ମୋଦୀଙ୍କ ବଂଲାଦେଶ ଯାତ୍ରାକୁ ନେଇ ନିର୍ବାଚନ ଆୟୋଗର ଦ୍ୱାରସ୍ଥ ହେଲା ତୃଣମୂଳ କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଂଲାଦେଶ ଗସ୍ତକୁ ନିର୍ବାଚନ ଆଚରଣ ବିଧି ଉଂଲଙ୍ଘନ ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ବାଚନ ପ୍ରଚାରରୁ ନିବୃତ୍ତ ରଖିବା ନେଇ ନିର୍ବାଚନ ଆୟୋଗକୁ ଚିଛି ଲେଖିଛି ଟିଏମସି ।

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଠିକ୍ ପୂର୍ବରୁ ସତ୍ତାଧାରୀ ତୃଣମୂଳ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଂଲାଦେଶ ଗସ୍ତକୁ ନିର୍ବାଚନ ଆଚରଣ ବିଧି ଉଂଲଙ୍ଘନ ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ବାଚନ ପ୍ରଚାରରୁ ନିବୃତ୍ତ ରଖିବା ନେଇ ନିର୍ବାଚନ ଆୟୋଗକୁ ଚିଛି ଲେଖିଛି ଟିଏମସି । ଦଳର ଅଭିଯୋଗ ଯେ, ମୋଦୀ ହାଂଲେଦେଶ ଗସ୍ତ ସମୟରେ ବଙ୍ଗଳାର ଜଣେ ବିଜେପି ସାଂସଦଙ୍କୁ କାହିଁକି ବଂଲାଦେଶ ନେଇ ଯାଇଥିଲେ । କେତେକ ସ୍ଥାନରେ ମତଦାନ ପ୍ରକ୍ରିୟାକୁ ପ୍ରବାବିତ କରିବା ପାଇଁ ମୋଦୀ ଏପରି କରିଥିବେ ନେଇ ଟିଏମସି ଅଭିଯୋଗ କରିଛି ।

TMC

ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଓରାକାଣ୍ଡି ଟୁର୍ - ଟିଏମସି

ପ୍ରଧାନମନ୍ତ୍ରୀଙ୍କର ଓରାକାଣ୍ଡି ଗସ୍ତକୁ ନେଇ ଟିଏମସି ଆପତ୍ତି କରିବା ସହ ବଙ୍ଗଳାର କେତେକ ସ୍ଥାନରେ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ଏପରି କରାଯାଇଛି ବୋଲି ଟିଏମସି କହିଛି । ମୋଦୀ ତାଙ୍କ ସହ ବଙ୍ଗଳାର ବିଜେପି ସାଂସଦ ଶାନ୍ତନୁ ଠାକୁରଙ୍କୁ ନେଇଥିଲେ । ଟିଏମସି ନିର୍ବାଚନ ଆୟୋଗକୁ ଲେଖିଥିବା ଚିଠିରେ ଦର୍ଶାଯାଇଛି ଯେ, ଶାନ୍ତନୁ ଠାକୁର ଭାରତ ସରକାରଙ୍କ କୌଣସି ପଦପଦବୀରେ ନାହାଁନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ବାଂଲାଦେଶ ଗସ୍ତରେ ଯିବାକୁ ଟିଏମସି କିମ୍ବା ଅନ୍ୟ କୌଣସି ଦଳର ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇନଥିଲା ।

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଦାବି

ଟିଏମସି ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରେ ପଶ୍ଚିମବଙ୍ଗ ନିର୍ବାଚନରେ ଦଖଲ ଦେବା ନେଇ ନିଜ ପଦବୀର ଦୂରୁପଯୋଗ କରିଛନ୍ତି । ତେଣୁ ନିର୍ବାଚନ କମିଶନ ତାଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଯେପରି ସେ ନିଦ ପଦପଦବୀର ଦୂରୁପଯୋଗ କରିବାକୁ ଭବିଷ୍ୟତରେ ସାହାସ କରିବେନି ବୋଲି ଚିଠିରେ ଉଲ୍ଲେଖ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+