Get Updates
Get notified of breaking news, exclusive insights, and must-see stories!

ଭାରତ ମାତା କି ଜୟ କହିଦେଲେ ବିଜେପି ଲୋକ ଦେଶଭକ୍ତ ହୋଇ ଯିବେନି : ଉଦ୍ଧବ ଠାକରେ

ବିଜେପିର ହିନ୍ଦୁତ୍ୱ ଏବଂ ସର୍ଦ୍ଦାର ପଟେଲ କିମ୍ବା ସାବରକରଙ୍କ ଭଳି ନେତାଙ୍କ ପ୍ରତି ଭଲପାଇବା ଏକ ଶୋ ବାଜି । ସେମାନେ ଆମର ହିନ୍ଦୁତ୍ୱ ଉପରେ ପ୍ରଶ୍ନ ନକରିବା ଭଲ । ଆମକୁ ବିଜେପି ଠାରୁ ହିନ୍ଦୁତ୍ୱ ଶିଖିବା କୌଣସି ଆବଶ୍ୟକ ନାହିଁ ।

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଛନ୍ତି । ବୁଧବାର ବିଧାନସଭାରେ ଭାଷଣ ଦେଇ ଠାକରେ କହିଛନ୍ତି, ହିନ୍ଦୁତ୍ୱ ଏବଂ ଅନ୍ୟ ଦଳର ଦେଶପ୍ରେମ ଉପରେ ବିଜେପି ସବୁବେଳେ କଥା କହୁଛି, ଏହା ସବୁ ଲୋକ ଦେଖାଣିଆ । କେବଳ ଭାରତ ମାତା କି ଜୟ କହିଦେଲେ କେହି ଦେଶଭକ୍ତ ହୋଇଯାଏ ନାହିଁ । ଆରଏସଏସ କାହିଁକି ସ୍ୱାଧୀନତା ଆନ୍ଦୋଳନରୁ ଦୂରେଇ ରହିଲା ତାହା ବିଜେପିର ଲୋକମାନେ କହିବେ କି ? ସେ କାହିଁକି ବ୍ରିଟିଶଙ୍କ ବିପକ୍ଷରେ ନଥିଲେ ଏହାର ଉତ୍ତର ବିଜେପି ଦେବ କି ବୋଲି ପ୍ରଶ୍ନ କରିଛନ୍ତି ଠାକରେ ।

Uddav-Thackeray

ବଜେଟ୍ ଅଧିବେଶନରେ ବୁଧବାର ମହାରାଷ୍ଟ୍ର ବିଧାନସଭାରେ ଠାକରେ କହିଛନ୍ତି, ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ଶିବସେନା ନଥିଲା । ସ୍ୱାଧୀନତା ସମୟରେ ବିଜେପିର ମୂଳ ସଂଗଠନ ଆରଏସଏସ ମଧ୍ୟ ସେତେବେଳେ ନଥିଲା । କେବଳ ଭାରତ ମାତା କି ଜୟ କହିଦେଲେ କେହି ଦେଶଭକ୍ତ ହୋଇଯାଏ ନାହିଁ । ଠାକରେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବାବ୍ରି ଭଙ୍ଗାଗଲା, ବାଲା ସାହେବ ଦାୟିତ୍ୱ ନେଇଥିଲେ, ବାକି ସବୁ ଲୁଚିଥିଲେ । ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି କିନ୍ତୁ ଶ୍ରେୟ ଏମାନଙ୍କୁ ଦରକାର ବୋଲି ବିଜେପିକୁ ଆକ୍ଷେପ କରି ଠାକରେ କହିଛନ୍ତି ।

ଆମକୁ ହିନ୍ଦୁତ୍ୱର ଶିକ୍ଷା ଦିଅ ନାହିଁ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ହିନ୍ଦୁତ୍ୱ ଏବଂ ମହାପୁରୁଷଙ୍କ ଉପରେ ବିଜେପି ବହୁତ୍ ହକ୍ ଜାହିର କରୁଛି । ସର୍ଦ୍ଦାର ଭାଲାଭଭାଇ ପଟେଲ ଠାରୁ ଭି.ଡି ସାବରକର ପର୍ଯ୍ୟନ୍ତ, ସମସ୍ତଙ୍କୁ ବିଜେପି ନିଜର ବୋଲି କହୁଛି, କିନ୍ତୁ ଏ ସବୁ ଲୋକ ଦେଖାଣିଆ । ଏହା ଏବେ ସାମ୍ନକୁ ଆସିଯାଇଛି । ଆମେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସମ୍ମାନ ଦେଉଛୁ, ଆମେ ତାଙ୍କ ନାମରେ ବିମାନବନ୍ଦରର ନାମ ରଖିଛୁ । ଏପରିକି ବିଜେପି ସରକାର ଗୁଜୁରାଟର ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାମ ପରିବର୍ତ୍ତନ କରିଦେଲେ । ସେ କହିଛନ୍ତି ବିଜେପି ସାବରକରଙ୍କ ପ୍ରତି ବହୁତ ଭଲପାଇବା ଦେଖାଉଛି । ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୁଇଥର କେନ୍ଦ୍ର ସରକାରଙ୍କୁ ଚିଠି ପଠାଯାଇଥିଲା କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଣଦେଖା କଲେ । ସେମାନଙ୍କ ସରକାର ବୀର ସାବରକରଙ୍କୁ କାହିଁକି ଭାରତ ରତ୍ନ ଦେଉନାହାଁନ୍ତି ତାହା ବିଜେପି କହୁ ବୋଲି ଆକ୍ଷେପ କରିଛନ୍ତି ଉଦ୍ଧବ ।

ଠାକରେ ବିଜେପିର ହିନ୍ଦୁତ୍ୱ ଶିକ୍ଷା ଦେବାକୁ ନେଇ କହିଛନ୍ତି ଯେ, ବିଜେପିର ହିନ୍ଦୁତ୍ୱ ଏବଂ ସର୍ଦ୍ଦାର ପଟେଲ କିମ୍ବା ସାବରକରଙ୍କ ଭଳି ନେତାଙ୍କ ପ୍ରତି ଭଲପାଇବା ଏକ ଶୋ ବାଜି । ସେମାନେ ଆମର ହିନ୍ଦୁତ୍ୱ ଉପରେ ପ୍ରଶ୍ନ ନକରିବା ଭଲ । ଆମକୁ ବିଜେପି ଠାରୁ ହିନ୍ଦୁତ୍ୱ ଶିଖିବା କୌଣସି ଆବଶ୍ୟକ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+