Get Updates
Get notified of breaking news, exclusive insights, and must-see stories!

Kerala assembly Election : ନ୍ୟୁନତମ ଆୟ ଓ 5 ଲକ୍ଷ ପକ୍କା ଘର ନିର୍ମାଣ ପ୍ରତିଶୃତି ଦେଇ ଘୋଷଣା ପତ୍ର ଦାରି କଲା UDF

ଶନିବାର ଦଳ ନିଜର ନିର୍ବାଚନୀ ଘୋଷମାପତ୍ର 'ପିପୁଲ୍ସ ମେନିଫେଷ୍ଟୋ' ପ୍ରକାଶ କରିଛି, ଯେଉଁଥିରେ ସର୍ବନିମ୍ନ ଆୟ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଗରିବ ଲୋକଙ୍କ ପାଇଁ ପାଞ୍ଚ ଲକ୍ଷ ପକ୍କା ଘର ନିର୍ମାଣ ଭଳି ବଡ ବଡ଼ ପ୍ରତିଶୃତି ରହିଛି ।

ଥିରୁଅନନ୍ତପୁରମ୍ : କେରଳ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକେ ପ୍ରଣ୍ଟ (UDF) ଏହାର ଘୋଷଣା ପତ୍ର ଜାରି କରିଛି । ଶନିବାର ଦଳ ନିଜର ନିର୍ବାଚନୀ ଘୋଷମାପତ୍ର 'ପିପୁଲ୍ସ ମେନିଫେଷ୍ଟୋ' ପ୍ରକାଶ କରିଛି, ଯେଉଁଥିରେ ସର୍ବନିମ୍ନ ଆୟ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଗରିବ ଲୋକଙ୍କ ପାଇଁ ପାଞ୍ଚ ଲକ୍ଷ ପକ୍କା ଘର ନିର୍ମାଣ ଭଳି ବଡ ବଡ଼ ପ୍ରତିଶୃତି ରହିଛି ।

UDF

ଏହା ବ୍ୟତୀତ ଧଳା କାର୍ଡଧାରୀଙ୍କୁ 5 କିଲୋଗ୍ରାମ ଚାଉଳ ମଧ୍ୟ ପ୍ରତିଶୃତି ଦିଆଯାଇଛି । ସର୍ବନିମ୍ନ ଆୟ ଯୋଜନା (NYAY) ଅନୁଯାୟୀ, ବଞ୍ଚିତ ପରିବାରକୁ ମାସିକ 6 ହଜାର ଟଙ୍କା ଏବଂ 40 ରୁ 60 ବର୍ଷ ବୟସର ଗୃହିଣୀମାନଙ୍କୁ ମାସିକ 2 ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ନେଇ ଏଥିରେ ଉଲ୍ଲେଖ ରହିଛି । ଏହା ବ୍ୟତୀତ ଜୀବନ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କ ପାଇଁ 5 ଲକ୍ଷ ଘର ନିର୍ମାଣର ମଧ୍ୟ ଧଳ ପ୍ରତିଶୃତି ଦେଇଛି ।

ଶୁକ୍ରବାର ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) ଦ୍ୱାରା ଜାରି ହୋଇଥିବା ନିର୍ବାଚନୀ ଇସ୍ତାହାରକୁ ବିରୋଧ କରି UDF କହିଛି ଯେ, ରାଜ୍ୟର ବିଭିନ୍ନ ବିଭାଗର ଲୋକଙ୍କ ସହ ବ୍ୟାପକ ପରାମର୍ଶ ପରେ ପିପୁଲ୍ସ ମେନିଫେଷ୍ଟୋ ପ୍ରସ୍ତୁତ କରାଯାଇଛି । ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା, UDF ଗଠବନ୍ଧନ ସହ ଜଡିତ ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଶନିବାର ହୋଟେଲ ମସ୍କାଟରେ ମେନିଫେଷ୍ଟୋ ପ୍ରକାଶ କରିଛନ୍ତି ।

ଏହାପୂର୍ବରୁ LDF ଦ୍ୱାରା ପ୍ରକାଶିତ ମେନିଫେଷ୍ଟୋ 2500 ଟଙ୍କା କଲ୍ୟାଣକାରୀ ପେନସନ୍ ଦେବ ଲାଗି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ UDF ଏହାର ମନିଫେଷ୍ଟୋରେ ଏହାକୁ 3 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଛି ।

UDF ର ଇସ୍ତାହାର ଅନୁସାରେ, ଯଦି ଦଳ କ୍ଷମତାକୁ ଆସେ, ତେବେ ପେ କମିଶନ ମଡେଲରେ କଲ୍ୟାଣ ପେନସନ୍ ସଂଶୋଧନ ଆୟୋଗ ମଧ୍ୟ ଗଠନ କରାଯିବ ବୋଲି କୁହାଯାଇଛି । ମେନିଫେଷ୍ଟୋ ଜାରି କରି ଚେନ୍ନିଥାଲା କହିଛନ୍ତି ଯେ, କେରଳ କଲ୍ୟାଣମୂଳକ ପଦକ୍ଷେପ ଏବଂ ବିକାଶ କାର୍ଯ୍ୟକ୍ରମ ପାଇଁ ଜଣାଶୁଣା ହୋଇଥିବାବେଳେ ଏହାକୁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ତଥା ଦୁର୍ନୀତିମୁକ୍ତ ସରକାର ଭାବେ ରାଜ୍ୟକୁ ପରିଚିତ କରାଇବାକୁ UDF ଲକ୍ଷ୍ୟ ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି, 'UDF ପାଇଁ ମେନିଫେଷ୍ଟୋ ବାଇବେଲ, କୁରାନ ଏବଂ ଗୀତା ସହିତ ସମାନ । ତେଣୁ ଆମେ ଦେଇଥିବା ପ୍ରତିଜ୍ଞାକୁ ନିଶ୍ଚିତ ପୂରଣ କରିବୁ ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+