କର୍ଣ୍ଣାଟକରେ ପ୍ରଚାର ପାଇଁ ପହଞ୍ଚି ମୁସଲିମ ସଂରକ୍ଷଣକୁ ବନ୍ଦ କରିବା ନିଷ୍ପତ୍ତି ଉପରେ ଏପରି କହିଲେ ଯୋଗୀ

yogi adityanath

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଚିରେ ରଖି ଭାରତୀୟ ଜନତା ପାର୍ଟି ସରକାର ହାତେଇବାକୁ ସମସ୍ତ ଉଦ୍ୟମ କରୁଛି । ଦଳର ବଡ଼ ବଡ଼ ନେତା ରାଜ୍ୟରେ ଡେରା ପକାଇ ପ୍ରଚାର କରୁଛନ୍ତି । ଚଳିତ ନିର୍ବାଚନ ବିଜେପି ପାଇଁ କଷ୍ଟସାଧ୍ୟ ହେବା ପରି ମନେ ହେଉଥିବା ବେଳେ ଦଳ ନିଜର ଭୋଟ ବ୍ୟାଙ୍କ ବଢାଇବା ପାଇଁ ଷ୍ଟାର ପ୍ରଚାରକଙ୍କୁ ଆଣି ପ୍ରଚାର କରୁଛି ।

ଏହି ସମୟରେ ବିଜେପିର ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀଙ୍କ ପରେ ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଣ୍ଡୟା ପହଞ୍ଚିଛନ୍ତି । ଏଠାରେ ସେ ରୋଡ୍ ସୋରେ ଅଂଶଗ୍ରହଣ କରିଥିଲେ । ପ୍ରବଳ ଗରମ ସତ୍ତ୍ୱେ ଯୋଗୀଙ୍କ ରୋଡ୍ ସୋରେ ହଜାର ହଜାର ବିଜେପି ସମର୍ଥକ ଏକାଠି ହୋଇଥିଲେ ।

ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକର ମାଣ୍ଡୟା ଜିଲ୍ଲାରେ ଏକ ରୋଡ୍ ସୋ କରିଥିଲେ । ଏହା ପରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଧର୍ମ ଆଧାରରେ ସଂରକ୍ଷଣ ଦେବା ଅସାମ୍ବିଧାନିକ ଅଟେ । ମୁସଲମାନମାନଙ୍କ ପାଇଁ 4 ପ୍ରତିଶତ ସଂରକ୍ଷଣ ବନ୍ଦ କରିବାକୁ କର୍ଣ୍ଣାଟକର ବୋମ୍ମାଇ ସରକାରଙ୍କ ନିଷ୍ପତ୍ତିକୁ ସିଏମ୍ ଯୋଗୀ ଠିକ୍ କହିଛନ୍ତି ।

ଏପରିକି ପାରମ୍ପରିକ ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରି ୟୁପି ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କଂଗ୍ରେସ ଶାସନ ସମୟରେ କୌଣସି ପ୍ରକଳ୍ପ ଶେଷ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+