ଆଜିଠୁ ଉତ୍ତର ପ୍ରଦେଶ ପ୍ରଥମ ପର୍ଯ୍ୟାୟ ମତଦାନ, 58 ଆସନ ପାଇଁ ପଡ଼ୁଛି ଭୋଟ୍
ଆଜି ଠାରୁ ଆରମ୍ଭ ହୋଇଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ 7 ଟାରୁ ମତଦନ ଆରମ୍ଭ ହୋଇଛି । ପଶ୍ଚିମ ଉତ୍ତର ପ୍ରଦେଶର 11 ଜିଲ୍ଲାର 58 ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି ।
ଲକ୍ଷ୍ନୌ : ଆଜି ଠାରୁ ଆରମ୍ଭ ହୋଇଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ 7 ଟାରୁ ମତଦନ ଆରମ୍ଭ ହୋଇଛି । ପଶ୍ଚିମ ଉତ୍ତର ପ୍ରଦେଶର 11 ଜିଲ୍ଲାର 58 ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି । ଏହି 58 ଆସନ ପାଇଁ ମୋଟ 615 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଗ୍ରା, ଆଲିଗଡ଼, ବୁଲନ୍ଦ ସହର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ମିରଟ, ମୁଜାଫର ନଗର, ମଥୁରା, ହାପୁଡ଼ା, ବାଗପନ ଓ ସାମିଲ ଜିଲ୍ଲାରେ ଚାଲିଛି ମତଦାନ ।

ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 50ହଜାର ପାରାମିଲିଟାରୀ ଫୋର୍ସ, 412 କେନ୍ଦ୍ରୀୟ ସୁରକ୍ଷା ବଳରେ ଛାଉଣୀ ହୋଇଛି ଗଳିକନ୍ଦି ।
ପ୍ରଥମ ପର୍ଯ୍ୟାୟରେ କିଛି ମନ୍ତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ମନ୍ତ୍ରୀମାନେ ହେଉଛନ୍ତି ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ୍, ଅତୁଲ ଗାର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣ । ଆସନ୍ତାକାଲି ଶାମ୍ଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ଼, ମଥୁରା ଏବଂ ଆଗ୍ରାରେ ଭୋଟ୍ ଗ୍ରହଣ ଅଛି । ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟ୍ ଗ୍ରହଣ ହେଉଛି ।
ଉତ୍ତରପ୍ରଦେଶରେ ପୁନର୍ବାର ଯୋଗୀ ଆଦିତ୍ୟନାଥ ସରକାର ଗଢିବା ନେଇ ବିଜେପି ସମସ୍ତ ବଳକୌଶଳ ଲଗାଇ ଦେଇଛି । ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଘର ଘର ବୁଲି ଭୋଟ ମାଗୁଛନ୍ତି । ଦଳ 300 ପ୍ଲସ ନାରା ଦେଇ ପୁଣି ଥରେ ସତ୍ତାକୁ ଫେରିବାର ଜୋରଦାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ସେପଟେ ସମାଜବାଦୀ ପାର୍ଟି ମଧ୍ୟ ଏଥର ୟୁପିରେ ଶାସନ ଗାଦିରେ ବସିବାକୁ ଛୋଟ ଛୋଟ ଆଞ୍ଚଳିକ ଦଳ ସହ ଗଠବନ୍ଧନ କରି ମଇଦାନକୁ ଓହ୍ଲାଇଛି ।












Click it and Unblock the Notifications