West Bengal Assembly Election : ଆଜି ପ୍ରକାଶ ପାଇବ ଟିଏମସିର ଘୋଷଣା ପତ୍ର, ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ଆଜି ନିଜର ଘୋଷଣା ପତ୍ର ପ୍ରକାଶ କରିପାରେ । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଯିବା ପୂର୍ବରୁ କୋଲକାତାରେ ମେନିଫେଷ୍ଟୋ ଜାରି କରିବେ ।

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ଆଜି ନିଜର ଘୋଷଣା ପତ୍ର ପ୍ରକାଶ କରିପାରେ । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଯିବା ପୂର୍ବରୁ କୋଲକାତାରେ ମେନିଫେଷ୍ଟୋ ଜାରି କରିବେ । ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିସାରିଛନ୍ତି । ବୁଧବାର ଦିନ ମମତା ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ । ଦୁଇ ଦିନ ପରେ, ମାର୍ଚ୍ଚ 12 ରେ ବିଜେପିର ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ପତ୍ର ଦାଖଲ କରିବେ ।

Mamata-Banerjee

ନିର୍ବାଚନୀ ଇସ୍ତାହାରରେ, ଶାସକ ଟିଏମସି ରୋଜଗାର ଏବଂ ଲୋକମାନଙ୍କ ପାଇଁ ଯୋଜନା ଉପରେ ଅଧିକ ଧ୍ୟାନ ଦେବାର ସମ୍ଭାବନା ରହିଛି । ମେନିଫେଷ୍ଟୋ ଜାରି କରିବା ପରେ ମମତା ବାନାର୍ଜୀ ନନ୍ଦିଗ୍ରାମ ଯିବେ, ସେଠାରେ ସେ ଦଳୀୟକର୍ମୀଙ୍କ ସହ ଏକ ବୈଠକ କରିବେ । ସେହି ଦିନ ସେ ନାମାଙ୍କନ ପତ୍ର ଦାଖଲ କରିବେ ।

ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ବାନାର୍ଜୀ ନିଜର ପାରମ୍ପାରିକ ଆସନ ଭବାନୀପୁର ଆସନ ଛାଡ଼ିଛନ୍ତି । ଏହା ପୂର୍ବିରୁ ସେ ଭବାନୀପୁରରୁ ଦୁଇଥର ଜିତିସାରିଛନ୍ତି । ଅପରପକ୍ଷରେ ବିଜେପି ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି । 2007 ମସିହାରେ ଜମି ଅଧିଗ୍ରହଣ ଆନ୍ଦୋଳନରେ ପ୍ରମୁଖ ଚେହେରା ଭାବେ ନଜର ଆସିଥିବା ଶୁଭେନ୍ଦୁ ଗତ ବର୍ଷ ଡିସେମ୍ବରରେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ନନ୍ଦିଗ୍ରାମ ଶୁଭେନ୍ଦୁଙ୍କ ଗଡ଼ ବୋଲି ବିବେଚନା କରାଯାଏ । 2016 ରେ ବାନାର୍ଜୀ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହେବା ପୂର୍ବରୁ ଏହି ହାଇ ପ୍ରୋଫାଇଲ ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ ।

ଶୁକ୍ରବାର ଦିନ ବିଜେପି ପ୍ରାର୍ଥୀ ଏହି ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରେ ଜଣେ ବାହାର ଲୋକ ବୋଲି କହିଛନ୍ତି । ଏଥିସହିତ ନନ୍ଦିଗ୍ରାମବାସୀ ଏହାର 'ଭୁମିପୁତ୍ର'କୁ ଚୟନ କରିବ ବୋଲି ପ୍ରକାଶ କରିଛନ୍ତି । ସେ ଏହା ପୂର୍ବରୁ କହିଥିଲେ ଯେ, 'ମୁଁ ମମତା ବାନାର୍ଜୀଙ୍କୁ ହରାଇ ପୁଣି କୋଲକାତା ପଠାଇବି ।' ଏହା ସହ ଅଧିକାରୀଙ୍କୁ ମମତାଙ୍କୁ 50 ହଜାର ଭୋଟରେ ପରାସ୍ତ କରିବାର କ୍ଷମତା ରଖିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

2019 ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର 42 ଟି ଲୋକସଭା ମଧ୍ୟରୁ 18 ଟି ଜିତି ବିଜେପି ଶାସକ ଟିଏମସିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିଲା । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ପାଉଥିବାରୁ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ 10 ବର୍ଷର ଶାସନକୁ ସମାପ୍ତ କରିବା ନେଇ ବିଜେପିର ନେତାମାନେ ଉତ୍ସାହିତ ଅଛନ୍ତି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ମତଦାନ 27 ମାର୍ଚ୍ଚ, 1 ଏପ୍ରିଲ, 6 ଏପ୍ରିଲ, 10 ଏପ୍ରିଲ, 17 ଏପ୍ରିଲ, 22 ଏପ୍ରିଲ, 26 ଏପ୍ରିଲ ଏବଂ 29 ଏପ୍ରିଲରେ ହେବ । ଫଳାଫଳ 2 ମଇରେ ଘୋଷଣା କରାଯିବ । ଅନ୍ୟପକ୍ଷରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ 1 ଅପ୍ରେଲରେ ନନ୍ଦିଗ୍ରାମରେ ନିର୍ବାଚନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+