ବିନା ଆଲୋଚନାରେ ବିଲ୍ ପାସ୍ ନେଇ ବର୍ଷିଲେ ଟିଏମସିର ଡେରେକ ଓ'ବ୍ରାଇନ୍, କହିଲେ - ଚାଟ୍ ପାମ୍ପଡ଼ି କରୁଛନ୍ତି କି ?
ଓ'ବ୍ରାଇନ୍ କହିଛନ୍ତି ଯେ ଏହା କୌଣସି ଚାଟ୍ ପାପଡ଼ି ତିଆରି କରୁନାହିଁ ଯେ ଆପଣ ବିତର୍କ ବିନା ବିଲ୍ ପାସ୍ କରୁଛନ୍ତି ।
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ବିତର୍କ ନକରି ଅନେକ ବିଲ୍ ପାରିତ ହୋଇଥିବାରୁ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ ଓ'ବ୍ରାଇନ୍ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଓ'ବ୍ରାଇନ୍ କହିଛନ୍ତି ଯେ ଏହା କୌଣସି ଚାଟ୍ ପାପଡ଼ି ତିଆରି କରୁନାହିଁ ଯେ ଆପଣ ବିତର୍କ ବିନା ବିଲ୍ ପାସ୍ କରୁଛନ୍ତି ।

ଡେରେକ ତାଙ୍କ ଟ୍ୱିଟରେ ଏପର୍ଯ୍ୟନ୍ତ ପାସ୍ ହୋଇଥିବା 12 ଟି ବିଲ୍ ଉପରେ ଆଲୋଚନା ସମୟ ମଧ୍ୟ କହିଛନ୍ତି । କିଛି ମିନିଟରୁ ଅଧିକ ସମୟ ପାଇଁ କୌଣସି ବିଲ୍ ଉପରେ ଆଲୋଚନା କରାଯାଇ ନାହିଁ ଏବଂ ଏକ ମିନିଟ୍ ମଧ୍ୟରେ ରାଜ୍ୟସଭାରେ ନଡ଼ିଆ ବିକାଶ ବିଲ୍ ପାରିତ ହୋଇଛି ।
ଡେରେକ ଓ'ବ୍ରାଇନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି- "ମୋଦୀ-ଶାହା ପ୍ରଥମ 10 ଦିନରେ 12 ଟି ବିଲ୍ ପାସ୍ କରାଇଛନ୍ତି ଏବଂ ଗୋଟିଏ ବିଲ୍ ଉପରେ ବିତର୍କ ପାଇଁ ହାରାହାରି 7 ମିନିଟ୍ ସମୟ ଦିଆଯାଇଛି । ଡେରେକ ଏହାକୁ କଟାକ୍ଷ କରି 'ମାଷ୍ଟର ଷ୍ଟ୍ରୋକ୍' କହିବା ସହ କହିଛନ୍ତି, ଆପଣ ଆଇନ କରୁଛନ୍ତି ନା ପାପଡ଼ି ଚାଟ୍ କରୁଛନ୍ତି ।"
In the first 10 days, Modi-Shah rushed through and passed 12 Bills at an average time of UNDER SEVEN MINUTES per Bill 😡(See shocking chart👇)
Passing legislation or making papri chaat! pic.twitter.com/9plJOr5YbP
— Derek O'Brien | ডেরেক ও'ব্রায়েন (@derekobrienmp) August 2, 2021
ଡେରେକ ଏହି ଅଧିବେଶନରେ ପାସ ହୋଇଥିବା 12 ଟି ବିଲ୍ ବିଷୟରେ ସୂଚନା ଦେଇଛନ୍ତି । ଏଥିରେ କେଉଁ ବିଲି ପାଇଁ କେତେ ସମୟ ଆଲୋଚନା କରାଯାଇଥିଲା ତାହାର ତଥ୍ୟ ମଧ୍ୟ ଦେଇଛନ୍ତି । ସେଥିମଧ୍ୟରୁ 4 ଟି ବିଲ୍ ରାଜ୍ୟସଭାରେ ଏବଂ 8 ଟି ଲୋକସଭାରେ ପାରିତ ହୋଇଛି । ରାଜ୍ୟସଭାରେ ପାରିତ ହୋଇଥିବା ନଡ଼ିଆ ବିକାଶ ବୋର୍ଡ ବିଲ୍ ଏକ ମିନିଟରେ ପାରିତ ହୋଇଥିଲା । ସେ ସମସ୍ତ 12 ଟି ବିଲ୍ ଉପରେ ଆଲୋଚମା ସମୟ ହାରାହାରି ଭାବେ ସାତ ମିନିଟ୍ ମିଳିଛି ବୋଲି ଲେଖିଛନ୍ତି ।
ଚଳିତ ଅଧିବେଶନରେ ବିରୋଧୀ କ୍ରମାଗତ ଭାବରେ ପେଗାସସ୍ ଗୁପ୍ତଚର ମାମଲା ଉପରେ ଆଲୋଚନା ଏବଂ ତଦନ୍ତ ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି ଏବଂ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି । ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ସଂସଦରେ ଅନେକ ବିଲ୍ ବିନା ଆଲୋଚନାରେ ପାରିତ କରିଛନ୍ତି ବୋଲି ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ ଅଭିଯୋଗ କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ପେଗାସସ୍ ପ୍ରସଙ୍ଗରେ ସରକାରଙ୍କଠାରୁ ଉତ୍ତର ମାଗିବା ସହ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି । ଅପରପକ୍ଷରେ ସରକାର ଏହାକୁ ଆଲୋଚନାର ଏକ ପ୍ରସଙ୍ଗ ନୁହଁ ବୋଲି କହି ଏହାକୁ ଏଡ଼ାଇ ଦେଉଛନ୍ତି ।












Click it and Unblock the Notifications