ବିଧାନସଭା ନିର୍ବାଚନର ଫଳାଫଳ 2023 Live: ତ୍ରିପୁରା - ନାଗାଲାଣ୍ଡରେ ବିଜେପିକୁ ବହୁମତ, ମେଘାଳୟରେ NPP ବଡ଼ ଦଳ
ଆସନ୍ତା କାଲି ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ସକାଳ 8 ଟାରୁ ତିନି ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି ।
ଉତ୍ତର-ପୂର୍ବର ତିନି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଲାଇଭ୍ ଅପଡେଟ୍ କୁ ଆପଣଙ୍କୁ ସ୍ୱାଗତ । ଆଜି ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ସକାଳ 8 ଟାରୁ ତିନି ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି । କେଉଁ ରାଜ୍ୟରେ କେଉଁ ଦଳକୁ ବହୁମତ ମିଳୁଛି ଏବଂ କେଉଁ ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବାକୁ ସକ୍ଷଣ ହେଉଛି ତାହା ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ । 16 ଫେବୃଆରୀରେ ତ୍ରିପୁରାର ସମସ୍ତ 60 ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ, 27 ଫେବୃଆରୀରେ ନାଗାଲାଣ୍ଡ ଓ ମେଘାଳୟରେ 59-59 ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି । ଏହା ସହିତ ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଲାକ୍ଷାଦ୍ୱୀପର ଉପନିର୍ବାଚନ ଫଳ ପ୍ରକାଶ ପାଇବ ।
ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କିତ ଲାଇଭ୍ ଅପଡେଟ୍ ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।
ଉତ୍ତର-ପୂର୍ବର ମହିଳାମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି ଏହା ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇ ବିଧାନସଭା (ନାଗାଲାଣ୍ଡ) ରେ ପହଞ୍ଚିଛନ୍ତି: ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ
କଂଗ୍ରେସ ମୋର ବାପାଙ୍କ ପାର୍ଟି ଥିଲା ଏବଂ ଆଜି ଆମେ ଜିତିଛୁ, କଂଗ୍ରେସ କମ୍ ଆସନ ପାଇଛି । କଂଗ୍ରେସରୁ 3 ଜଣ ଜିତିଛନ୍ତି, ମୁଁ ସମସ୍ତଙ୍କ ଅଧୀନରେ କାମ କରିଛି ଏବଂ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି: ପ୍ରଦୀପ କିଶୋର ମାଣିକିଆ ଦେବରମା, ତ୍ରିପୁରା।
ରାଜ୍ୟରେ ସରକାର ଗଠନ କରିବାରେ NPP କୁ ସମର୍ଥନ କରିବା ପାଇଁ ମୁଁ ଆଜି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କଠାରୁ ଏକ କଲ ପାଇଲି । ମୁଁ ସିଏମ କନାର୍ଡ ସାଙ୍ଗମାଙ୍କ ସହ କଥା ହୋଇ ଦଳର ନିଷ୍ପତ୍ତି ବିଷୟରେ ତାଙ୍କୁ ଜଣାଇଛି। ମୁଁ ତାଙ୍କୁ ଭେଟିବି ଏବଂ ଆଜି ରାତିରେ ତାଙ୍କୁ ସମର୍ଥନ ପତ୍ର ଦାଖଲ କରିବି: ମେଘାଳୟ ବିଜେପି ସଭାପତି
ଲୋକଙ୍କ ଆଶୀର୍ବାଦ ହେତୁ ତ୍ରିପୁରାରେ 2 ବର୍ଷ ପୁରୁଣା ପାର୍ଟି ଦ୍ୱିତୀୟ ବୃହତ୍ତମ ଦଳ ହୋଇପାରିଛି । ଆମେ ହୁଏତ ଟିକିଏ ପଛକୁ ଯାଇଥାଇ ପାରୁ । କିନ୍ତୁ 0-13 ରୁ ଯିବା ଆମ ପାଇଁ ବଡ କଥା: ଟିପ୍ରା ମୋଥା, ଚେୟାରମ୍ୟାନ୍, ପ୍ରଦ୍ୟୋତ୍ କିଶୋର ମାଣିକିଆ ଦେବରମା
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ଟ୍ୱିଟ୍ କରି କହିଛନ୍ତି ଯେ, ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନୂତନ ସରକାର ଗଠନ ପାଇଁ ଅମିତ ଶାହାଙ୍କ ସମର୍ଥନ ଲୋଡିଛନ୍ତି ।
ଆସାମ ସିଏମ ଏବଂ ବିଜେପି ନେତା ହିମନ୍ତ ବିଶ୍ୱସର୍ମା ଟୁଇଟ୍ କରି କହିଛନ୍ତି ଯେ, ମେଘାଳୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଷ୍ଟ୍ରୀୟ ଜନତା ଦଳକୁ ସମର୍ଥନ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡଡା ଜୀ ବିଜେପିର ରାଜ୍ୟ ୟୁନିଟ୍ ମେଘାଳୟକୁ ପରାମର୍ଶ ଦେଇଛନ୍ତି ।
ମେଘାଳୟରେ ସରକାର ଗଠନ ପାଇଁ ମେଣ୍ଟ ଆରମ୍ଭ ହେବା ପରେ ଏନପିପି 27 ଟି ସିଟ୍ ପାଇଛି କିନ୍ତୁ ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ।
I thank the people of Nagaland from the bottom of my heart for choosing peace and progress by re-electing the PM Modi-led NDA back in power.
