Get Updates
Get notified of breaking news, exclusive insights, and must-see stories!

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟ୍ୱିଟର ଝଟକା : ଟୁଲକିଟ୍ ଟ୍ୟାଗକୁ 'ମାନିପୁଲେଟେଡ୍ ମିଡ଼ିଆ' ଦର୍ଶାଇଲା ଟ୍ୱିଟର

କରୋନା ମହାମାରୀକୁ ନେଇ କଂଗ୍ରେସ ମୋଦୀ ସରକାରକୁ ସମାଲୋଚନା କରିଆସୁଛି । ଏହାକୁ ଜବାବ ଦେଇ ଦୁଇ ଦିନ ପୂର୍ବେ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଟୁଲକିଟ୍ ବିଷୟକୁ ନେଇ ଏକ ଟ୍ୱିଟ୍ କରିଥିଲେ ।

ନୂଆଦିଲ୍ଲୀ : କରୋନା ମହାମାରୀକୁ ନେଇ କଂଗ୍ରେସ ମୋଦୀ ସରକାରକୁ ସମାଲୋଚନା କରିଆସୁଛି । ଏହାକୁ ଜବାବ ଦେଇ ଦୁଇ ଦିନ ପୂର୍ବେ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଟୁଲକିଟ୍ ବିଷୟକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଏହା ଉପରେ ଟ୍ୱିଟର କଡ଼ା ପଦକ୍ଷେପ ନେଇ ସମ୍ବିତ ପାତ୍ରଙ୍କ ଟ୍ୱିଟକୁ 'ମାନିପୁଲେଟେଡ୍ ମିଡ଼ିଆ' ଦର୍ଶାଇଛି ।

Sambit-Patra

ଟୁଲକିଟ୍ ମାଧ୍ୟମରେ ଗୁଜବ ପ୍ରଚାର କରି କଂଗ୍ରେସ ସରକାରଙ୍କୁ ଅପମାନିତ କରୁଛି ବୋଲି ବିଜେପି ଅଭିଯୋଗ କରିଥିଲା । ସୂଚନାଯୋଗ୍ୟ, ମେ 18 ରେ ସମ୍ବିତ ପାତ୍ର ଟ୍ୱିଟରରେ ଏକ ଡକ୍ୟୁମେଣ୍ଟ ସେୟାର କରିଥିଲେ, ଯେଉଁଥିରେ କଂଗ୍ରେସ ଲୋଗୋ ରହିଥିଲା । ବିଜେପି ମୁଖପାତ୍ରଙ୍କ ଦ୍ବାରା ପୋଷ୍ଟ୍‌ କରାଯାଇଥିବା ଏହି ବିବାଦୀୟ ପୋଷ୍ଟ୍‌ରେ ଅଭିଯୋଗ ହୋଇଥିଲା କି, ମହାମାରୀ ସମୟରେ କୋଭିଡ୍‌ ରିଲିଫ୍ କାର୍ଯ୍ୟ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ବଦନାମ କରିବା ଲାଗି କଂଗ୍ରେସ 'ଆଡ୍‌ଭାଇଜରି' ଆକାରରେ ଏଭଳି କାଗଜପତ୍ର ପ୍ରସାରଣ କରୁଛି । ସେ ଆହୁରି ମଧ୍ୟ କହିଥିଲେ କି, କଂଗ୍ରେସର ଏହି 'ଟୁଲ୍‌କିଟ୍‌' ଭାରତ ବିରୋଧୀ ଖବର ପ୍ରକାଶ ପାଇଁ ବିଦେଶୀ ଗଣମାଧ୍ୟମଗୁଡ଼ିକୁ ମଧ୍ୟ ସହଯୋଗ କରୁଛି । ଏହି ଟ୍ୱିଟ ଉପରେ ଟ୍ୱିଟର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଏବଂ ସମ୍ବିତ ପାତ୍ରଙ୍କ ଟ୍ୱିଟ ସହ ତଳେ 'ମାନିପୁଲେଟେଡ୍ ମିଡ଼ିଆ' ଦର୍ଶାଇଛି ।

କାହିଁକି ନିଆଗଲା ପଦକ୍ଷେପ ?

