For Quick Alerts
Turn On Notification  
For Daily Alerts
Oneindia App Download

ସିପିଏମ୍-କଂଗ୍ରେସ ମେଣ୍ଟ ନା ଟିଏମସି, ତ୍ରିପୁରାରେ କିଏ ରୋକିବ ବିଜେପି ରଥ ?

ରାଜ୍ୟରେ 5 ବର୍ଷ ଶାସନ କରିବା ପରେ ବିଜେପି ପୁଣି ଏହାର ପତିଆରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି । ଅପରପକ୍ଷରେଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନରେ ଥିବା ବାମପନ୍ଥୀ ହାତରୁ ସରକାର ଚାଲିଯିବା ପରେ ପୁଣି ରାଜ୍ୟରେ ଶାସନ କରିବାକୁ ଆଶା ରଖିଛି ସିପିଆଇ ।

|

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ନାଗାଲାଣ୍ଡ ଓ ମେଘାଳୟ ସହିତ ତ୍ରୁପିରାରେ ରାଜ୍ୟ ସରକାର ଗଠନ ପାଇଁ ହେବ ନିର୍ବାଚନ । କିନ୍ତୁ ଏହାର ବହୁ ପୂର୍ବରୁ ଶାସନ ହାତେଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜନୈତିକ ଦଳ । ରାଜ୍ୟରେ 5 ବର୍ଷ ଶାସନ କରିବା ପରେ ବିଜେପି ପୁଣି ଏହାର ପତିଆରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି । ଅପରପକ୍ଷରେ 2018 ନିର୍ବାଚନରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନରେ ଥିବା ବାମପନ୍ଥୀ ଦଳ ହାତରୁ ସରକାର ଚାଲିଯିବା ପରେ ବର୍ତ୍ତମାନ ପୁଣି ରାଜ୍ୟରେ ଶାସନ ଗାଦି ହାତେଇବାକୁ ଲକ୍ଷ୍ୟ ରଖିଛି କମ୍ୟୁନିଷ୍ଟ ପାର୍ଟି ।

ସେହିପରି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ସରକାରର ସ୍ୱାଦ ପାଇ ନଥିବା କଂଗ୍ରେସ ମଧ୍ୟ ରାଜ୍ୟରେ ସରକାର ଗଢିବାକୁ ଆଶା ରଖିଛି । ରାଜ୍ୟ ନିର୍ବାଚନରେ ଆଉ ଏକ ଦଳ ରହିଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ପଶ୍ଚିମବଙ୍ଗରେ ଗତ ନିର୍ବାଚନରେ ବିପୁଳ ବିଜୟ କରିବା ପରେ ଦଳର ଆତ୍ମବିଶ୍ୱାସ ବଢିଛି । ବିଜେପି-କଂଗ୍ରେସ-ବାମପନ୍ଥୀଙ୍କୁ ମାତ୍ ଦେଇ ରାଜ୍ୟ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଟିଏମସି ।

Tripura election

2018 ବିଧାନସଭା ନିର୍ବାଚନରେ ରାଜ୍ୟରେ ଦୁଇ ଦଶନ୍ଧି ଧରି ଶାସନ ସମ୍ଭାଳୁଥିବା କମ୍ୟୁନିଷ୍ଟ ପାର୍ଟିକୁ ହଟାଇଦେଇଥିଲା ବିଜେପି । ରୋଚକ କଥା ହେଉଛି ଏହା ପୂର୍ବରୁ ରାଜ୍ୟରେ ବିଜେପିର ଜଣେ ହେଲେ ବିଧାୟକ ନଥିଲେ । କିନ୍ତୁ, ଏଥର ରାଜ୍ୟରେ ବିଜେପି ରଥ ରୋକିବାକୁ କଂଗ୍ରେସ ଏବଂ ବାମପନ୍ଥୀ ହାତ ମିଳାଇଛନ୍ତି । ଉଭୟ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତ୍ରିପୁରାରେ ଆସନ ସଂଖ୍ୟା

