'ସାବରକରଙ୍କୁ ଅପମାନ ବରଦାସ୍ତ କରିବୁ ନାହିଁ ...', ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ : ପୁଣି ବଢିଲା କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ମୋଦୀ ସରନେମ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟକୁ ନେଇ ପୁଣି ଅଡ଼ୁଆ ଦେଖାଦେଇଛି । ଏଥର ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସରକାରରେ ସାଥୀ ଥିବା ଶିବସେନା(ଉଦ୍ଧବ ଠାକରେ ଗୋଷ୍ଠୀ) ତାଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିନୟକ ଦାମୋଦର ସାବରକରଙ୍କ ବିରୋଧରେ ଦେଇଥିବା ବିବୃତ୍ତିକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି । ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କୁ ବିନାୟକ ସାବରକରଙ୍କୁ ଅପମାନ ନକରିବାକୁ ଚେତାବନୀ ଦେଇଛନ୍ତି । ରବିବାର ଦିନ ଉଦ୍ଧବ ଠାକରେ କହିଛନ୍ତି ସାବରକରଙ୍କୁ ଅପମାନ କରିବା ବିରୋଧୀ ଦଳ ମଧ୍ୟରେ ମତଭେଦ ସୃଷ୍ଟି କରିବ । ସେ ବୀର ସାବରକରଙ୍କୁ ଆଦର୍ଶ ମାନନ୍ତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ଅପମାନ କରିବା ଉଚିତ୍ ନୁହେଁ ।
'ମୋଦୀ ସରନେମ୍' ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏବଂ ସଂସଦରୁ ଅଯୋଗ୍ୟ ହେବା ପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋର ନାମ ସାବରକର ନୁହେଁ, ମୋର ନାମ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିକୁ ଅନେକ ନେତା ସମାଲୋଚନା କରିଛନ୍ତି ।
ଉଦ୍ଧବ କହିଛନ୍ତି, "14 ବର୍ଷ ଧରି ଆଣ୍ଡାମାନ ସେଲୁଲାର ଜେଲରେ ସାବରକର ଅନେକ ନିର୍ଯାତନା ଭୋଗୁଥିଲେ । ଆମେ କେବଳ ପଢି ଶୁଣିବା କିନ୍ତୁ ସେହି ଯନ୍ତ୍ରଣା ଅନୁଭବ କରିପାରିବୁ ନାହିଁ । ଏହା ବଳିଦାନର ଏକ ରୂପ । ଆମେ ସାବରକର ଅପମାନକୁ ବରଦାସ୍ତ କରିପାରିବୁ ନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ବୀର ସାବରକରଙ୍କୁ ଏହିପରି ନିନ୍ଦା କରୁଛନ୍ତି, ତେବେ ବିରୋଧୀ ଦଳ ମଧ୍ୟରେ ଏକ 'ଫାଟ' ହେବ ।
ମାଲେଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ଉଦ୍ଧବ ଠାକରେ କହିଛନ୍ତି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଉଦ୍ଧବ ଦଳ, କଂଗ୍ରେସ ଏବଂ ଏନସିପି ଗଠନ କରାଯାଇଥିଲା ଏବଂ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ । ରାହୁଲ ଗାନ୍ଧୀଙ୍କୁ ଜାଣିଶୁଣି ଉତ୍ତେଜିତ କରାଯାଉଛି କିନ୍ତୁ ଯଦି ଆମେ ଏଥିରେ ସମୟ ନଷ୍ଟ କରିବା, ତେବେ ଗଣତନ୍ତ୍ର ଶେ। ହୋଇଯିବ ।












Click it and Unblock the Notifications