WB elections 2021 : ମମତା ଉପରେ 'ଆକ୍ରମଣ' ନେଇ ନିର୍ବାଚନ କମିଶନଙ୍କୁ ଭେଟିବେ ଟିଏମସି ସଂସଦୀୟ ପ୍ରତିନିଧି ଦଳ

ତୃଣମୂଳ କଂଗ୍ରେସ ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଟିଏମସି ସଂସଦୀୟ ପ୍ରତିନିଧି ଦଳ ଶୁକ୍ରବାର ଦିନ ଦିଲ୍ଲୀରେ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଭେଟିବେ ।

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଟିଏମସି ସଂସଦୀୟ ପ୍ରତିନିଧି ଦଳ ଶୁକ୍ରବାର ଦିନ ଦିଲ୍ଲୀରେ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଭେଟିବେ । ଏନେଇ ତୃଣମୂଳ କଂଗ୍ରେସ ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।

Mamata-Banerjee

ନିର୍ବାଚନ କମିଶନଙ୍କୁ ଭେଟିବା ନେଇ ଉଭୟ ଗୃହର ଏକ ଛ ଜଣିଆ ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ପହଞ୍ଚିବା ନେଇ କରାଯାଉଛି । ଦଳର ଏକ ପ୍ରତିନିଧୀ ଦଳ ଗୁରୁବାର ଦିନ କୋଲକାତାରେ ପୋଲ ପ୍ୟାନେଲ ଅଧିକାରୀଙ୍କୁ ଭେଟିବା ସହ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେବାର ଖବର ଥାଇ ମଧ୍ୟ ନିର୍ବାଚନ ଆୟୋଗ କିଛି କରିନାହାଁନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହି ଆକ୍ରମଣ ଟିଏମସି ସୁପ୍ରିମୋଙ୍କ ଜୀବନ ନେବା ପାଇଁ ଏକ ଗଭୀର ଷଡଯନ୍ତ୍ର ବୋଲି ଦାବି କରି ଦଳର ନେତାମାନେ କହିଛନ୍ତି ଯେ ନନ୍ଦିଗ୍ରାମରେ ହିଂସା ଘଟାଇବା ପାଇଁ ପଡୋଶୀ ରାଜ୍ୟରୁ ବିଜେପି ଅସାମାଜିକ ବ୍ୟକ୍ତିମାନଙ୍କ ବ୍ୟବହାର କରୁଛି ।

ଏହା ଆଇନ ଶୃଙ୍ଖଳା ପରିସ୍ଥିତି ଅଧିନରେ ଆସୁଥିବାରୁ ନିର୍ବାଚନ କମିଶନ ଏଥିରେ କୌଣସି ବସ୍ତକ୍ଷେପ କରିପାରିବେ ନାହିଁ ବୋଲି କୁହାଯାଇଛି । ବୁଧବାର ଦିନ ନନ୍ଦିଗ୍ରାମରେ ପ୍ରଚାର ବେଳେ ରେୟାପାରା ଅଞ୍ଚଳର ଏକ ମନ୍ଦିର ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଠେଲି ଦେବା ପରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ନେଇ କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+