'ଯଦି ସତ କହିବା ବିଦ୍ରୋହ ତେବେ, ଆମେ ମଧ୍ୟ ବିଦ୍ରୋହୀ' କହି ବିବିସି ଡକ୍ୟୁମେଣ୍ଟାରୀର ପାର୍ଟ-2 ଲିଙ୍କ୍ ସେୟାର କଲେ ମୋହୁଆ
ଟିଏମସି ସାସଂଦ ମୋହୁଆ ମୋଇତ୍ରା ବର୍ତ୍ତମାନ ଏହି ଡକ୍ୟୁମେଣ୍ଟାରୀର ଦ୍ୱିତୀୟ ଭାଗ ଲିଙ୍କ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି ।

କୋଲକାତା : 2002 ଗୁଜରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ବିରୋଧୀ ଦଳ ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି । ଟିଏମସି ସାସଂଦ ମୋହୁଆ ମୋଇତ୍ରା ବର୍ତ୍ତମାନ ଏହି ଡକ୍ୟୁମେଣ୍ଟାରୀର ଦ୍ୱିତୀୟ ଭାଗ ଲିଙ୍କ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି ।
ମୋଇତ୍ରା ଟ୍ୱିଟ୍ କରି କହିଛନ୍ତି, "ଏଠାରେ ଏପିସୋଡ୍ 2 ର ଲିଙ୍କ୍ । ଯଦି ସେମାନେ ଏହାକୁ ହଟାଇଦେବେ ତେବେ ପୁଣି ଏହା ପୋଷ୍ଟ କରିବି । ଗତ ସପ୍ତାହରେ ମୋଇତ୍ରା ଏବଂ ଅନ୍ୟ ଜଣେ ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ ଡକ୍ୟୁମେଣ୍ଟାରୀର ଲିଙ୍କ୍ ସେୟାର କରିଥିଲେ । ଏହା ପରେ ଡକ୍ୟୁମେଣ୍ଟାରୀ ଉପରେ ଟ୍ୱିଟ୍ କରିଥିବା ଟ୍ୱିଟ୍ କୁ ଟ୍ୱିଟର ହଟାଇଦେଇଥିଲା ।
ମୋଇତ୍ରା ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, "ବିବିସି ରିପୋର୍ଟକୁ ସେୟାର କରିବାକୁ ସରକାରଙ୍କ ପକ୍ଷରୁ ଟ୍ୱିଟର ଲିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । @derekobrienmp ଏବଂ @ pbhushan1 ବ୍ୟତୀତ ମୋର ଲିଙ୍କ୍ ସକ୍ରିୟ ଅଛି ।" ଟିଏମସି ସାଂସଦ କହିଛନ୍ତି ଯେ ସେ "ସେନ୍ସରସିପ୍" ଗ୍ରହଣ କରିବେ ନାହିଁ । ଯଦି ସତ କହିବା ବିଦ୍ରୋହ, ତେବେ ବୁଝିନିଅ ଯେ, ଆମେ ମଧ୍ୟ ବିଦ୍ରୋହୀ ।
ମୋଇତ୍ରା ନିଜର ଭେରିଫାଏଡ୍ ଟ୍ୱିଟର ହ୍ୟାଣ୍ଡେଲରେ ଡକ୍ୟୁମେଣ୍ଟାରୀର ଲିଙ୍କ୍ ପୋଷ୍ଟ କରି କହିଛନ୍ତି - "କ୍ଷମା କରିବେ, ସେନ୍ସରସିପ୍ ଗ୍ରହଣ କରିବାକୁ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ପ୍ରତିନିଧିତ୍ୱ କରିବାକୁ ମନୋନୀତ ନୁହେଁ । ଏଠାରେ ଲିଙ୍କ୍ ଅଛି । ଯେ ପର୍ଯ୍ୟନ୍ତ ଆପଣ ପାରିବେ ଦେଖନ୍ତୁ ।"












Click it and Unblock the Notifications