Get Updates
Get notified of breaking news, exclusive insights, and must-see stories!

'ସିନ୍ଦେ ସରକାରର ଡେଥ୍ ୱାରେଣ୍ଟ ଜାରି, ଆଉ 15-20 ଦିନ ଚାଲିବ ସରକାର', ସଞ୍ଜୟ ରାଉତଙ୍କ ଦାବି

sanjay - shinde

ମୁମ୍ବାଇ : ମହାରାଷ୍ଟ୍ର ସରକାରକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ରାଉତ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରର ଡେଥ୍ ୱାରେଣ୍ଟ ଜାରି କରାଯାଇଛି ଏବଂ ଏହା ଆସନ୍ତା 15-20 ଦିନ ମଧ୍ୟରେ ସରକରା ଭାଙ୍ଗିଯିବ ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି ଯେ ତାଙ୍କ ଦଳ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିଛନ୍ତି ଏବଂ ନ୍ୟାୟ ମିଳିବ ବୋଲି ଆଶା କରୁଛନ୍ତି । ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିବା 16 ଜଣ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ଦାବିରେ ଏକ ବିଚାରାଧୀନ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାଜ୍ୟସଭା ସଦସ୍ୟ କହିଛନ୍ତି ।

ସଞ୍ଜୟ ରାଉତ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର 40 ଜଣ ବିଧାୟକଙ୍କ ସରକାର 15-20 ଦିନ ମଧ୍ୟରେ ଭାଙ୍ଗିଯିବ । ଏହି ସରକାରର ଡେଥ୍ ୱାରେଣ୍ଟ ଜାରି କରାଯାଇଛି । ଏବେ ଏହା ସ୍ଥିର କରିବାକୁ ପଡ଼ିବ ଯେ କିଏ ଏଥିରେ ଦସ୍ତଖତ କରିବେ । ଯଦିଓ ସଞ୍ଜୟ ରାଉତ ଏହା ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ ଫେବୃଆରୀରେ ସିନ୍ଦେ ସରକାର ଭାଙ୍ଗିଯିବ ।

ସୂଚନାଥାଉକି, ଗତ ବର୍ଷ ଜୁନ୍ ମାସରେ ସିନ୍ଦେ ଏବଂ 39 ଜଣ ବିଧାୟକ ଶିବସେନା ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଫଳସ୍ୱରୂପ ଠାକରେ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାରର ପତନ ହୋଇଥିଲା ।

ପରେ ଏକନାଥ ସିନ୍ଦେ ଭାରତୀୟ ଜନତା ପାର୍ଟି ସହିତ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମେଣ୍ଟ କରିଥିଲେ । 2022 ମସିହା ଜୁନ୍ 30 ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ବିଜେପିର ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଗତ ମାସରେ ରାଜ୍ୟରେ ରାଜନୈତିକ ସଙ୍କଟ ସହ ଜଡିତ ଉଦ୍ଧବ ଠାକରେ ଏବଂ ସିଏମ୍ ଏକନାଥ ସିନ୍ଦେ ଦଳ ଦ୍ୱାରା ଦାଖଲ ହୋଇଥିବା କ୍ରସ୍ ପିଟିସନ୍ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗତ ମାସରେ ସଂରକ୍ଷିତ ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+