UP ନିର୍ବାଚନ 2022 : ଅଖିଳେଶଙ୍କ ସହ ହାତ ମିଳାଇଲେ ଓପି ରାଜଭର, ଏସପି କହିଛି - ୟୁପିରେ ବିଜେପି ସଫା !
ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ବର୍ତ୍ତମାନ ସମାଜବାଦୀ ପାର୍ଟି ସହ ହାତ ମିଳାଇଛନ୍ତି । ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।
ଲକ୍ଷ୍ନୌ : ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ବର୍ତ୍ତମାନ ସମାଜବାଦୀ ପାର୍ଟି ସହ ହାତ ମିଳାଇଛନ୍ତି । ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ଏବଂ ଓମ ପ୍ରକାଶ ରାଜଭରଙ୍କ ଫଟୋକୁ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଏସପି ଲେଖିଛି ଯେ ''ସମାଜବାଦୀ ପାର୍ଟି ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଦଳିତ, ଶୋଷିତ, ପଛୁଆ, ମହିଳା, କୃଷକ, ଯୁବକ, ପ୍ରତ୍ୟେକ ଦୁର୍ବଳ ବିଭାଗ ପାଇଁ ଲଢେଇ କରିବେ । ସପା ଏବଂ ସୁଭାସପା ହେଲେ ଏକାଠି, ୟୁପିରେ ବିଜେପି ସଫା !''

ଓପି ରାଜଭର ଅଖିଳେଶଙ୍କ ସହ ତାଙ୍କର ସାକ୍ଷାତର ଏକ ଫଟୋ ସେୟାର କରି କହିଛନ୍ତି, ''ଅବକି ବାର, ବିଜେପି ସଫା ! ସମାଜବାଦୀ ପାର୍ଟି ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଏକାଠି ହୋଇଛନ୍ତି । ଦଳିତ, ପଛୁଆ ସଂଖ୍ୟାଲଘୁଙ୍କ ସହ ସମସ୍ତ ବିଭାଗକୁ ବିଶ୍ୱାସଘାତକତା କରିଥିବା ବିଜେପି ସରକାରଙ୍କ ମାତ୍ର ଚାରି ଦିନ ବାକି । ମାନନୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ସୁପ୍ରିମୋଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି ।''
वंचितों, शोषितों, पिछड़ों, दलितों, महिलाओं, किसानों, नौजवानों, हर कमजोर वर्ग की लड़ाई समाजवादी पार्टी और सुहेलदेव भारतीय समाज पार्टी मिलकर लड़ेंगे।
सपा और सुभासपा आए साथ,
— Samajwadi Party (@samajwadiparty) October 20, 2021
यूपी में भाजपा साफ! pic.twitter.com/mdwUOiVi0I
ଓପି ରାଜଭାର କହିଛନ୍ତି ଯେ ୟୁପିରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବା ପାଇଁ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି ଏକାଠି ହୋଇଛନ୍ତି । ମୁଁ 27 ଅକ୍ଟୋବରରେ ମଉରେ ଏକ ମହାପଞ୍ଚାୟତ ପାଇଁ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିଛି ।
ଆପଣଙ୍କୁ କହିରଖୁଛୁ, ଯୋଗୀ ଆଦିତ୍ୟନାଥ ସରକାରରେ ସୁଭାସପାର ଅଧ୍ୟକ୍ଷ ଓପି ରାଜଭର ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ । 2019 ରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜଭର ଇସ୍ତଫା ଦେଇଥିଲେ । ସେବେଠାରୁ ସେ କ୍ରମାଗତ ଭାବେ ବିଜେପି ସରକାର ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି । ଅକ୍ଟୋବର 27 ରେ ଉତ୍ତରପ୍ରଦେଶର ମଉ ଜିଲ୍ଲା ଅନ୍ତର୍ଗତ ହାଲଦାରପୁରରେ ଏକ ମହାପଞ୍ଚାୟକତ ଡକାଯାଇଥିବା ନେଇ ସେ ଶୁକ୍ରବାର କହିଥିଲେ । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମିଳିତ ମଞ୍ଚ ସମ୍ପର୍କରେ ଏକ ଘୋଷଣା କରାଯିବ ବୋଲି ମଧ୍ୟ ସେ କହିଥିଲେ । ସେ କହିଛନ୍ତି ଯେ ବହୁ ବର୍ଷ ଧରି ସେମାନଙ୍କ ଅଧିକାରରୁ ବଞ୍ଚିତ ଲୋକଙ୍କ ପାଇଁ ଭାଗିଦାରୀ ସଙ୍କଳ୍ପ ମୋର୍ଚ୍ଚା ଗଠିତ ହୋଇଛି ।












Click it and Unblock the Notifications