ଖେରୀ ଘଟଣାକୁ କୃଷକଙ୍କ ଉପରେ ଏକ ଯୋଜନାବଦ୍ଧ ଆକ୍ରମଣ କହିଲେ ରାହୁଲ ଗାନ୍ଧୀ, ଖେରୀ ଯିବାକୁ ୟୁପି ପ୍ରଶାସନରୁ ମିଳିନାହିଁ ଅନୁମତି
ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଯିବା ପୂର୍ବରୁ ଲକ୍ଷ୍ନୌ ପୋଲିସ କମିଶନର ଡି.କେ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ରାଜ୍ୟ ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି ।
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ଉତ୍ତରପ୍ରଦେଶ ସରଗରମ ରହିଛି । ବୁଧବାର ଦିନ ଏହି ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କୃଷକମାନଙ୍କ ଉପରେ ଜିପ୍ ଚଢାଇ ଦିଆଯାଉଛି, ସେମାନଙ୍କୁ ହତ୍ୟା କରାଯାଉଛି, ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ନାମ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ସେ ଆହୁରି କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ଯାଇଥିଲେ କିନ୍ତୁ ଲକ୍ଷ୍ମୀପୁର ଖେରୀକୁ ଯାଇ ନଥିଲେ । ଏହା କୃଷକଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ହିଂସା ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଉଠାଇବା ଗଣମାଧ୍ୟମର ଦାୟିତ୍ୱ, କିନ୍ତୁ ଯେତେବେଳେ ଆମେ ପ୍ରଶ୍ନ ପଚାରୁ, ଏହି ପ୍ରସଙ୍ଗ ଉଠାଉଛୁ, ଆପଣ (ଗଣମାଧ୍ୟମ) କହୁଛନ୍ତି ଯେ ଆମେ ରାଜନୀତି କରୁଛୁ । ସେ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍ଷ୍ନୌ ଯିବି । ସେଠାରୁ ଆମେ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରିବୁ । ଏପରିକି ଧାରା -144 ରେ ମଧ୍ୟ ତିନି ଜଣ ଲୋକ ଯାଇପାରିବେ । ଆମେ ଲକ୍ଷ୍ମୀପୁରର ସ୍ଥିତି ଦେଖିବାକୁ ଚାହୁଁଛୁ । ପ୍ରିୟଙ୍କା କିମ୍ବା ମୋତେ ଗିରଫ କରାଯିବାରେ କିଛି ଫରକ ପଡ଼େ ନାହିଁ । ସଂଗ୍ରାମ ପାଇଁ ଆମେ ତାଲିମପ୍ରାପ୍ତ । ଏହା ହେଉଛି କୃଷକଙ୍କ ସମସ୍ୟା ।
Farmers are being mowed down by a jeep, they're being murdered, the name of a union minister & his son is coming up in this incident (Lakhimpur Kheri). Y'day, PM visited Lucknow but he didn't visit Lakhimpur Kheri. It's a systematic attack on farmers: Congress leader Rahul Gandhi pic.twitter.com/ajyrCdt8Dx
— ANI (@ANI) October 6, 2021
ରାହୁଲଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ମିଳିନାହିଁ
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଯିବା ପୂର୍ବରୁ ଲକ୍ଷ୍ନୌ ପୋଲିସ କମିଶନର ଡି.କେ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ରାଜ୍ୟ ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି । ଯଦି ସେ ଲକ୍ଷ୍ନୌକୁ ଆସନ୍ତି, ତେବେ ଆମେ ତାଙ୍କୁ ବିମାନବନ୍ଦରରେ ଲକ୍ଷ୍ମୀପୁର ଖେରୀ ଏବଂ ସୀତାପୁର ନ ଯିବାକୁ ଅନୁରୋଧ କରିବୁ । ଲକ୍ଷ୍ମୀପୁର ଏବଂ ସୀତାପୁରର ଏସପି ଏବଂ ଡିଏମ୍ ଆମକୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅଟକାଇବାକୁ ଅନୁରୋଧ କରିଛନ୍ତି ।












Click it and Unblock the Notifications