ରାହୁଲ ଗାନ୍ଧୀଙ୍କ ପରେ କଂଗ୍ରେସ ଦଳର ଆକାଉଣ୍ଟ ଲକ୍ କଲା ଟ୍ୱିଟର, 'ଆମେ ଭୟ କରୁନାହୁଁ' : କଂଗ୍ରେସ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ସ୍ଥଗିତ ରଖିବା ସହ କଂଗ୍ରେସ ଦଳର 5 ଜଣ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଲକ୍ କରିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ କଂଗ୍ରେସ ଦଳର ଟ୍ୱିଟର ଆକାଉଣ୍ଟ ଲକ୍ କରାଯାଇଛି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ସ୍ଥଗିତ ରଖିବା ସହ କଂଗ୍ରେସ ଦଳର 5 ଜଣ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଲକ୍ କରିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ କଂଗ୍ରେସ ଦଳର ଟ୍ୱିଟର ଆକାଉଣ୍ଟ ଲକ୍ କରାଯାଇଛି । କଂଗ୍ରେସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ, 'ଯିଏ ଯାହା କରୁଛି କରନ୍ତ, ଆମ ଲଢେଇ ଅନ୍ୟାୟ ବିରୋଧରେ ଜାରି ରହିବ ।'

Congress-flag

ଫେସବୁକରେ ଏ ବିଷୟରେ ସୂଚନା ଦେଇ କଂଗ୍ରେସ ଲେଖିଛି ଯେ, 'ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଗଲା, ସେତେବେଳେ ଆମେ ଭୟ କରୁନାହୁଁ ତେବେ ବର୍ତ୍ତମାନ ଆମ ଟ୍ୱିଟର ଆକାଉଣ୍ଟ ଲକ୍ କରିଦେଲେ କାହିଁକି ଡରିବୁ । ଆମେ କଂଗ୍ରେସ, ଆମେ ଲୋକମାନଙ୍କର ବାର୍ତ୍ତା, ଆମେ ଲଢେଇ କରିବୁ । ଯଦି ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବା ନେଇ ସ୍ୱର ଉଠାଇବା ଅପରାଧ, ତେବେ ଆମେ ଏହି ଅପରାଧ ଶହେ ଥର କରିବୁ । ଜୟ ହିନ୍ଦ ... ସତ୍ୟମେବ ଜୟତେ।'

ତେବେ ଏଭଳି ଘଟଣାରେ ମୁହଁ ଖୋଲିଛନ୍ତି ଶଶି ଥରୁର୍ । ସେ କହିଛନ୍ତି ଯେ, ଟ୍ୱିଟର ନିଜ ପଲିସିରେ ପରିବର୍ତ୍ତନ ଆଣିବା ଉଚିତ୍ । '9 ବର୍ଷର ଦଳିତ ଶିଶୁ ଦୁଷ୍କର୍ମ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । କିନ୍ତୁ ଆଇନର ଅବହେଳା ବଦଳରେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ନୁହେଁ' ।

ଦଳ ନିଜର ଫେସବୁକ ଓ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟ ଲକ ହୋଇଥିବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛି । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ଗୁରୁବାର ସକାଳୁ କଂଗ୍ରେସ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟ ଲକ ହୋଇଯାଇଥିବା ଲେଖାର ସ୍କ୍ରିନଶଟ୍‌ ଶେୟାର କରିଥିଲା ।

ଏଥିରେ ଲେଖାଯାଇଛି ଯେ ଏହି ଟ୍ୱିଟର ଆକାଉଣ୍ଟ(କଂଗ୍ରେସ) କମ୍ପାନୀର ନିୟମକୁ ଉଲ୍ଲଙ୍ଘନ କରିଛି। ବିଶେଷ କରି ଆପଣ ପ୍ରାଇଭେଟ୍‌ ସୂଚନା ପୋଷ୍ଟ କରିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଆପଣ ବିନା ଅନୁମତିରେ ଅନ୍ୟମାନଙ୍କ ବ୍ୟକ୍ତିଗତ ସୂଚନାକୁ ପବ୍ଲିଶ କିମ୍ବା ପୋଷ୍ଟ କରିପାରିବେ ନାହିଁ।

ବାସ୍ତବରେ ରାହୁଲ ଗାନ୍ଧୀ ଗତ ସପ୍ତାହରେ ଦିଲ୍ଲୀରେ ବଳାତ୍କାର ଓ ହତ୍ୟା ଅଭିଯୋଗ ହୋଇଥିବା 9 ବର୍ଷର ଝିଅର କାନ୍ଦୁଥିବା ପିତାମାତାଙ୍କ ଫଟୋ ସେୟାର କରିଥିଲେ, ଯାହାକୁ ବିଜେପି ବିରୋଧ କରିଥିଲା । ଏହା ପରେ ଦଳ ଦାବି କରିଛି ଯେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି, ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଦ୍ୱାରା କଂଗ୍ରେସର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଆକାଉଣ୍ଟରେ ସେବା ଜାରି ରହିଛି, କିନ୍ତୁ ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ସୁଚିନ୍ତିତ ଭାବେ ସ୍ଥଗିତ ରଖାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହା ପରେ ଗତକାଲି ବିଳମ୍ବିତ ରାତିରୁ କଂଗ୍ରେସର 5 ଭେଟେରାନ୍ ନେତା ଅଜୟ ମାକେନ୍, ମାଣିକମ୍ ଟାଗୋର, ରଣଦୀପ ସୁରଜେୱାଲା, ଜିତେନ୍ଦ୍ର ସିଂ ଏବଂ ସୁସ୍ମିତା ଦେବଙ୍କ ଟ୍ୱିଟର ଆକାଉଣ୍ଟ ଲକ୍ କରାଯାଇଛି ଏବଂ ବର୍ତ୍ତମାନ ଦଳର ଆକାଉଣ୍ଟ ଲକ୍ ହେବା ପ୍ରସଙ୍ଗ ସାମ୍ନାକୁ ଆସିଛି ।

ଅତ୍ୟାଚାର ବିରୋଧରେ ଲଢେଇ ଜାରି ରଖିବ : କଂଗ୍ରେସ

ଏଥିପାଇଁ କଂଗ୍ରେସ ମୋଦୀ ସରକାରଙ୍କୁ ଦାୟୀ କରୁଛି । କଂଗ୍ରେସ କହିଛି ଯେ 'ସରକାରଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟୁଛି କିନ୍ତୁ ସେ ଏହି ଅନ୍ୟାୟ ବିରୁଦ୍ଧରେ ଚୁପ୍ ରହିବେ ନାହିଁ ଏବଂ ସେ ଏହି ଅତ୍ୟାଚାର ବିରୋଧରେ ଲଢେଇ ଜାରି ରଖିବେ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+