ଟିଏମସି ର ଅଭିଯୋଗ, ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି ଶୁଭେନ୍ଦୁ ଅଧିକାରୀ : ନିର୍ବାଚନ ଆୟୋଗ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ନନ୍ଦିଗ୍ରାମର ବିଜେପି ପ୍ରାର୍ଥ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ଅପରାଧୀଙ୍କୁ ଆଶ୍ରୟ ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ନନ୍ଦିଗ୍ରାମର ବିଜେପି ପ୍ରାର୍ଥ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ଅପରାଧୀଙ୍କୁ ଆଶ୍ରୟ ଦେଇଛନ୍ତି । ଟିଏମସି ନିର୍ବାଚନ କମିଶନଙ୍କୁ ଯଥାଶୀଘ୍ର ହସ୍ତକ୍ଷେପ କରିବା ସହ ପୋଲିସ ସହାୟତାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ଦାବି କରିଛି ।

ଟିଏମସି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଲେଖାଯାଇଛି ଯେ, ନନ୍ଦିଗ୍ରାମରୁ ବିଜେପି ଟିକେଟ୍ ପାଇଥିବା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମର ଅନେକ ସ୍ଥାନରେ ବାହାର ଅପରାଧୀଙ୍କୁ ଆଶ୍ରୟ ଦେଇଛନ୍ତି । ଟିଏମସି ଏହ ଚିଠିରେ କାଲିପଡା ଶିଆଙ୍କ ଘର, ହରିପୁରର ମେଘନାଥ ପାଲଙ୍କ ଘର, ବବେଲ -1 ରେ ପବିତ୍ରଙ୍କ ଘର ଏବଂ ବୋବେଲ ଏମଏସକେ ଅଞ୍ଚଳରେ ବୋଜୋହରୀ ସାମନ୍ତଙ୍କ ଘରକୁ ସ୍ଥାନିତ କରିଛି ।
ଚିଠିରେ ଲେଖାଯାଇଛି ଯେ, ଶୁଭେନ୍ଦୁ ଅଧିକାରୀ ଏହି ଚାରିଟି ସ୍ଥାନରେ ତାଙ୍କ ଗୁଣ୍ଡାମାନଙ୍କୁ ଆଶ୍ରୟ ଦେଇଛନ୍ତି । ଏଥିସହିତ ସେମାନଙ୍କୁ ଭେଟିବାକୁ ଶୁଭେନ୍ଦୁ ନିୟମିତ ଭାବେ ଯାଉଛନ୍ତି ବୋଲି ମଧ୍ୟ ଟିଏମସି ଅଭିଯୋଗ କରିଛି । ଟିଏମସି ଚିଠିରେ ଆହୁରି ଲେଖିଛି, 'ଆମେ ଏ ବିଷୟରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛୁ କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ, ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଏବଂ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନିଅନ୍ତୁ । ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବାହାରୁ ଡକାଯାଇଥିବା ଏହି ବିଶୃଙ୍ଖଳିତ ବ୍ୟକ୍ତିଙ୍କ ଉଫରେ ପୋଲିସ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ୍ ବୋଲି ଚିଠିରେ ଟିଏମସି ପକ୍ଷରୁ କୁହାଯାଇଛି । ଏହି ଚିଠିରେ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ'ବ୍ରାଇନ୍ଙ୍କ ଦସ୍ତଖତ ରହିଛି ।












Click it and Unblock the Notifications