Get Updates
Get notified of breaking news, exclusive insights, and must-see stories!

'ଓଡ଼ିଶାରେ ନିଜ ଦମ୍ ରେ ଲଢିବ ବିଜେପି, କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ହେବ କାର୍ଯ୍ୟାନୁଷ୍ଠାନ'

ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ନିଜ ଦମ୍ ରେ ଦଳ ଓଡ଼ିଶାରେ ନିର୍ବାଚନ ଲଢିବ । ଆଉ ଭଲ ଫଳାଫଳ କରିବ । ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

ଓଡିଶା ଗସ୍ତରେ ଆସି ଦଳୀୟ କାର୍ଯ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ କରି ଏମିତି କିଛି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ । ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ଓଡ଼ିଶାରେ ବି କାର୍ଯ୍ୟକର୍ତ୍ତାଙ୍କ ଦମ୍‌ରେ ବିଜେପି ଲଢ଼ିବ । ଆଉ ଭଲ ଫଳାଫଳ ବି କରିବ । ଓଡ଼ିଶାରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି । ଏବେ ବି 78 ପ୍ରତିଶତ ଲୋକପ୍ରିୟତା ରହିଛି । ପ୍ରଧାନମନ୍ତ୍ରୀ ଐତିହାସିକ ନାରୀ ଶକ୍ତି ବନ୍ଦନ ବିଲ୍ ପାସ୍ କରିଛନ୍ତି । ଦେଶର ମହିଳାଙ୍କ ଜୀବନଧାରାରେ ଅନେକ ପରିବର୍ତ୍ତନ ଆସିପାରିଛି । ଗଣତନ୍ତ୍ରରେ ଜନତା ବଡ଼ ।

bjp

ଏହା ସହ ରାଜ୍ୟ ଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗରେ କହିଛନ୍ତି, ଓଡ଼ିଶାକୁ କେଉଁଠି ବି ଭେଦଭାବ କରିନୁ । ୟୁପିଏ ତୁଳନାରେ ଏନଡିଏ ସମୟରେ ଓଡିଶାକୁ ଅଧିକ ଅନୁଦାନ ମିଳିଛି । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଯେଉଁ ଦୁର୍ନୀତି ହୋଇଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଓଡ଼ିଶାକୁ ନୋଟିସ୍ ଦିଆଯାଇଛି । ଉତ୍ତର ନ ମିଳିଲେ ପୁଣି ନୋଟିସ୍ ହେବ ।

ଏହା ସହ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର । କଂଗ୍ରେସ ସରକାର ସମୟରେ ଓଡ଼ିଶାକୁ ମାତ୍ର 2 ଲକ୍ଷ କୋଟି 63 ହଜାର 243 କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା 18 ଲକ୍ଷ 83 ହଜାର 654 କୋଟିରେ ପହଞ୍ଚିଛି । ଏନଡିଏ ସମୟରେ 50 ହଜାର କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ । କଂଗ୍ରେସ ସମୟରେ ମାତ୍ର 5 ହଜାର କୋଟି ମିଳୁଥିଲା । ଓ୍ବାନ ନେସନ୍ ଓ୍ବାନ୍ ଟ୍ୟାକ୍ସରୁ ମଧ୍ୟ ଓଡ଼ିଶାକୁ ଲାଭ ମିଳିଛି ।

ସେହିପରି ବିରୋଧୀ ବିଜେପି ବିରୋଧରେ ନବୀନଙ୍କ ଜନବିରୋଧୀ ମନ୍ତବ୍ୟ ଉପରେ ଜବାବ ରଖି, ଆମେ କେମିତି ଜନବିରୋଧୀ ହେଲୁ ବୋଲି ବି ପ୍ରଶ୍ନ ପଚାରିଛନ୍ତି ଅନୁରାଗ । ସେ କହିଛନ୍ତି, କେହି ଜନ ବିରୋଧୀ ହୋଇ ପାରିବେନି, ସରକାର ବିରୋଧୀ ହୋଇଥିବେ । ବିଜେପି ଓ ମୋଦୀ ସରକାର ଗରିବ ଲୋକଙ୍କର । ବିଜେପି ଗରିବ କଲ୍ୟାଣ ପାଇଁ ଲୋକଙ୍କ ହିତ କଥା ଉଠାଉଛି । ଆମେ କେମିତି ଜନ ବିରୋଧୀ ହେଲୁ ? ମୋଦୀ ଜନବିରୋଧୀ କଥା କହି ନାହାଁନ୍ତି । ତେଣୁ ଜନ ବିରୋଧୀ ନୁହେଁ ବିରୋଧୀ ସରକାର କହିଥିବେ ।

ଏଣେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବୃତି ଉପରେ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, କେନ୍ଦ୍ରୀୟ ଯୋଜନାଗୁଡ଼ିକରେ ରାଜ୍ୟରେ କେଉଁଠି ଦୁର୍ନୀତି ହେଉଛି କେନ୍ଦ୍ରମନ୍ତ୍ରୀ ତାର ପ୍ରମାଣ ଦିଅନ୍ତୁ । କେବଳ ଅଭିଯୋଗ କରିଦେଲେ ହେବ ନାହିଁ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଖାଲିରେ ଆସି ଅଭିଯୋଗ କରନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+