Maharashtra political crisis : 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ, କିନ୍ତୁ...' - ଉଦ୍ଧବ ଠାକରେ

ଠାକରେ କହିଛନ୍ତି ଯେ ଶିବସେନାକୁ ହିନ୍ଦୁତ୍ୱରୁ ଅଲଗା କରାଯାଇପାରିବ ନାହିଁ । ଏକନାଥ ସିନ୍ଦେଙ୍କ ସହ ଥିବା ବିଧାୟକଙ୍କଠାରୁ ଫୋନ୍ କଲ ଆସୁଛି । ସେମାନଙ୍କୁ ଜବରଦସ୍ତି ଉଠାଇ ନିଆଯାଇଛି ବୋଲି ସେମାନେ ଦାବି କରୁଛନ୍ତି ।

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ସନ୍ଧ୍ୟାରେ ଫେସବୁକ୍ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଉଦ୍ଧବ ଠାକରେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ମୋର ଅସ୍ତ୍ରୋପଚାର ଏବଂ ସ୍ୱାସ୍ଥ୍ୟ ଅବସ୍ଥା ହେତୁ ମୁଁ ଗତ କିଛି ମାସ ମଧ୍ୟରେ ଲୋକଙ୍କୁ ଭେଟି ପାରି ନଥିଲି । କିନ୍ତୁ ବର୍ତ୍ତମାନ, ମୁଁ ଲୋକମାନଙ୍କୁ ଭେଟିବା ଆରମ୍ଭ କରିଛି । କିଛି ଲୋକ କୁହନ୍ତି ଯେ ଏହା ବାଲାସାହେବଙ୍କ ଶିବସେନା ନୁହେଁ ।

ତେବେ ଏପରି କହୁଥିବା ଲୋକମାନେ ବାଲାସାହେବଙ୍କ ବିଚାର କ'ଣ ଥିଲା ବୋଲି ସେମାନେ କହିବା ଉଚିତ୍ ବୋଲି ଉଦ୍ଧବ ଠାକରେ କହିଛନ୍ତି । ଏହା ହେଉଛି ସେହି ଶିବସେନା ଯାହା ତାଙ୍କ ସମୟରେ ଥିଲା, 'ହିନ୍ଦୁତ୍ୱ' ଆମର ଜୀବନ ବୋଲି କହିଛନ୍ତି ଉଦ୍ଧବ । ଠାକରେ କହିଛନ୍ତି ଯେ ଶିବସେନାକୁ ହିନ୍ଦୁତ୍ୱରୁ ଅଲଗା କରାଯାଇପାରିବ ନାହିଁ । ଏକନାଥ ସିନ୍ଦେଙ୍କ ସହ ଥିବା ବିଧାୟକଙ୍କଠାରୁ ଫୋନ୍ କଲ ଆସୁଛି । ସେମାନଙ୍କୁ ଜବରଦସ୍ତି ଉଠାଇ ନିଆଯାଇଛି ବୋଲି ସେମାନେ ଦାବି କରୁଛନ୍ତି । ଆମ ବିଧାୟକଙ୍କ ସହ କ'ଣ ଘଟୁଛି ଏବଂ ସେମାନେ କେଉଁଠାକୁ ଯାଉଛନ୍ତି କିମ୍ବା କେଉଁଠିକୁ ନିଆଯାଉଛି ମୁଁ ତାହା ଭିତରକୁ ଯିବାକୁ ଚାହେଁ ନାହିଁ ।

Uddhav Thackeray

ଉଦ୍ଧବ ଠାକରେ କହିଛନ୍ତି ଯେ, ଶରଦ ପାୱାର ଏବଂ କମଲନାଥ ମୋତେ ଫୋନ୍ କରି କହିଛନ୍ତି ଯେ ସେମାନେ ଚାହାଁନ୍ତି ମୁଁ ମୁଖ୍ୟମନ୍ତ୍ରୀ ରହେ । ଯଦି ନିଜ ଲୋକମାନେ ନିଜ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହାବ ନେଇ ନ ଚାହାଁନ୍ତି ତେବେ ମୁଁ କଣ କରିବି ? ଯଦି ଏହି କତା କହିବାରେ ଥିଲା ତେବେ ମୋ ସାମ୍ନରେ କହିବାରେ ଅସୁବିଧା କେଉଁଠି ଥିଲା ? ଏଥିପାଇଁ ଆପଣମାନଙ୍କୁ ସୁରତ ଯିବାକୁ ପଡ଼ିଲା । ଯଦି ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ମଧ୍ୟ କହିଛନ୍ତି ଯେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଚାହୁଁ ନାହାଁନ୍ତି, ତେବେ ମୁଁ ବର୍ତ୍ତମାନ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଯଦି ଆପଣ ଚାହୁଁଛନ୍ତି ଯେ ମୁଁ ସିଏମ୍ ପଦରେ ରହିବି ନାହିଁ, ଠିକ୍ ଅଛି କିନ୍ତୁ ଆପଣଙ୍କୁ ଆସି ମୋ ସାମ୍ନାରେ ଏହା କହିବାକୁ ପଡିବ ।

