TN Assembly elections 2021 : ଟିକେଟ୍ ନ ମିଳିବାରୁ ଧୀନାକରନଙ୍କ ଦଳକୁ ଡେଇଁଲେ AIADMK ବିଧାୟକ
ଦକ୍ଷିଣ ତାମିଲନାଡୁର ତାଙ୍କ ସତ୍ତୁର ନିର୍ବାଚନମଣ୍ଡଳୀରୁ ଶାସକ ଦଳ ତାଙ୍କୁ ପୁନର୍ବାର ମନୋନୀତ ନକରିବାର ଗୋଟିଏ ଦିନ ପରେ ଗୁରୁବାର ଦିନ AIADMK ବିଧାୟକ ଏମଏସଆର ରାଜଭରମାନ ପ୍ରତିଦ୍ୱନ୍ଦ୍ୱୀ ଆମ୍ମା ମକ୍କାଲ ମୁନ୍ନେଟ୍ରା କାଜଗାମରେ ଯୋଗ ଦେଇଛନ୍ତି ।
ଚେନ୍ନାଇ : ତାମିଲନାଡ଼ୁର AIADMK ବିଧାୟକଙ୍କୁ ଦଳ ଟିକେଟ୍ ନ ଦେବାରୁ ସେ ଆମ୍ମା ମକ୍କାଲ ମୁନ୍ନେଟ୍ରା କାଜଗାମରେ ସାମିଲ ହୋଇଛନ୍ତି । ଦକ୍ଷିଣ ତାମିଲନାଡୁର ତାଙ୍କ ସତ୍ତୁର ନିର୍ବାଚନମଣ୍ଡଳୀରୁ ଶାସକ ଦଳ ତାଙ୍କୁ ପୁନର୍ବାର ମନୋନୀତ ନକରିବାର ଗୋଟିଏ ଦିନ ପରେ ଗୁରୁବାର ଦିନ AIADMK ବିଧାୟକ ଏମଏସଆର ରାଜଭରମାନ ପ୍ରତିଦ୍ୱନ୍ଦ୍ୱୀ ଆମ୍ମା ମକ୍କାଲ ମୁନ୍ନେଟ୍ରା କାଜଗାମରେ ଯୋଗ ଦେଇଛନ୍ତି । ଅପରପକ୍ଷରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ AIADMK ତାଙ୍କୁ ଦଳରୁ ବହିଷ୍କାର କରିଛି ବୋଲି ଦଳ ଏକ ବିବୃତ୍ତିରେ କହିଛି ।

ବିଧାନସଭାରେ ସତ୍ତୁରରୁ ପ୍ରତିନିଧିତ୍ୱ କରୁଥିବା ରାଜଭାରାମ କହିଛନ୍ତି ଯେ, ସେ ଏବଂ ତାଙ୍କ ସମର୍ଥକ ମାନେ AMMK ଯୋଗ ଦେଇଛନ୍ତି । ଯେଉଁମାନେ ଦଳ ପାଇଁ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ସୁଯୋଗ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମେ ମାସରେ ବିଧାନସଭା ନିର୍ବାଚନ ଫଳାଫଳ ପରେ କିଏ ସରକାର ଗଠନ କରିବ ସେ ନେଇ ଏଏମ୍ଏମକେ ସାଧାରଣ ସମ୍ପାଦକ ଟିଟିଭି ଧିନାକରନ୍ ସ୍ଥିର କରିବେ ।
ଏହିର୍କୋଟାଇ ପରେ ସତ୍ତୁରରୁ AIADMK ଟିକେଟ୍ ରେ ନିର୍ବାଚିତ ହୋଇଥିବା ଏସ.ଜି ସୁବ୍ରମଣ୍ୟନ ମଧ୍ୟ ଧୀନାକରନଙ୍କୁ ସମର୍ଥନ କରିବାରୁ ତାଙ୍କୁ 2017ରେ ଦଳରୁ ବାହାର କରାଯାଇଥିଲା । ଏହା ପରେ ଦଳ ମନୋନୀତ କରିଥିବା ରାଜଭରନ 2019 ଉପନିର୍ବାଚନରେ ବିଜୟୀ ହୋଇଥିଲେ । ପ୍ରକାଶ ଥାଉକି, ମନ୍ତ୍ରୀ କେ.ଟି ରାଜେନ୍ଦ୍ର ବାଲାଜୀଙ୍କ ସହିତ ତାଙ୍କର ମତଭେଦ କାରଣରୁ, ଏଆଇଏଡିଏମକେ ତାଙ୍କୁ ଆଉ ଟିକେଟ୍ ଦେଇନାହିଁ । ତାଙ୍କ ବଦଳରେ ବିରୁଧୁନଗର ପୂର୍ବ ଜିଲ୍ଲା ସଚିବ ଆର.କେ ରବିଚନ୍ଦ୍ରନଙ୍କୁ ସତ୍ତୁର ନିର୍ବାଚନମଣ୍ଡଳୀରୁ ଲଢିବା ନେଇ ଦଳ ଘୋଷଣା କରିଥିଲା ।
ପ୍ରାୟ ତିନି ବର୍ଷ ପୂର୍ବେ ଧିନାକରନଙ୍କ ସହ ପକ୍ଷ ରଖି କ୍ଷମା ମାଗିବା ପରେ ସୁବ୍ରମଣ୍ୟନ୍ କିଛି ଦିନ ପୂର୍ବରୁ AIADMK ରେ ଯୋଗ ଦେଇଛନ୍ତି ।












Click it and Unblock the Notifications