UP Election 2022 : ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ, ପ୍ରିୟଙ୍କା-ରାହୁଲଙ୍କ ସମେତ 30 ଜଣଙ୍କ ନାମ ସାମିଲ
ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଏଥିରେ 30 ଜଣଙ୍କ ନାମ ରହିଛି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଏଥିରେ 30 ଜଣଙ୍କ ନାମ ରହିଛି । ଏହି ତାଲିକାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଦଳର ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଗୁଲାମ ନବୀ ଆଜାଦ, ଅଶୋକ ଗେହଲୋଟ, ଛତିଶଗଡ ସିଏମ ଭୁପେଶ ବାଘେଲ, ସଚିନ ପାଇଲଟଙ୍କୁ ସ୍ଥାନ ଦିଆଯାଇଛି । ହାର୍ଦ୍ଦିକ ପଟେଲ ଏବଂ କହ୍ନେୟା କୁମାରଙ୍କ ଯୋଡି ମଧ୍ୟ ଏହି ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି ।

ଏହା ବ୍ୟତୀତ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ, ଭୁପିନ୍ଦର ସିଂହ ହୁଡା, ସଲମାନ ଖୁର୍ସିଦ, ରାଜ ବାବର, ପ୍ରମୋଦ ତିୱାରୀ, ପିଏଲ ପୁନିଆ, ଆରପିଏନ ସିଂହ, ପ୍ରଦୀପ ଜୈନ ଆଦିତ୍ୟଙ୍କ ନାମ ମଧ୍ୟ ରହିଛି । ଦଳ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଦୀପେନ୍ଦ୍ର ସିଂହ ହୁଡ୍ଡା, ବର୍ଷା ଗାଇକୱାଡ, ଫୁଲୋ ଦେବୀ ନେତାମ, ସୁପ୍ରିୟା ଶ୍ରୀନେତ, ଇମ୍ରାନ ପ୍ରତାପଗଡି, ଧୀରଜ ଗୁଜ୍ଜର, ରୋହିତ ଚୌଧୁରୀ ଏବଂ ତୌକୀର ଆଲାମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ କରିଛି ।
ଏହାପୂର୍ବରୁ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କର ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି । ସମାଜବାଦୀ ପାର୍ଟି, ବିଏସପି ଏବଂ ବିଜେପି ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି । କଂଗ୍ରେସର ତାଲିକାକୁ ଅପେକ୍ଷା କରାଯାଇଥିଲା । ତେବେ ଏଥର ଏସପି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ଆପଣଙ୍କୁ କହି ରଖୁଛୁ ଉତ୍ତରପ୍ରଦେଶରେ 403 ବିଧାନସଭା ଆସନ ପାଇଁ ଫେବୃଆରୀ 10 ରୁ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଉତ୍ତରପ୍ରଦେଶରେ ପେବୃଆରୀ 10, 14, 20, 23, 27 ଏବଂ ମାର୍ଚ୍ଚ 3 ଏବଂ 7 ରେ ସାତୋଟି ପର୍ଯ୍ୟାୟରେ ମତାଦାନ ହେବ । ଭୋଟ୍ ଗଣନା ମାର୍ଚ୍ଚ 10 ରେ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି ।












Click it and Unblock the Notifications