ଉଦ୍ଧବ ଠାକରେ କହିଛନ୍ତି ଯେ 2019 ରେ ଯେତେବେଳେ ସମସ୍ତ ତିନି ଦଳ ଏକାଠି ହୋଇଥିଲେ, ସେତେବେଳେ ଶରଦ ପାୱାର ମୋତେ କହିଥିଲେ ଯେ ମୋତେ ସିଏମ୍ ପଦର ଦାୟିତ୍ୱ ଗ୍ରହଣ କରିବାକୁ ପଡିବ । ମୋର ପୂର୍ବ ଅଭିଜ୍ଞତା ମଧ୍ୟ ନଥିଲା । କିନ୍ତୁ ମୁଁ ଦାୟିତ୍ୱ ଗ୍ରହଣ କଲି । ଶରଦ ପାୱାର ଏବଂ ସୋନିଆ ଗାନ୍ଧୀ ମୋତେ ବହୁତ ସାହାଯ୍ୟ କରିଥିଲେ, ସେମାନେ ମୋ ଉପରେ ବିଶ୍ୱାସ ରଖିଥିଲେ । ଯଦି କୌଣସି ବିଧାୟକ ଚାହାଁନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ନହୁଏ, ତେବେ ମୁଁ ମୋର ସମସ୍ତ ଜିନିଷ ବର୍ଷା ବଙ୍ଗଳା (ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ) ରୁ ମାଣୋତ୍ରୀ କୁ ନେବାକୁ ପ୍ରସ୍ତୁତ ଅଛି । ମୁଁ ମୋର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତୁତ ରଖିଛି ।

ଉଦ୍ଧବ ଠାକରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀ ଯିବ ଆସିବ କିନ୍ତୁ ପ୍ରକୃତ ସମ୍ପତ୍ତି ହେଉଛି ଲୋକଙ୍କ ସ୍ନେହ । ଗତ 2 ବର୍ଷ ମଧ୍ୟରେ, ମୁଁ ଲୋକମାନଙ୍କଠାରୁ ବହୁତ ସ୍ନେହ ପାଇ ମୁଁ ସୌଭାଗ୍ୟବାନ୍ । ଯଦି ଏକନାଥ ସିନ୍ଦେ ଆସି କଥା ହୁଅନ୍ତି, ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ସମସ୍ତେ (MLA) ମୋତେ ସମର୍ଥନ କରୁଛନ୍ତି, କିନ୍ତୁ ମୋର ନିଜ ଲୋକ (MLA) ସମର୍ଥନ କରୁ ନାହଁନ୍ତି । ଯଦି ମୋ ବିରୁଦ୍ଧରେ ଗୋଟିଏ ଭୋଟ୍ ମଧ୍ୟ ଯାଏ, ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ।

ଠାକରେ କହିଛନ୍ତି ଯେ ଏହା ସଂଖ୍ୟା ବିଷୟରେ ନୁହେଁ ବରଂ ମୋ ବିରୁଦ୍ଧରେ କେତେଜଣ ଅଛନ୍ତି । ଯଦି ଜଣେ ବ୍ୟକ୍ତି କିମ୍ବା ବିଧାୟକ ମଧ୍ୟ ମୋ ବିରୁଦ୍ଧରେ ଅଛନ୍ତି, ତେବେ ମୁଁ ଚାଲିଯିବି । ଯଦି ଜଣେ ବିଧାୟକ ମଧ୍ୟ ମୋ ବିରୁଦ୍ଧରେ ଅଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଲଜ୍ଜାଜନକ । ଯଦି ମୁଁ ଇସ୍ତଫା ଦେବି, ତେବେ ମୁଁ ଖୁସି ହେବି ଯଦି ଶିବସେନାର ଅନ୍ୟ କେହି ନେତା ମୁଖ୍ୟମନ୍ତ୍ରୀ ଭାବେ ରହିବେ ।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ବୋଲି ଘୋଷଣା କରିଛନ୍ତି । ତାଙ୍କ ନିକଟରେ 40 ବିଧାୟକଙ୍କ ସମର୍ଥନ ଥିବା ସିନ୍ଦେ ଦାବି କରିଛନ୍ତି । ଏକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ 34 ଜଣ ବିଧାୟକଙ୍କ ଦସ୍ତଖତ ରହିଛି । ବିଦ୍ରୋହୀ ବିଧାୟକମାନେ ଏହି ସଂକଳ୍ପ ପାରିତ କରିଛନ୍ତି । ଏକନାଥ ସିନ୍ଦେ ବିଦ୍ରୋହୀ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ବର୍ଣ୍ଣନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+