ୟୁପି ନିର୍ବାଚନ : ସ୍କ୍ରିନିଂ କମିଟି ଗଠନ କଲା କଂଗ୍ରେସ, ଜିତେନ୍ଦ୍ର ସିଂ ଅଧ୍ୟକ୍ଷ, ପ୍ରିୟଙ୍କା ଗାନ୍ଧୀ ରହିଲେ ସଦସ୍ୟ
ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଏକ ସ୍କ୍ରିନିଂ କମିଟି ଗଠନ କରିଛି । ଜିତେନ୍ଦ୍ର ସିଂଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଏକ ସ୍କ୍ରିନିଂ କମିଟି ଗଠନ କରିଛି । ଜିତେନ୍ଦ୍ର ସିଂଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ଦୀପେନ୍ଦ୍ର ସିଂ ହୁଡ୍ଡା ଏବଂ ବର୍ଷା ଗାଇକୱାଡଙ୍କୁ ଏହି କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।

କଂଗ୍ରେସର ସାଧାରଣ ସମ୍ପାଦକ ତଥା ପ୍ରଭାରୀ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ୟୁପି କଂଗ୍ରେସ କମିଟି ମୁଖ୍ୟ ଅଜୟ କୁମାର ଲଲୁ ଏବଂ ଆରାଧନା ମିଶ୍ର ମୋନା ପୂର୍ବତନ ସଦସ୍ୟ ରହିବେ ।
କଂଗ୍ରେସର ସାଧାରଣ ସମ୍ପାଦକ କେ.କେ ଭେନୁଗୋପାଲ ଏହି କମିଟି ଗଠନ ସମ୍ପର୍କରେ ଏକ ଚିଠି ଜାରି କରିଛନ୍ତି । ଚିଠିରେ ଦର୍ଶାଯାଇଛି ଯେ ମାନ୍ୟବର କଂଗ୍ରେସ ସଭାପତି ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରିଛନ୍ତି ଯାହା ତୁରନ୍ତ କାର୍ଯ୍ୟକାରୀ ହେବ ।












Click it and Unblock the Notifications