'ତ୍ରିଶୁଲ' ଏବଂ 'ଶିବସେନା ବାଲାସାହେବ ଠାକରେ' ଉଦ୍ଧବଙ୍କର ପ୍ରଥମ ପସନ୍ଦ, ସିନ୍ଦେ ଦଳ ଆଜି ଦେବ ନିଜ ବିକଳ୍ପ
ଉଦ୍ଧବଙ୍କ ଶିବସେନା ଗୋଷ୍ଠୀ ନୂତନ ନାମ ମଧ୍ୟରେ ଶିବସେନା (ବାଲାସାହେବ ଠାକରେ), ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଶିବସେନା (ବାଲାସାହେବ ପ୍ରବୋଧନକର ଠାକରେ) ନାମ ପରାମର୍ଶ ଦେଇଛନ୍ତି ।
ମହାରାଷ୍ଟ୍ର : ଦଳର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଶିବସେନାର ଠାକରେ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ନିର୍ବାଚନ ଆୟୋଗ (ଇସି) ଶିବସେନା ଦଳର ନାମ ଏବଂ ପ୍ରତୀକକୁ ରଦ୍ଦ କରିଦେଇଛନ୍ତି । ଏହାର ଗୋଟିଏ ଦିନ ପରେ ଶିବସେନା ନୂତନ ନାମ ଏବଂ ପ୍ରତୀକ ତାଲିକା ଦାଖଲ କରିଛି । ଧନୁ ଏବଂ ତୀର ପ୍ରତୀକ ରଦ୍ଦ ହେବା ପରେ ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ଶିବସେନା ନୂତନ ନାମର ତାଲିକା ଏବଂ ନୂତନ ନିର୍ବାଚନ ପ୍ରତୀକ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି ।

ଉଦ୍ଧବଙ୍କ ଶିବସେନା ଗୋଷ୍ଠୀ ନୂତନ ନାମ ମଧ୍ୟରେ ଶିବସେନା (ବାଲାସାହେବ ଠାକରେ), ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଶିବସେନା (ବାଲାସାହେବ ପ୍ରବୋଧନକର ଠାକରେ) ନାମ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପ୍ରତୀକ ପାଇଁ ତ୍ରିଶୂଲ, ଉଦୀୟମାନ ସୂର୍ଯ୍ୟ ଏବଂ ମଶାଲ ଦେଇଛି । ଏଥିରେ ଶିବସେନା ତ୍ରିଶୂଲ କୁ ନିର୍ବାଚନୀ ଚିହ୍ନ କରିବାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଛି ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କେବଳ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଦଳର ନାମ ଏବଂ ନିର୍ବାଚନ ପ୍ରତୀକକୁ ନେଇ ନିଜର ତାଲିକା ଦାଖଲ କରିଛନ୍ତି । ସିନ୍ଦେ ଗୋଷ୍ଠୀ ପକ୍ଷରୁ ଆଜି (ସୋମବାର 10 ଅକ୍ଟୋବର) ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କର ବିକଳ୍ପ ଦାଖଲ କରିପାରନ୍ତି ।












Click it and Unblock the Notifications