ପଶ୍ଚିମବଙ୍ଗ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ଫଳାଫଳ 2022 : ଏକତରଫା କ୍ଲିନ୍ ସ୍ୱିପ୍ କଲା ଟିଏମସି
ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସୋମବାର ଦିନ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଚାନ୍ଦେରନାଗୋର ଏବଂ ଆସାନସୋଲର ଚାରିଟି ମ୍ୟୁନିସିପାଲିଟି କର୍ପୋରେସନରେ ବିପୁଳ ବିଜୟ ହାସଲ କରିଛି ।
କୋଲକାତା : ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସୋମବାର ଦିନ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଚାନ୍ଦେରନାଗୋର ଏବଂ ଆସାନସୋଲର ଚାରିଟି ମ୍ୟୁନିସିପାଲିଟି କର୍ପୋରେସନରେ ବିପୁଳ ବିଜୟ ହାସଲ କରିଛି ।
ଟିଏମସି 41 ଟି ଆସନ ମଧ୍ୟରୁ 39 ଟି ଜିତି ବିଧାନନଗରକୁ ନିଜ ହାତରେ ରଖିଛି । କିନ୍ତୁ ବିରୋଧୀ ବିଜେପି ଏବଂ ସିପିଆଇ (ଏମ) ସେମାନଙ୍କ ଆକାଉଣ୍ଟ ଖୋଲିବାରେ ବିଫଳ ହୋଇଛନ୍ତି । କଂଗ୍ରେସ ଗୋଟିଏ ସିଟ୍ ହାତେଇ ପାରିଛି । ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ୱାର୍ଡରେ ବିଜୟ ହାସଲ କରିଛନ୍ତି ।

ସେହିପରି ଚନ୍ଦ୍ରନଗରରେ ଟିଏମସି 32 ଆସନରୁ 31 ଆସନ ହାତେଇଥିବା ବେଳେ ସିପିଆଇ(ଏମ୍) ଗୋଟିଏ ୱାର୍ଡରେ ବିଜୟ ହୋଇଛି ।
ପ୍ରକାଶ ଥାଉକି, ଶାସକ ଦଳ ସିଲିଗୁଡ଼ି ମ୍ୟୁନିସିପାଲିଟି କର୍ପୋରେସନକୁ ସିପିଆଇ (ଏମ୍) ହାତରୁ ଛଡ଼ାଇ ନେଇଛି । ଟିଏମସି 47 ଟି ଆସନ ମଧ୍ୟରୁ 37 ଟି ଆସି ହାତେଇଛି । ପାଞ୍ଚଟି ସିଟ୍ ହାସଲ କରି ବିଜେପି ବିରୋଧୀ ମାନ୍ୟତା ପାଇଥିବାବେଳେ ବାମପନ୍ଥୀମାନେ କେବଳ ଚାରିଟି ସିଟ୍ ଜିତିବାରେ ସଫଳ ହୋଇଥିବାରୁ ତୃତୀୟ ସ୍ଥାନରେ ରହିଛି । SEC ତଥ୍ୟ ଅନୁଯାୟୀ କଂଗ୍ରେସ ଗୋଟିଏ ସ୍ଥାନ ହାସଲ କରିଛି ।
ସିଲିଗୁରିରେ ଟିଏମସିର ଭୋଟ୍ ଅଂଶ 78.72 ପ୍ରତିଶତ ଥିବାବେଳେ ବିଜେପି ଏବଂ ସିପିଆଇ (M)ର ଯଥାକ୍ରମେ 10.64 ପ୍ରତିଶତ ଏବଂ 8.5 ପ୍ରତିଶତ ଭୋଟ୍ ରହିଛି ।
ଏହି ସମୟରେ, ନିର୍ବାଚନରେ ଦଳର ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ଧନ୍ୟବାଦ ଜଣାଇ ଏହାକୁ ଜନତାଙ୍କ ବିଜୟ ବୋଲି କହିଛନ୍ତି ।












Click it and Unblock the Notifications