For Quick Alerts
Turn On Notification  
For Daily Alerts
Oneindia App Download

ଭାରତ ମାତା କି ଜୟ କହିଦେଲେ ବିଜେପି ଲୋକ ଦେଶଭକ୍ତ ହୋଇ ଯିବେନି : ଉଦ୍ଧବ ଠାକରେ

ବିଜେପିର ହିନ୍ଦୁତ୍ୱ ଏବଂ ସର୍ଦ୍ଦାର ପଟେଲ କିମ୍ବା ସାବରକରଙ୍କ ଭଳି ନେତାଙ୍କ ପ୍ରତି ଭଲପାଇବା ଏକ ଶୋ ବାଜି । ସେମାନେ ଆମର ହିନ୍ଦୁତ୍ୱ ଉପରେ ପ୍ରଶ୍ନ ନକରିବା ଭଲ । ଆମକୁ ବିଜେପି ଠାରୁ ହିନ୍ଦୁତ୍ୱ ଶିଖିବା କୌଣସି ଆବଶ୍ୟକ ନାହିଁ ।

|

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଛନ୍ତି । ବୁଧବାର ବିଧାନସଭାରେ ଭାଷଣ ଦେଇ ଠାକରେ କହିଛନ୍ତି, ହିନ୍ଦୁତ୍ୱ ଏବଂ ଅନ୍ୟ ଦଳର ଦେଶପ୍ରେମ ଉପରେ ବିଜେପି ସବୁବେଳେ କଥା କହୁଛି, ଏହା ସବୁ ଲୋକ ଦେଖାଣିଆ । କେବଳ ଭାରତ ମାତା କି ଜୟ କହିଦେଲେ କେହି ଦେଶଭକ୍ତ ହୋଇଯାଏ ନାହିଁ । ଆରଏସଏସ କାହିଁକି ସ୍ୱାଧୀନତା ଆନ୍ଦୋଳନରୁ ଦୂରେଇ ରହିଲା ତାହା ବିଜେପିର ଲୋକମାନେ କହିବେ କି ? ସେ କାହିଁକି ବ୍ରିଟିଶଙ୍କ ବିପକ୍ଷରେ ନଥିଲେ ଏହାର ଉତ୍ତର ବିଜେପି ଦେବ କି ବୋଲି ପ୍ରଶ୍ନ କରିଛନ୍ତି ଠାକରେ ।

Uddav-Thackeray

ବଜେଟ୍ ଅଧିବେଶନରେ ବୁଧବାର ମହାରାଷ୍ଟ୍ର ବିଧାନସଭାରେ ଠାକରେ କହିଛନ୍ତି, ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ଶିବସେନା ନଥିଲା । ସ୍ୱାଧୀନତା ସମୟରେ ବିଜେପିର ମୂଳ ସଂଗଠନ ଆରଏସଏସ ମଧ୍ୟ ସେତେବେଳେ ନଥିଲା । କେବଳ ଭାରତ ମାତା କି ଜୟ କହିଦେଲେ କେହି ଦେଶଭକ୍ତ ହୋଇଯାଏ ନାହିଁ । ଠାକରେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବାବ୍ରି ଭଙ୍ଗାଗଲା, ବାଲା ସାହେବ ଦାୟିତ୍ୱ ନେଇଥିଲେ, ବାକି ସବୁ ଲୁଚିଥିଲେ । ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି କିନ୍ତୁ ଶ୍ରେୟ ଏମାନଙ୍କୁ ଦରକାର ବୋଲି ବିଜେପିକୁ ଆକ୍ଷେପ କରି ଠାକରେ କହିଛନ୍ତି ।

ଆମକୁ ହିନ୍ଦୁତ୍ୱର ଶିକ୍ଷା ଦିଅ ନାହିଁ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ହିନ୍ଦୁତ୍ୱ ଏବଂ ମହାପୁରୁଷଙ୍କ ଉପରେ ବିଜେପି ବହୁତ୍ ହକ୍ ଜାହିର କରୁଛି । ସର୍ଦ୍ଦାର ଭାଲାଭଭାଇ ପଟେଲ ଠାରୁ ଭି.ଡି ସାବରକର ପର୍ଯ୍ୟନ୍ତ, ସମସ୍ତଙ୍କୁ ବିଜେପି ନିଜର ବୋଲି କହୁଛି, କିନ୍ତୁ ଏ ସବୁ ଲୋକ ଦେଖାଣିଆ । ଏହା ଏବେ ସାମ୍ନକୁ ଆସିଯାଇଛି । ଆମେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସମ୍ମାନ ଦେଉଛୁ, ଆମେ ତାଙ୍କ ନାମରେ ବିମାନବନ୍ଦରର ନାମ ରଖିଛୁ । ଏପରିକି ବିଜେପି ସରକାର ଗୁଜୁରାଟର ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାମ ପରିବର୍ତ୍ତନ କରିଦେଲେ । ସେ କହିଛନ୍ତି ବିଜେପି ସାବରକରଙ୍କ ପ୍ରତି ବହୁତ ଭଲପାଇବା ଦେଖାଉଛି । ସାଭରକରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୁଇଥର କେନ୍ଦ୍ର ସରକାରଙ୍କୁ ଚିଠି ପଠାଯାଇଥିଲା କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଣଦେଖା କଲେ । ସେମାନଙ୍କ ସରକାର ବୀର ସାବରକରଙ୍କୁ କାହିଁକି ଭାରତ ରତ୍ନ ଦେଉନାହାଁନ୍ତି ତାହା ବିଜେପି କହୁ ବୋଲି ଆକ୍ଷେପ କରିଛନ୍ତି ଉଦ୍ଧବ ।

ଠାକରେ ବିଜେପିର ହିନ୍ଦୁତ୍ୱ ଶିକ୍ଷା ଦେବାକୁ ନେଇ କହିଛନ୍ତି ଯେ, ବିଜେପିର ହିନ୍ଦୁତ୍ୱ ଏବଂ ସର୍ଦ୍ଦାର ପଟେଲ କିମ୍ବା ସାବରକରଙ୍କ ଭଳି ନେତାଙ୍କ ପ୍ରତି ଭଲପାଇବା ଏକ ଶୋ ବାଜି । ସେମାନେ ଆମର ହିନ୍ଦୁତ୍ୱ ଉପରେ ପ୍ରଶ୍ନ ନକରିବା ଭଲ । ଆମକୁ ବିଜେପି ଠାରୁ ହିନ୍ଦୁତ୍ୱ ଶିଖିବା କୌଣସି ଆବଶ୍ୟକ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Udhav Thackeray to BJP on Patriotism cant be Proved By Saying Bharat Mata Ki Jay.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X