ବାସ୍ତବରେ, ଗତ କିଛି ବର୍ଷ ମଧ୍ୟରେ ଟ୍ୱିଟର ଏବଂ ଫେସବୁକ୍ ଅନେକ ଥର ମିଥ୍ୟା ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଛି । ଯାହା ପରେ ବର୍ତ୍ତମାନ ଉଭୟଙ୍କ ଦଳ ଗମ୍ଭୀର ବିଷୟଗୁଡ଼ିକର ସତ୍ୟ ଯାଞ୍ଚ ଆରମ୍ଭ କରିଛନ୍ତି । ଏପରି ପରିସ୍ଥିତିରେ, ଯେତେବେଳେ ବି ଆପଣ କୌଣସି ସୂଚନା ସେୟାର କରନ୍ତି ଏବଂ ଏହାର ଉତ୍ସ ସଠିକ୍ ନଥିବ, ଟ୍ୱିଟର ସେହି ଟ୍ୱିଟ୍ ତଳେ 'ମାନିପୁଲେଟେଡ୍ ମିଡିଆ' ଲେଖିଦେଇଥାଏ, ଅର୍ଥାତ୍ ଏହି ଟ୍ୱିଟ୍ ସଠିକ୍ ସୂଚନା ନୁହେଁ ବୋଲି ଦର୍ଶାଇଦେଇଥାଏ ।

କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା କଂଗ୍ରେସ

ଗୁରୁବାର ଦିନ କଂଗ୍ରେସ ସୋଶାଲ ମିଡିଆ ସେଲ ମୁଖ୍ୟ ରୋହନ ଗୁପ୍ତା ଟ୍ୱିଟ କରି କହିଛନ୍ତି ଯେ, 'ନକଲି ଡକ୍ୟୁମେଣ୍ଟ ବିସ୍ତାର କରିବାରେ ସମ୍ପୃକ୍ତ ଥିବା ସେହି ବିଜେପି ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଆମେ ଆନୁଷ୍ଠାନିକ ଭାବେ ଏକ ଚିଠି ଲେଖିଛୁ । ଏନେଇ ଏଫ୍ଆଇଆର୍ ମଧ୍ୟ ଦାଖଲ ହୋଇସାରିଛି। ଏଥି ସହିତ କିଛି ସ୍ୱତନ୍ତ୍ର ସତ୍ୟତା ଯାଞ୍ଚ ଟିମ୍ ମଧ୍ୟ ବିଜେପିର ମିଥ୍ୟା ପ୍ରଚାରକୁ ପର୍ଦାଫାସ୍ କରିଛନ୍ତି ।

ସମ୍ବିତଙ୍କ ଟ୍ୱିଟ ଉପରେ ହେରଫେଲ ଟ୍ୟାଗ ଟ୍ୱିଟର ଲଗାଇବା ପରେ ଏହା ବିଜେପି ପାଇଁ ଶକ୍ତ ଧକ୍କା ଲାଗିଛି । ଏହି ତଥାକଥିତ ଟୁଲକିଟ ଜରିଆରେ ଦଳ କଂଗ୍ରେସକୁ ଘେରିବା ପାଇଁ ଉଦ୍ୟମ କରିଥିଲା । କଂଗ୍ରେସ ଏହାକୁ ବିଜେପିର ଷଡ଼ଯନ୍ତ୍ର ଓ ଦଳର ନକଲି ଲେଟରହେଡ୍‌ ବ୍ୟବହାର କରି ବିଜେପି ନିଜେ ଏହାକୁ ପ୍ରସ୍ତୁତ କରିଛି ବୋଲି କହିଥିଲା । ଏଥିସହ ଟ୍ୱିଟରକୁ ବିଜେପି ନେତାମାନେ ଟୁଲକିଟ ସଂକ୍ରାନ୍ତରେ କରିଥିବା ଟ୍ୱିଟକୁ ହଟାଇବାକୁ ଦାବି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+