ନାରଦା ସ୍କାମରେ ବିଧାୟକ ଓ ମନ୍ତ୍ରୀଙ୍କ ଗିରଫକୁ ସମର୍ଥକଙ୍କ ବିରୋଧ, ସିବିଆଇ ଅଫିସ୍ ଘେରାଉ

ସିବିଆଇ ତୃଣମୂଳ କଂଗ୍ରେସର ଚାରି ଜଣନେତାଙ୍କୁ ଗିରଫ କରିବା ପରେ କୋଲକାତାର ସିବିଆଇ କାର୍ଯ୍ୟାଳୟ ବାହାରେ ଟିଏମସି ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀକୁ ଲାଠି ଚାର୍ଜ କରିବାକୁ ପଡିଛି ।

କୋଲକାତା : ପଶ୍ଚିମବଙ୍ଗର ନାରଦା ଘୋଟାଲାରେ ଟିଏମସି ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମେୟର ସୋଭନ ଚାଟାର୍ଜୀଙ୍କୁ ଗିରଫ କରି ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି । ସିବିଆଇ ତୃଣମୂଳ କଂଗ୍ରେସର ଚାରି ଜଣନେତାଙ୍କୁ ଗିରଫ କରିବା ପରେ କୋଲକାତାର ସିବିଆଇ କାର୍ଯ୍ୟାଳୟ ବାହାରେ ଟିଏମସି ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀକୁ ଲାଠି ଚାର୍ଜ କରିବାକୁ ପଡିଛି ।

Narada case

ପ୍ରକୃତରେ, ଅନୁସନ୍ଧାନକାରୀ ସଂସ୍ଥା 4 ଟିଏମସି ନେତା ଗିରଫ କରିବା ପରେ ବହୁ ସଂଖ୍ୟାରେ ଦଳର ସମର୍ଥକ ସିବିଆଇ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଲାଠି ଚାର୍ଜ କରିବାକୁ ପଡିଥିଲା । ଏହି ସମୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ମୁଁ ଚ୍ୟାନେଲ ତଥା ପବ୍ଲିକ ଡୋମେନରେ ସିବିଆଇ କାର୍ଯ୍ୟାଳୟରେ ପଥର ମାଡ଼ହେଉଥିବା ଦେଖିଛି । ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ କୋଲକାତା ପୋଲିସ ଏବଂ ପଶ୍ଚିମବଙ୍ଗ ପୋଲିସ କେବଳ ଦର୍ଶକ ସାଜିଛି । ଆଇନ ଶୃଙ୍ଖଳା ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର ପଦକ୍ଷେପକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଏବଂ ଏହାକୁ ଏକ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ମମତା ବାନାର୍ଜୀ ମଧ୍ୟ କୋଲକାତା ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ମନ୍ତ୍ରୀ ତଥା ବିଧାୟକଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି । ଏଥି ସହିତ ମମତା ବାନାର୍ଜୀ ନିଜକୁ ଗିରଫ କରିବାକୁ ସିବିଆଇ ଅଧିକାରୀଙ୍କୁ କହିଥିଲେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ 2016 ବିଧାନସଭା ନିର୍ବାଚନ ପୂର୍ବରୁ ନାରଦା ନ୍ୟୁଜ୍ ର ସିଇଓ ଏକ ଷ୍ଟିଙ୍ଗ୍ ଅପରେସନ୍ ଭିଡିଓ ଜାରି କରିଥିଲେ । ଯେଉଁଥିରେ, ଏକ କମ୍ପାନୀର ପ୍ରତିନିଧୀଙ୍କ ଠାରୁ ଟିଏମସିର 7 ସାଂସଦ, 3 ମନ୍ତ୍ରୀ ଏବଂ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ମେୟର ସୋୱାନ ଚାଟାର୍ଜୀ କାମ କରିବା ପାଇଁ ଲାଞ୍ଚ ଭାବରେ ବହୁ ପରିମାଣର ଅର୍ଥ ନେଉଥିବାର ନଜର ଆସିଥିଲେ। ନିକଟରେ ରାଜ୍ୟପାଳ ଜଗଦୀପ ଧନକର ପୂର୍ବତନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତାଙ୍କ ବିରୋଧରେ ମାମଲା କରିବାକୁ ମଞ୍ଜୁରୀ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+