ତ୍ରିପୁରାରେ ମୋଟ 60 ଟି ବିଧାନସଭା ଆସନ ରହିଛି । ସେଥିମଧ୍ୟରୁ 30 ଟି ସାଧାରଣ ସଭା ନିର୍ବାଚନମଣ୍ଡଳୀ । ଏହା ବାଦ୍ ଅନୁସୂଚିତ ଜନଜାତିଙ୍କ ପାଇଁ 20 ଏବଂ ଅନୁସୂଚିତ ଜାତି ପାଇଁ 10 ଟି ସଂରକ୍ଷିତ ଆସନ ରହିଛି । ଗତ ଥର 60 ଟି ସିଟ୍ ମଧ୍ୟରୁ 59 ଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଗତ ନିର୍ବାଚନରେ ବିଜେପିର ରେକର୍ଡ

2018 ନିର୍ବାଚନରେ ବିଜେପି କେବଳ 51 ଆସନରେ ପ୍ରତିଦ୍ୱନ୍ଦିତା କରିଥିଲା । ମୋଟ 43.5 ଭୋଟ୍ ସହିତ ବିଜେପି 35 ଟି ଆସନ ହାତେଇ ବହୁମତ ପାଇଥିଲା । ବିଜେପି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆସନରୁ ଦଳକୁ ମୋଟ 51.71% ଭୋଟ୍ ମିଳିଥିଲା । ବିଜେପି ଏହାର ସହଯୋଗୀ ଦଳ ଇଣ୍ଡିଜିନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି) କୁ 8 ଟି ଆସନରେ ନିର୍ବାଚନ ଲଢିବାକୁ ଦେଇଥିଲା । ଦଳ ଲଢିଥିବା ସମସ୍ତ 8 ଆସନରେ ମଧ୍ୟ ବିଜୟୀ ହୋଇଥିଲା । ଏହା ଏକ ଆଦିବାସୀ ପ୍ରାଧାନ୍ୟବାଦୀ ଦଳ ଏବଂ ଶାସକ ଦଳ ଏଥର ମଧ୍ୟ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସଙ୍କେତ ଦେଇସାରିଛି ।

ବାମପନ୍ଥୀର ବଡ଼ ପରାଜୟ

ଅଢେଇ ଦଶନ୍ଧି ଧରି ତ୍ରିପୁରା ଉପରେ ଶାସନ କରୁଥିବା ସିପିଏମ୍ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଦଳ ପ୍ରାର୍ଥୀ ଦେଇଥିବା ମୋଟ 57 ଆସନରୁ ମାତ୍ର 16 ଟିରେ ଜିତିଥିଲା । କିନ୍ତୁ ଏହାର ଭୋଟ୍ ପ୍ରତିଶତ ଥିଲା 42.22% । ସହଯୋଗୀ ଦଳ ସିପିଏମ୍, ସିପିଆଇ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଏବଂ ଆରଏସପି ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।

ନିରାଶାଜନକ ଥିଲା କଂଗ୍ରେସ-ଟିଏମସିର ପ୍ରଦର୍ଶନ

କଂଗ୍ରେସ ଏବଂ ଟିଏମସିର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା । ଗତ ନିର୍ବାଚନ ପର୍ଯ୍ୟନ୍ତ ବାମପନ୍ଥୀ ର ବିରୋଧୀ ଦଳର ଭୂମିକା ଗ୍ରହଣ କରିଥିବା କଂଗ୍ରେସ ସମସ୍ତ 59 ଟି ଆସନରେ ପ୍ରାର୍ଥୀ କରିଥିଲା । କିନ୍ତୁ 58 ଆସନରେ ଅମାନତ ହରାଇଥିଲା ଦଳ । ଦଳକୁ ମିଳିଥିଲା ମୋଟ 1.79% ଭୋଟ୍ । ସେହିଭଳି ବଙ୍ଗଳା ବାହାରେ ଲଢିବାକୁ ଚେଷ୍ଟା କରୁଥିବା ଟିଏମସି 2018 ରେ ତ୍ରିପୁରାରେ ମୋଟ 24 ଜଣ ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇଥିଲା । କିନ୍ତୁ ଜଣେ ହେଲେ ପ୍ରାର୍ଥୀ ବିଜୟୀ ହୋଇନଥିଲେ । ଦଳକୁ ମିଳିଥିଲା ମାତ୍ର 0.30% ଭୋଟ୍ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tripura Assembly Election: CPI-Congress-TMC, Who Will Able To Stop BJP's Victory
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X