ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ପୁରଲିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବେ । ଏହା ପରେ ସେ ମେଦିନୀପୁରରେ ଏକ ନିର୍ବାଚନ ରାଲି କରିବେ ଏବଂ ଶେଷରେ ସେ ପ୍ରଚାର ପାଇଁ ବାଙ୍କୁରା ଯିବେ ।
କୋଲକାତା : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପଶ୍ଚିମବଙ୍ଗରେ ତିନିଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଷ୍ଚାର୍ ପ୍ରଚାରକ ତାଲିକାରେ ରହିଥିଲେ ଯୋଗୀ ଆଦିତ୍ୟନାଥ ।

ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ପୁରଲିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବେ । ଏହା ପରେ ସେ ମେଦିନୀପୁରରେ ଏକ ନିର୍ବାଚନ ରାଲି କରିବେ ଏବଂ ଶେଷରେ ସେ ପ୍ରଚାର ପାଇଁ ବାଙ୍କୁରା ଯିବେ । ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ 2 ମାର୍ଚ୍ଚରେ ମାଲଦାଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ ।
ଏହା ସହିତ ବିଜେପି ସଭାପତି ଜେପି ନଜ୍ଜା ମଧ୍ୟ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ସେ ମଧ୍ୟ ଆଜି ବିଷ୍ଣୁପୁରରେ ଏକ ରୋଡ୍ ସୋ କରିବେ । ଏହା ପରେ ସେ ଏକ ସଭାରେ ଭାଗ ନେବେ । ଅପରପକ୍ଷରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତିନୋଟି ରାଲିରେ ସମ୍ବୋଧିତ କରିବେ । ସେ ପ୍ରଥମେ ଲାଟୋରା, ତା'ପରେ ଛତନା ଏବଂ ଶେଷରେ ରାୟପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ।
ମାର୍ଚ୍ଚ 27 ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ । ନିର୍ବାଚନର ମୋଟ ଆଠଟି ପର୍ଯ୍ୟାୟ ହେବ । ଆସନ୍ତା ମେ 2 ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications