ବିଜେପି ଉଦ୍ୟମ କରୁଛି । ଉତ୍ତରପ୍ରଦେଶର ସୁହେଲଦେବ ଭାରତ ସମାଜ ଦଳର ଓମପ୍ରକାଶ ରାଜଭାର ଏନଡିଏ ବୈଠକ ପୂର୍ବରୁ ଏନଡିଏରେ ଯୋଗ ଦେଇଛନ୍ତି । ଏଥିସହ ଜେପି ନଡ୍ଡା ମଧ୍ୟ ବୈଠକରେ ଯୋଗଦେବା ପାଇଁ ଚିରାଗ ପାସୱାନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ଏହା ବ୍ୟତୀତ ଚିରାଗ ପାସୱାନଙ୍କ ଦାଦା ପଶୁପତି ପରାସଙ୍କ ଦଳ ମଧ୍ୟ ଏହି ସଭାରେ ଯୋଗଦେବ । ପ୍ରାୟ 20 ଟି ଦଳ ଏହି ବୈଠକରେ ଯୋଗଦେବାକୁ ରାଜି ହୋଇଛନ୍ତି ବୋଲି ବିଜେପି ଦାବି କରିଛି ।

NDA ସହ ଅଛନ୍ତି କେଉଁ ଦଳ

  • ମହାରାଷ୍ଟ୍ରର ଏକନାଥ ସିନ୍ଦେ ଦଳର ଶିବସେନା
  • ଏନସିପି( ଅଜିତ ପାୱାର ଗୋଷ୍ଠୀ)
  • ବିହାର, ଏଲଜେପିର ଦୁଇ ପକ୍ଷ
  • ଉପେନ୍ଦ୍ର କୁଶୱାହା
  • ଜିତନ ରାମ ମାଞ୍ଝୀ,
  • ଉତ୍ତର ପ୍ରଦେଶର ଅପନା ଦଳ
  • ସୋନେଲାଲ ସଞ୍ଜୟ ନିଶାଦଙ୍କ ନିଶାଦ ପାର୍ଟି
  • ଓମପ୍ରକାଶ ରାଜଭାରଙ୍କ ସୁଭସପା
  • ମେଘାଳୟ ସଙ୍ଗମାଙ୍କ ଏନସିପି
  • ନାଗାଲାଣ୍ଡର ଏନଡିପିପି
  • ମିଜୋ ନ୍ୟାସନାଲ ପ୍ରଣ୍ଟ
  • ଆସାମ ଗଣ ପରିଷଦ
  • ସିକ୍କିମର ଏମ୍ କେ ଏମ୍
  • ପବନ କଲ୍ୟାଣଙ୍କର ଜନସେନା
  • ହରିୟାଣାର ଜନନାୟକ ଜନତା ପାର୍ଟି
  • ତାମିଲନାଡ଼ୁର AIMDMK
  • ତାମିଲ ମାନିଲା କଂଗ୍ରେସ
  • ଇଣ୍ଡିଆ ମକ୍କଲ କଲୱୀ ମୁନେତ୍ର
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+