The duo of PM @narendramodi and CM @Neiphiu_Rio will continue to advance peace & development in the state and fulfil people’s aspirations.
— Amit Shah (@AmitShah) March 2, 2023
ଶାନ୍ତି ଏବଂ ପ୍ରଗତିର ଏନଡିଏ ଚୟନ କରିଥିବାରୁ ମୁଁ ନାଗାଲାଣ୍ଡରବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି: ଗୃହମନ୍ତ୍ରୀ ଅମିତ ଶାହା
ତ୍ରିପୁରା ହେଉ କିମ୍ବା ନାଗାଲାଣ୍ଡ ଏପରିକି ମେଘାଳୟରେ ମଧ୍ୟ ଆମକୁ ସଫଳତା ମିଳିଛି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଏହା ପ୍ରଗତି ଏବଂ ସ୍ଥିରତାର ଭୋଟ୍, ବିଜେପି ତ୍ରିପୁରା ରାଜ୍ୟର ବିକାଶ ପଥକୁ ଆଗକୁ ବଢାଇବ । ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିବାରୁ ମୁଁ ତ୍ରିପୁରା ବିଜେପି କର୍ମୀଙ୍କ ପାଇଁ ଗର୍ବିତ: ପ୍ରଧାନମନ୍ତ୍ରୀ ମୋଦୀ
Grateful to all those who have supported @BJP4Meghalaya in the Assembly polls. We will keep working hard to enhance the development trajectory of Meghalaya and focus on empowering the people of the state. I am also thankful to our party workers for the effort they put.
— Narendra Modi (@narendramodi) March 2, 2023
ମେଘାଳୟର ବିକାଶ ପଥକୁ ବଢାଇବା ପାଇଁ ଏବଂ ରାଜ୍ୟବାସୀଙ୍କୁ ସଶକ୍ତିକରଣ ଉପରେ ଧ୍ୟାନ ଦେବା ପାଇଁ ଆମେ କଠିନ ପରିଶ୍ରମ ଜାରି ରଖିବୁ: ପ୍ରଧାନମନ୍ତ୍ରୀ ମୋଦୀ
ସାଗରଦିଘୀ ପରାଜୟରେ କହିଲେ ମମତା - ଆମେ କଂଗ୍ରେସ ଏବଂ ବିଜେପିର ଅନୈତିକ ଗଠବନ୍ଧନ ପାଇଁ ହାରିଲୁ ।
ମେଘାଳୟରେ NPP 27 ଆସନ ରେ ବିଜୟୀ ହୋଇଛି । ସେହପରି TMC ଏବଂ କଂଗ୍ରେସକୁ ମିଳିଛି 5 ଟି ଲେଖାଏଁ ଆସନ । ବିଜେପି ଖାତାକୁ ଯାଇଛି 2 ଆସନ । ଅନ୍ୟ ଦଳ ପାଇଛନ୍ତି 20 ଆସନ ।
ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ବହୁମତ । ଉଭୟ ଦଳ 38 ଆସନରେ ବିଜୟୀ ହୋଇଛନ୍ତି । NPP ଓ NPF ଖାତାକୁ ଯାଇଛି 4-2 ଆସନ । ଅନ୍ୟ ଦଳକୁ ମିଳିଛି 16 ଆସନ ।
ତ୍ରିପୁରାରେ ବହୁମତ ପାଇଛି ବିଜେପି । ବିଜେପି ମେଣ୍ଟ ବର୍ତ୍ତମାନ ସୁଦ୍ଧା 33 ଆସନରେ ବିଜୟୀ ହୋଇଛି । ସେହିପରି ବାମଦଳ 14 ଆସନରେ ବିଜୟୀ ହୋଇଛି । TMP 13 ଆସନରେ ବିଜୟୀ ହୋଇଛି ।
ଝାଡ଼ଖଣ୍ଡ ରାମଗଡ଼ରେ ହୋଇଥିବା ଉପ ନିର୍ବାଚନରେ ଆଜସୁ ପ୍ରାର୍ଥୀ ସୁନୀତା ଚୌଧୁରୀ କଂଗ୍ରେସ ପ୍ରାର୍ଥୀ ବଜରଙ୍ଗ ମହତୋଙ୍କୁ 21644 ଭୋଟରେ ପରାସ୍ତ କରିଛନ୍ତି ।
जीतने के बाद ये सर्टिफिकेट मिल रहा है तो बहुत अच्छा लग रहा है। मैं प्रधानमंत्री, गृह मंत्री, रक्षा मंत्री, बीजेपी के राष्ट्रीय अध्यक्ष सहित सभी कार्यकर्ताओं को धन्यवाद करता हूं: जीत का प्रमाण पत्र प्राप्त करने पर त्रिपुरा के मुख्यमंत्री माणिक साहा, अगरतला #tripuraelections2023 pic.twitter.com/sqShIn7wAM
— ANI_HindiNews (@AHindinews) March 2, 2023
ଜିତିବା ପରେ ଯଦି ଏହି ସାର୍ଟିଫିକେଟ୍ ମିଳୁଛି, ବହୁତ ଖୁସି ଲାଗିୁ : ମୁଖ୍ୟମନ୍ତ୍ରୀ ମାନିକ୍ ସାହା
ତ୍ରିପୁରାରେ ବିଜେପି ମେଣ୍ଟ କାତାକୁ ଯାଇଛି 32 ଆସନ । ଗୋଟିଏ ଆସନରେ ଆଗୁଆ ରହିଛି ମେଣ୍ଟ ।
କଂଗ୍ରେସ
ବିଜେପି
ନାଗାଲାଣ୍ଡରେ 2013, 2018 ନିର୍ବାଚନ ସହ 2023 ବିଧାନସଭା ନିର୍ବାଚନର ତୁଳନାତ୍ମକ ଚିତ୍ର
ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସହିତ ସମୟ ନଷ୍ଟ କରିଥିଲେ: କେନ୍ଦ୍ର ମନ୍ତ୍ରୀ ଡ ରାମଦାସ ଅଠାୱଲେ
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଉତ୍ତର-ପୂର୍ବ ବିକଶିତ ହେଲା ଏବଂ ଆଜି ଆମେ ଫଳାଫଳ ପାଇଲୁ । ଆମେ 2024 ନିର୍ବାଚନରେ ଜିତିବୁ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ
Mumbai
ଅରୁଣାଚଳ ପ୍ରଦେଶରେ ବିଜେପି ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଛନ୍ତି । ବିଧାୟକ ଜାମ୍ବେ ତାସିଙ୍କ ଦେହାନ୍ତ ପରେ ଏଠାରେ ଲୁମଲା ଆସନ ପାଇଁ ଉପ-ନିର୍ବାଚନରେ ବିଜେପି ଶୋରିଙ୍ଗ ହାମୁହ୍କୁ ଟିକେଟ୍ ଦେଇଥିଲା । ତାଙ୍କ ବିପକ୍ଷରେ କେହି ନାମାହ୍କନ ଭରି ନଥିଲେ ।
ମେଘାଳୟରେ ଗତ 2 ବିଧାନସଭା ନିର୍ବାଚନ ସହ ଚଳିତ ନିର୍ବାଚନର ତୁଳନାତ୍ମକ ଫଳାଫଳ
ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ବହୁମତ । ଉଭୟ ଦଳ 34 ଆସନରେ ବିଜୟୀ ହୋଇଛନ୍ତି । NPP ଓ NPF ଖାତାକୁ ଯାଇଛି 4-2 ଆସନ ।
ତ୍ରିପୁରାରେ ବହୁମତ ପାଇଛି ବିଜେପି । ବିଜେପି ମେଣ୍ଟ ବର୍ତ୍ତମାନ ସୁଦ୍ଧା 32 ଆସନରେ ବିଜୟୀ ହେବା ସହ 2 ଆସନରେ ଆଗୁଆ ରହିଛି । ସେହିପର୍ ବାମଦଳ 13 ଆସନରେ ବିଜୟୀ ହେବା ସହ 1 ଆସନରେ ଆଗୁଆ ରହିଛି । ଏବଂ TMP 12 ଆସନରେ ବିଜୟୀ ହୋଇଛି ।
इसी मुर्शिदाबाद में तृणमुल ने पुलिस की मदद से लोगों पर अत्याचार कर, उन्हें लालच देकर कितनी बार कांग्रेस को हराया है। तब मैंने कहा था कि कांग्रेस हारने वाली नहीं है और आज ये सिद्ध हो गया कि कांग्रेस हारने वाली नहीं हराने वाली पार्टी है: कांग्रेस सांसद अधीर रंजन चौधरी, मुर्शिदाबाद pic.twitter.com/EF1kMm4E37
— ANI_HindiNews (@AHindinews) March 2, 2023
ଆଜି ଏହା ପ୍ରମାଣିତ ହୋଇଛି ଯେ କଂଗ୍ରେସ ହାରିବା ନୁହଁ ହରାଇବ ଦଳ : କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ
କଂଗ୍ରେସ
ଟିଏମପି













Click it and Unblock the Notifications